ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସତ୍ୟନାରାୟଣ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଢ଼େଙ୍କିକୋଟ/ଘଟଗାଁ: ସତ୍ୟନାରାୟଣ ବିଦ୍ୟାପୀଠ ଅଞ୍ଚଳ ପାଇଁ ଶିକ୍ଷା କ୍ଷେତ୍ରରେ ଆଲୋକବର୍ତ୍ତିକା ହୋଇପାରିଛି। ଆଜି ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରି ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଏହା କହିଛନ୍ତି। ଶ୍ରୀ ପାତ୍ର କହିଥିଲେ ଯେ ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଅନେକ ଡ଼ାକ୍ତର , ଇଞ୍ଜିନିୟର , ଓଏଏସ ଏବଂ ଆଇଏ ଏସ ହେଇଛନ୍ତି। ଏହି ଅବସରରେ ସେ ଦିବଂଗତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପୃଷ୍ଟି ଓ କୈଳାସ ଚନ୍ଦ୍ର ସାହୁଙ୍କ ସ୍ମୃତି ଚାରଣ କରିଥିଲେ।

ସମାରୋହରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ନାରାୟଣ ସେନାପତି ତାଙ୍କ ବକ୍ତବ୍ୟରେ ବିଦଗ୍ଧ ଛାତ୍ରଛାତ୍ରୀଙ୍କ ଦୃଷ୍ଟିରେ ତାହାର ଶିକ୍ଷକ କିପରି ଈଶ୍ଵର ପାଲଟି ଯାଆନ୍ତି ତାହାର ଅବତାରଣା କରିଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ରୋହିତ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯକ୍ରମରେ ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ପ୍ରଫୁଲ୍ଲ କୁମାର ସିଂ, ସମ୍ପାଦକ ରାମଚନ୍ଦ୍ର ସାହୁଙ୍କ ସହ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନୀଳମଣି ସାହୁ, ଈଶ୍ଵର ଚନ୍ଦ୍ର ମିଶ୍ର ଓ ସତ୍ୟାନନ୍ଦ ମିଶ୍ର, ପୂର୍ବତନ ଶିକ୍ଷକ ତଥା ଅବସରପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ କୁଳମଣି ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଫକୀର ଚରଣ ସାହୁ ବାର୍ଷିକ ବିବରଣୀ ଓ ମୋ ସ୍କୁଲ ଅଭିଯାନ ସଭାପତି ସଞ୍ଜୟ କୁମାର ସାହୁ ଅଭିମତ ଉପସ୍ଥାପନା କରିଥିଲେ ।

ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ସାହୁ ସଂସ୍କୃତ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ମିଶ୍ର, କ୍ରୀଡ଼ାଶିକ୍ଷକ ଭୀମସେନ ମହାନ୍ତଙ୍କ ସହ ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଦୀପ୍ତିଶୋଭା ବେହେରା, ଚନ୍ଦ୍ରଶେଖର ମଲ୍ଲିକଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ କାର୍ଯକ୍ରମରେ ଉପସ୍ଥିତ ଥିଲେ। ସୁବର୍ଣ୍ଣ ଜୟନ୍ତୀ କମିଟିର ପୁରାତନ ଛlତ୍ର ବଳଭଦ୍ର ମହାକୁଡ଼, ରମେଶ ନାଏକ, ପଦ୍ମଲୋଚନ ମହାନ୍ତ, ଭୋଳାନାଥ ମହାନ୍ତଙ୍କ ସକ୍ରିୟ ସହଯୋଗରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ପରେ ବିଦାୟୀ ଶିକ୍ଷକ ଓ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ବାର୍ଷିକ କ୍ରୀଡାର କୃତୀ ଛାତ୍ର ଛାତ୍ରୀ ମାନକୁ ସମ୍ବର୍ଦ୍ଦିତ କରାଯାଇଥିଲା l ସନ୍ଧ୍ୟାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଧମାକା ଏବଂ ରଂଗମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି