ଅପରାଧ ରାଜ୍ୟ

ବାଲିଯାତ୍ରା ପ୍ରସ୍ତୁତିରେ ଆଖିବୁଜା ଦୁର୍ନୀତି!

କଟକ : କଟକର ଐତିହାସିକ ବାଲିଯାତ୍ରାର ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟରେ ଆଖିବୁଜା ଦୁର୍ନୀତି ହୋଇଛି। ସବୁ ନିୟମକୁ ଜଳାଞ୍ଜଳି ଦେଇ ପ୍ରିୟାପ୍ରୀତିରେ କୋଟି କୋଟି ଟଙ୍କାର କାମକୁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷଙ୍କ ହାତରେ ଟେକି ଦିଆଯାଇଛି। ଧର୍ମକୁ ଆଖିଠାର ଭଳି ବିଭିନ୍ନ କାମକୁ ଛୋଟଛୋଟ ଆକାରରେ ଭାଗ କରି ବିନା ଟେଣ୍ଡରରେ ବାଣ୍ଟି ଦିଆଯାଇଛି। କିନ୍ତୁ ଏଥିରେ ହାତଗଣତି କେତେଜଣଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ସ୍ପଷ୍ଟ ପ୍ରମାଣିତ ହେଉଛି। ବାଲିଯାତ୍ରା ଆୟୋଜନରେ ବ୍ୟାପକ ଅନିୟମିତତା ଆଉ ଦୁର୍ନୀତିକୁ ନେଇ ପୂର୍ବରୁ ଶାସକ ଦଳ ବିଜେଡିର ବରିଷ୍ଠ ନେତା, ପୂର୍ବତନ ବିଧାୟକ ତଥା କଟକ ମହାନଗର ପୂଜା କମିଟିର ସଂପାଦକ ପ୍ରଭାତ ତ୍ରିପାଠୀ ପ୍ରଶ୍ନ ଉଠାଇଥିଲେ। ଶ୍ରୀ ତ୍ରିପାଠୀ ଏହାର ତଦନ୍ତ ଦାବି କରିଥିବା ବେଳେ ଏବେ ବାଲିଯାତ୍ରା ପଡ଼ିଆ ଭିତ୍ତିଭୂମି ପ୍ରସ୍ତୁତିରେ ହୋଇଥିବା ଖର୍ଚ୍ଚର ସବିଶେଷ ବିବରଣୀ ସାମନାକୁ ଆସିବା ପରେ ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗ ଏକପ୍ରକାର ସତ ବୋଲି ପ୍ରମାଣିତ ହେଉଛି।

ତଥ୍ୟ ଅନୁଯାୟୀ ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟ ପାଇଁ କଟକ ପୌର ନିଗମ ପକ୍ଷରୁ ୩ କୋଟି ୭୧ ଲକ୍ଷ ୩୨ ହଜାର ୭୩୪ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିଲା। ଏଥିରେ ନିର୍ମାଣ (ସିଭିଲ୍‌) ଓ ବିଦ୍ୟୁତ୍‌ (ଇଲେକ୍ଟ୍ରିକାଲ୍‌) କାର୍ଯ୍ୟ ରହିଥିଲା। ସିଭିଲ କାମ ପାଇଁ ୨ କୋଟି ୯୧ ଲକ୍ଷ ୭୩ ହଜାର ୭୫୦ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ସବୁଗୁଡ଼ିକୁ ୧୧୭ଟି ଛୋଟ ଛୋଟ କାମ ଆକାରରେ ବାଣ୍ଟି ଦିଆଯାଇଥିଲା। ଏହି ୧୧୭ଟି କାମ ଭିତରୁ ଡିପାର୍ଟମେଣ୍ଟ୍ ହେଡ୍‌ରେ ୧୧ଟି କାମ ହୋଇଥିବା ବେଳେ କିଛି ରାସ୍ତା କାମକୁ ୮ଟି ଭାଗରେ ଭାଗ କରି ବ୍ରେଥ୍ ଗ୍ରିନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ‌ମେସର୍ସ ୟୁନିସନ୍‌ ସିକ୍ୟୁରିଟି ଆଣ୍ଡ ଇଣ୍ଟରଆଲିଆ ସର୍ଭିସେସ୍‌ ଓ ମେସର୍ସ ସ୍ବାଗତ କନଷ୍ଟ୍ରକସନ୍ (ପ୍ରିୟବ୍ରତ ପରିଜା) ମଧ୍ୟରେ ବାଣ୍ଟି ‌ଦିଆଯାଇଥିଲା। ବ୍ରେଥ୍ ଗ୍ରିନ୍ ଭାଗରେ ୩ଟି, ୟୁନିସନ୍ ଭାଗରେ ୩ଟି ଏବଂ ସ୍ବାଗତ କନଷ୍ଟ୍ରକସନ୍ ଭାଗରେ ଗୋଟିଏ କାମ ପଡ଼ିଥିଲା। ଏଭଳି ୧୯ଟି କାମ ଯିବା ପରେ ବଳକା ୯୯ଟି କାମକୁ ବଣ୍ଟା ଯାଇଛି ୧୦ ଜଣ ବ୍ୟକ୍ତିଙ୍କ ନାମରେ। ସେଥିରୁ ମୋନାଲିସା ବେହେରାଙ୍କ ଭାଗରେ ସର୍ବାଧିକ ୪୨ଟି କାମ ପଡିଥିବା ବେଳେ ପ୍ରଭାତ ଚନ୍ଦ୍ର ବେହେରାଙ୍କ ଭାଗରେ ୨୫ଟି, ଅଶୋକ ସ୍ବାଇଁଙ୍କ ଭାଗରେ ୧୪ଟି, ଚନ୍ଦ୍ରଶେଖର ବେହେରାଙ୍କ ଭାଗରେ ୯ଟି, ଜଗବଂଧୁ ସେଠୀ, ସୋନାଲି ପ୍ରିୟଦର୍ଶିନୀ ସିଂହ, ପିଙ୍କିନା ସ୍ବାଇଁଙ୍କ ଭାଗରେ ୨ଟି ଲେଖାଏଁ ଏବଂ ସମୀର କୁମାର ସେଠୀ, ଚନ୍ଦ୍ରାବତୀ ବିଶ୍ବାଳ ଓ ମହେରାଜ ମହମ୍ମଦଙ୍କ ଭାଗରେ ଗୋଟିଏ ଲେଖାଏଁ କାମ ପଡ଼ିଛି। ୨ କୋଟି ୯୧ ଲକ୍ଷ ୭୩ ହଜାର ୭୫୦ ଟଙ୍କାର ବ୍ୟୟ ଅଟକଳର ସିଭିଲ କାମ ଏମାନଙ୍କ ସହ ବୁଝାମଣାରେ ୨ କୋଟି ୪୧ ଲକ୍ଷ ୫୦ ହଜାର ୯୪୩ ଟଙ୍କାରେ ହୋଇଥିବା ରେକର୍ଡ କହୁଛି।

ସେହିଭଳି ୭୯ ଲକ୍ଷ ୫୮ ହଜାର ୯୮୪ ଟଙ୍କାର ଇଲେକ୍ଟ୍ରି କାମକୁ ୯ ଭାଗରେ ବିଭକ୍ତ କରି ନିଭ୍‌ ଏନର୍ଜି, ଇଷ୍ଟର୍ଣ୍ଣ ଇଞ୍ଜିୟରିଂ, ଏନ୍‌. କେ. ମହାନ୍ତି, ମା କୋଠାରୀ ଓ ମହାବୀର ଏଣ୍ଟରପ୍ରାଇଜର୍‌ସ ଭିତରେ ବାଣ୍ଟି ଦିଆଯାଇଛି। ସେଥିରୁ ମା କୋଠାରୀ ଭାଗରେ ସର୍ବାଧିକ ୪ଟି କାମ ପଡ଼ିଥିବା ବେଳେ ଏନ୍‌. କେ. ମହାନ୍ତି ଭାଗରେ ୨ଟି ଏବଂ ଅନ୍ୟ ୩ଟି ସଂସ୍ଥା ଭାଗରେ ଗୋଟିଏ ଲେଖାଏଁ କାମ ପଡ଼ିଛି। ଏହି କାମକୁ ବୁଝାମଣା ଚୁକ୍ତି ପରେ ୭୬ ଲକ୍ଷ ୪୫ ହଜାର ୯୨୯ ଟଙ୍କାରେ କରାଯାଇଛି।

