ବାରିପଦା: ବାରିପଦାର ପିଆରଏମ୍ ମେଡିକାଲରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ନାଆଁରେ ଅସଦାଚରଣ ଅଭିଯୋଗ ଆସିଛି। ଉକ୍ତ ଡାକ୍ତରଜଣକ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ସମ୍ପୃକ୍ତ ଡାକ୍ତରଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି। ଉକ୍ତ ଡାକ୍ତରଙ୍କ ନାମ ଡକ୍ଟର ସୌରଭ ଉପାଧ୍ୟାୟ ବୋଲି ଜଣାଯାଇଛି।
ଏହି ଅସଦାଚରଣ ଘଟଣା ଗତକାଲି ରାତିରେ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ପିଆରଏମ୍ ମେଡିକାଲରେ ଉତ୍ତେଜନା ଦେଖା ଦେଇଥିଲା। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଏଣେ ଅଧିକ ତଦନ୍ତ ଚାଲିଥିବା ନେଇ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି।