ଅପରାଧ ରାଜ୍ୟ

ପୁରୀରେ ଭୟାବହ ଅଗ୍ନିକାଣ୍ଡ: କାଠଗୋଲାରେ ଜଳିଗଲା ୧୦ କୋଟି ଟଙ୍କାର କାଠ

ପୁରୀ: ପୁରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ୧୦ କୋଟି ଟଙ୍କାର କାଠ ନିଆଁ ଲାଗି ଜଳିଯାଇଥିବାର ଖବର ମିଳିଛି। ପୁରୀ ନବକଳେବର ରୋଡରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ କାଠ ଗୋଲାରେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। କାଠଗୋଲାରେ ପ୍ରାୟ ଅଧ ଏକର ଜାଗାରେ ରଖାଯାଇଥିବା ଶାଳ, ପିଆଶାଳ, ଶାଗୁଆନ ଆଦି କାଠ ଖଣ୍ଡରେ ଲାଗିଥିଲା ନିଆଁ। ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବୋଲି ଅନୁମାନ କରାଯାଉଥିବା ବେଳେ ନିଆଁ ପ୍ରାୟ ୬ ଘଣ୍ଟା ଧରି ଲାଗି ରହିଥିଲା।

ଅଗ୍ନିଶମର ୬ଟି ଗାଡ଼ି ଲାଗି ରାତି ସାଢ଼େ ୪ଟାରେ ନିଆଁକୁ ଆୟତ୍ତ କରିଥିଲେ। ଏହାର ପ୍ରଭାବରେ ମଙ୍ଗଳା ସାହି ଓ ମଧୁବନ ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। ଏହା ଦ୍ୱାରା କେହି ଆହତ ହୋଇନଥିବା ବେଳେ ଅନେକ ଘର ଫାଟିଯାଇଥିବା ଦେଖିବାକୁ ମିଳିଛି। ତେବେ ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁରୀ ପୁଲିସ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।