ଏଭଳି ଢଙ୍ଗ‌ରେ ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ କଟକ ମହାନଗର ନିଗମ ପକ୍ଷରୁ ୩ କୋଟି ୧୭ ଲକ୍ଷ ୯୬ ହଜାର ୯୨୨ ଟଙ୍କା ଖର୍ଚ୍ଚ ହୋଇଥିବା ଚିଠା ଉପରେ ଡିସେମ୍ବର ୨ ତାରିଖରେ କର୍ତ୍ତୃପକ୍ଷଙ୍କ ମୋହର ଲାଗିଛି। କିନ୍ତୁ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ପାଇଁ ଯେଉଁ ବ୍ୟକ୍ତି ଆଉ ସଂସ୍ଥାଙ୍କୁ ଚୟନ କରାଗଲା, ତାହା କେଉଁ ଆଧାରରେ କରା ଯାଇଥିଲା? ସେମାନଙ୍କୁ ଚୟନ କଲା କିଏ? କେଉଁ ବ୍ୟକ୍ତି ଭାଗରେ ୪୨, କାହା ଭାଗରେ ୨୫, କାହା ଭାଗରେ ୧୪ କାମ ପଡ଼ିବ, ସେ ନିଷ୍ପତ୍ତି କିଏ ନେଲେ ଆଉ କେଉଁ ଆଧାରରେ ନେଲେ? ସ୍ବାଭାବିକ ଭ‌ାବେ ଏଥିରେ ଦୁର୍ନୀତି, ପ୍ରିୟାପ୍ରୀତିର ଗନ୍ଧ ଆସୁଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତରୁ ହୁଏତ ସବୁ କିଛି ସ୍ପଷ୍ଟ ହେବ ବୋଲି ଏବେ ଆଶା କରାଯାଉଛି।

????????????????????????????????????

ଏମାନେ କିଏ?
ମୋନାଲିସା ବେହେରା, ପ୍ରଭାତ ଚନ୍ଦ୍ର ବେହେରା, ଅଶୋକ ସ୍ବାଇଁ, ଚନ୍ଦ୍ରଶେଖର ବେହେରା…. ଏମାନେ ସମସ୍ତେ କିଏ? ଏ ପ୍ରଶ୍ନ ଏବେ କଟକ ପୌର ନିଗମ ସହିତ ଜଡ଼ିତ ଅନେକ ବ୍ୟକ୍ତିବ‌ିଶେଷଙ୍କୁ ଆନ୍ଦୋଳିତ କରୁଛି। ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟରେ କେଉଁ ଯୋଗ୍ୟତା ଆଉ ଆଧାର ବଳରେ ଏମାନେ ଅଗ୍ରାଧିକାର ଭିତ୍ତିରେ କାମର ସିଂହଭାଗ ହାତେଇ ନେଲେ? ଏମାନେ ସମସ୍ତେ କାହାର ସଂପର୍କୀୟ ନା କାହାର ‌ସହଯୋଗୀ? ଏମାନଙ୍କ ପଛରେ କାହାର ଆଶୀର୍ବାଦ ରହିଛି? ଏ ଘଟଣା ଏବେ ବିଶେଷ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ତଥ୍ୟ ଅନୁଯାୟୀ ବାଲିଯାତ୍ରା ଭିତ୍ତିଭୂମି ନିର୍ମାଣ ପାଇଁ କାମକୁ ଛୋଟଛୋଟ ଆକାରରେ ଭାଗ କରାଯାଇଥିବା ବେଳେ ସେଥିରୁ ସର୍ବାଧିକ ୪୨ଟି କାମ ମୋନାଲିସା ବେହେରାଙ୍କ ଭାଗରେ ପଡ଼ିଥିବା ବେଳେ ପ୍ରଭାତ ଚନ୍ଦ୍ର ବେହେରାଙ୍କ ଭାଗରେ ୨୫ଟି, ଅଶୋକ ସ୍ବାଇଁଙ୍କ ଭାଗରେ ୧୪ଟି, ଚନ୍ଦ୍ରଶେଖର ବେହେରାଙ୍କ ଭାଗରେ ୯ଟି, ଜଗବଂଧୁ ସେଠୀ, ସୋନାଲି ପ୍ରିୟଦର୍ଶିନୀ ସିଂହ, ପିଙ୍କିନା ସ୍ବାଇଁଙ୍କ ଭାଗରେ ୨ଟି ଲେଖାଏଁ ଏବଂ ସମୀର କୁମାର ସେଠୀ, ଚନ୍ଦ୍ରାବତୀ ବିଶ୍ବାଳ ଓ ମହେରାଜ ମହମ୍ମଦଙ୍କ ଭାଗରେ ଗୋଟିଏ ଲେଖାଏଁ କାମ ପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।