ରାଜ୍ୟ ସ୍ପେଶାଲ ରିପୋର୍ଟ

ଚେନ୍ନାଇରେ ୫ ଶ୍ରମିକଙ୍କୁ ବିକ୍ରି

ରା.ଉଦୟଗିରି : ଦାଦନ ଶ୍ରମିକ ଭାବେ ରୋଜଗାର ପାଇବା ଆଶାରେ ଯାଇଥିବା ୫ ଜଣ ଶ୍ରମିକଙ୍କୁ ଦଲାଲ ବିକ୍ରିକରି ଦେଇଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଗଜପତି ଜିଲ୍ଲାରୁ ଆସିଛି। ଶ୍ରମିକମାନେ ହେଲେ, ରା.ଉଦୟଗିରି ବ୍ଲକ୍‌ ପୁରୁଣାପାଣି ପଞ୍ଚାୟତ କାଲାଦ୍ୱାରି ଗ୍ରାମର ସୁରେନ୍ଦ୍ର ରଇତ, କୁରେଶ ରଇତ, ସୁଦାମ ରଇତ, ଦିପୁ ରଇତ ଓ ଅଲରା ଗ୍ରାମର ଉମାଶଙ୍କର ମଲିକ।

ଗଞ୍ଜାମ ଜିଲ୍ଲା ବରମୁଣ୍ଡୁଳି ଗ୍ରାମ ତଥା ଗଜପତି ଜିଲ୍ଲା କୁରୁବା ଗ୍ରାମର ଦଲାଲ୍‌ ମହେନ୍ଦ୍ର ସେମାନଙ୍କୁ ଚେନ୍ନାଇର ଇରୋଡ଼କୁ ନେଇ ଯାଇଥିଲେ। ସର୍ତ୍ତ ଥିଲା ଯାହା କାମ କରିବେ ଖାଇବା ପିଇବା ସହ ଦିନକୁ ୪୫୦ ଟଙ୍କା ପାଇବେ। ନଭେମ୍ବର ମାସ ୨୭ତାରିଖରେ ସେଠାରେ ପହଞ୍ଚିବା ପରେ ଦଲାଲ ମହେନ୍ଦ୍ରର ଆଉ ଦେଖା ମିଳିନଥିଲା। ସାହୁକାର ପାଖରୁ ୬୦ ହଜାର ଟଙ୍କା ନେଇ ସେ ଫେରାର ହୋଇ ଯାଇଥିଲା। ଏପଟେ ୫ଦିନ ଖଟିବା ପରେ ଖାଇବାକୁ ମଧ୍ୟ ମିଳି ନଥିଲା। ଆଉ ଜାଣିବାକୁ ପାଇଥିଲେ ଯେ ମହେନ୍ଦ୍ର ସେମାନଙ୍କୁ ସେଠାରେ ବିକ୍ରି କରିଦେଇ ଚାଲିଯାଇଛି।

ତେବେ, ସେଠାରୁ କୌଣସି ମତେ ଖସିଆସି ଏହି ୫ଜଣ ତାମିଲନାଡ଼ୁର କୌଣସି ଏକ ସ୍ଥାନରେ ପହଞ୍ଚି ସେଠାରେ ଘରଦ୍ୱାର ଝଡ଼ାଝଡ଼ି କାମ କରୁଥିବା ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।