ରାଜ୍ୟ ସ୍ପେଶାଲ ରିପୋର୍ଟ

୯ ଜନଜାତି ଚିତ୍ରକଳାକୁ ହସ୍ତଶିଳ୍ପ ମାନ୍ୟତା

ଭୁବନେଶ୍ବର : ହସ୍ତଶିଳ୍ପରେ ସାମିଲ ହୋଇଛି ‘ଜନଜାତି ଚିତ୍ରକଳା’। ପ୍ରଥମ ପର୍ଯ୍ୟାୟରେ ୯ ଗୋଟି ଜନଜାତି ଚିତ୍ରକଳାକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଲା, ଲାଞ୍ଜିଆ ସଉରା ଚିତ୍ରକଳା, ସଉରା ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଡଙ୍ଗରିଆ କନ୍ଧ ଚିତ୍ରକଳା, କୁଟିଆକନ୍ଧ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, କୋହ୍ଲ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା ଓ ଓରାଓଁ ଚିତ୍ରକଳା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଆଜି ଏହି ଘୋଷଣା କରିଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୧ଟି ହସ୍ତଶିଳ୍ପକୁ ବିଭାଗ ପକ୍ଷରୁ ତାଲିକାଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ଏହି ଜନଜାତି ଚିତ୍ରକଳାଗୁଡ଼ିକୁ ହସ୍ତଶିଳ୍ପ ତାଲିକାଭୁକ୍ତ କରିବା ନିମନ୍ତେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କ ସୁପାରିସକ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ପ୍ରସ୍ତାବ ଦେଇଥିଲେ। ତାହାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଅନୁମୋଦନ କରିଛନ୍ତି।

ଏହା ପୂର୍ବରୁ ଚାନ୍ଦୁଆ, ଆର୍ଟ ଲେଦର, ଆର୍ଟ-ଟେକ୍ସଟାଇଲ୍‌ (ଟାଏ ଆଣ୍ଡ୍‌ ଡାଏ), ଆର୍ଟିଫିସିଆଲ୍‌ ବୋନ୍‌ସାଇ, ସୁନ୍ଦର ଜୋତା, କଳାତ୍ମକ ମ୍ୟାଟ୍‌, ବାଟିକ୍‌ ପ୍ରିଣ୍ଟିଂ, ବେଟେଲ୍‌-ନଟ୍‌କ୍ରାଫଫ, ବ୍ରାସ୍‌ ଓ ବେଲ୍‌ ମେଟାଲ, ବେତ ଓ ବାଉଁଶ, ମାଟି ଖେଳଣା, ଗୋପା କ୍ରାଫ୍ଟ, ଶିଙ୍ଗ କାମ, ଜାଇଖଡ଼ି କାମ, ଝୋଟଶିଳ୍ପ, କେଓଡ଼ା ପତ୍ର ଶିଳ୍ପ, ଲାଖଶିଳ୍ପ, ଧାତୁଶିଳ୍ପ, ପ୍ରାକୃତିକ ଫାଇବର କ୍ରାଫ୍ଟ ଧାନ ଶିଳ୍ପ, ତାଳପତ୍ର ଶିଳ୍ପ, ତାଳପତ୍ର ଖୋଦେଇ, କାଗଜକାମ, ପଟ୍ଟ ଓ ଟସର ଚିତ୍ରକଳା, ସଫ୍ଟ ଟଏଜ୍‌, ସୋଲାପିଠ, ପଥର ଖୋଦେଇ, ନଡ଼ାଶିଳ୍ପ, ଟେରାକୋଟା ଓ ମାଟିଶିଳ୍ପ, ଥିଏଟ୍ରିକାଲ୍‌ ଡ୍ରେସ୍‌, ଜନଜାତି ଅଳଙ୍କାର, କାଠ ଖୋଦେଇ, କାଠଶିଳ୍ପ, କାଠରେ ତିଆରି କଣ୍ଢେଇ, ଉଲ୍‌ର କାର୍ପେଟ୍‌, ଜରିକାମ, କ୍ଲଥ୍‌ ପ୍ୟାଚ୍‌ ୱାର୍କ ଆଦି ୫୦ଟି ହସ୍ତଶିଳ୍ପ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଅନ୍ତର୍ଭୁକ୍ତ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।