ଅପରାଧ ରାଜ୍ୟ

ଥାନା ଭିତରେ ପ୍ରଚଣ୍ଡ ବିସ୍ଫୋରଣ, ୧ କିମି ଦୂର ପର୍ଯ୍ୟନ୍ତ ଶୁଭିଲା ଶବ୍ଦ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନାର ଏକ ପରିତ୍ୟକ୍ତ ପାଇଖାନା ଘରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଶବ୍ଦ ୧ କିମି ଅଞ୍ଚଳ ଯାଏ ଅନୁଭୂତ ହୋଇଥିଲା। ବି‌ସ୍ଫୋରଣ ପ୍ରଭାବରେ ପାଇଖାନାର କବାଟ ଉଡ଼ି ଯାଇଥିବାବେଳେ ଥାନା ଆଖପାଖ ଅଞ୍ଚଳରେ ଥିବା ଅନେକ ଘରର ଝରକା, କବାଟ କାଚ ଭାଙ୍ଗିରୁଜି ଯାଇଛି।

ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟ। କାନ ତାବ୍‌ଦା କଲାଭଳି ପ୍ରଚଣ୍ଡ ବିସ୍ଫୋରଣ ଶଦ୍ଦ‌ ଶୁଣି ଲୋକେ ଶିହିରି ଉଠିଥିଲେ। ହଇଚଇ ଖେଳି ଯାଇଥିଲା ଥାନା ଅଞ୍ଚଳରେ। ଭୂମିକମ୍ପ କିମ୍ବା ବୋମା ବିସ୍ଫୋରଣ ଭାବି ଅନେକ ଲୋକ ଭୟରେ ଘରୁ ପଦାକୁ ଦୌଡ଼ି ପଳାଇ ଆସିଥିଲେ। ପରେ ଜଳେଶ୍ୱର ଥାନା ପରିସରରେ ଥିବା ଏକ ପୁରୁଣା ପାଇଖାନା ଘରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଥିଲା। ସୂଚନା ମୁତାବକ, ଗତ ଦୀପାବଳି ସମୟରେ ବାଣ ବ୍ୟବସାୟୀଙ୍କ ଉପରେ ପୁଲିସ ଚଢ଼ାଉ କରିବା ସମୟରେ କିଛି ବାଣ ଆରୁହା ପଞ୍ଚାୟତ ଶାଳିକୋଠା ସମେତ ଅନ୍ୟ କେତେକ ସ୍ଥାନରୁ ଜବତ କରାଯାଇଥିଲା। ଜବତ ବାଣଗୁଡ଼ିକୁ ଥାନା ପଛପଟେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ପାଇଖାନା ଘରେ ରଖାଯାଇଥିଲା। ଯାହା ଗୁରୁବାର ଦିନ ବିସ୍ଫୋରିତ ହୋଇଛି। ତେବେ, ଉକ୍ତ ପାଇଖାନା ଘରେ ନିଆଁ ଲାଗିବା ଭଳି କୌଣସି ଆପତ୍ତିଜନକ ସାମଗ୍ରୀ ନଥିବା ବେଳେ ବାଣରେ କିପରି ନିଆଁ ଲାଗିଲା, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେହି ଉଦ୍ଦେଶ୍ୟମୂଳକ ଭାବେ ନିଆଁ ପକାଇଛି ନା ପାଇଖାନା ପାଖରେ ଅଜାଣତରେ କେହି ବିଡ଼ି, ସିଗାରେଟ୍‌ ପିଉଥିବା ସମୟରେ ସେହି ନିଆଁରୁ ବାଣ ବିସ୍ଫୋରଣ ଘଟିଛି, ତାହା ତଦନ୍ତସାକ୍ଷେପ।

ଅନ୍ୟପକ୍ଷରେ ଯେଉଁ ପାଇଖାନା ଘରେ ଜବତ ବାଣକୁ ରଖାଯାଇଥିଲା, ତା ନିକଟରେ ବହୁ ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ଲୋକଙ୍କ ବାସଗୃହ ରହିଛି। ଜବତ ବାଣଗୁଡ଼ିକୁ ନଷ୍ଟ କରିବା ପରିବର୍ତ୍ତେ ସେଠାରେ କାହିଁକି ରଖାଯାଇଥିଲା ତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।