ଖେଳ ଦେଶ ବିଦେଶ

ଟିମ୍ ଇଣ୍ଡିଆରେ ବଢିଛି ଆହତ ଖେଳାଳୀଙ୍କ ସଂଖ୍ୟା । ଦଳରୁ ବାଦ ପଡିଛନ୍ତି ରୋହିତ ଓ ଦୀପକ ଚହର

ବ୍ୟୁରୋ : ବଡ ଟୁର୍ଣ୍ଣାମେଣ୍ଟରେ ବିଫଳତା ପରେ ଟିମ୍ ଇଣ୍ଡିଆକୁ ଘାରିଛି ଆହତ ଖେଳାଳୀଙ୍କ ସମସ୍ୟା । ଭାରତୟୀ କ୍ରିକେଟ ଦଳରେ ବଢିବାରେ ଲାଗିଛି ଆହତ ଖେଳାଳୀଙ୍କ ସଂଖ୍ୟା । ଭାରତୟୀ ଦଳ ଚଳିତ ବର୍ଷ ଏସିଆ କପ୍, ଟି-୨୦ ବିଶ୍ୱକପ ଭଳି ବଡ ବଡ ଟୁର୍ଣ୍ଣାମେଂଟ ଖେଳିଥିବା ବେଳେ ବର୍ଷ ତମାମ ଦଳରେ ଆହତ ସମସ୍ୟା ଲାଗି ରହିଛି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଆହତ ହୋଇ ଟି-୨୦ ବିଶ୍ୱକପ୍ ଟିମରୁ ବାଦ୍ ପଡିଥିଲେ । ଏବେ ବାଂଲାଦେଶ ସିରିଜର ଶେଷ ମ୍ୟାଚରୁ ବାଦ ପଡିଛନ୍ତି ଓପନର ତଥା କ୍ୟାପଟେନ୍ ରୋହିତ ଶର୍ମା ଓ ଫାଷ୍ଟ ବୋଲର ଦୀପକ ଚହର ।

ବୋଲିଂ ଆଟାକ୍ରେ ଏତେଟା ସଫଳତା ପାଉନଥିବା ଭାରତୀୟ ଟିମର ପ୍ରମୁଖ ବୋଲର ଯଶପ୍ରିତ ବୁମରା, ମହମ୍ମଦ ସାମି, ସ୍ପିନର ରବିନ୍ଦ୍ର ଜାଡେଜା ଆହତ ହୋଇ ଦଳରୁ ବାଦ ପଡିଥିବା ବେଳେ ଟିମରେ ସାମିଲ ହୋଇଥିବା ଦୀପକ ଚହର, କୁଳଦୀପ ସେନ୍ ମଧ୍ୟ ଆହତ ହୋଇଛନ୍ତି । ଯାହା ବିସିସିଆର ଚିନ୍ତା ବଢାଇଦେଇଛି ।

ଖେଳାଳୀଙ୍କ ଆହତ ସମସ୍ୟା କ’ଣ?
-ଆଣ୍ଠୁ ପଛପଟ ମାଂସପେଶୀରେ ଆଘାତ ପାଇଛନ୍ତି ଦୀପକ ଚହର
-ପିଠିରେ ଯନ୍ତ୍ରଣା ଯୋଗୁ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଟିମ୍ରୁ ବାଦ ପଡିଛନ୍ତି
-ଆଙ୍ଗୁଠିରେ ଆଘାତ ପାଇ ବାଂଲାଦେଶ ବିପକ୍ଷର ଶେଷ ମ୍ୟାଚରୁ ବାଦ ପଡିଛନ୍ତି ରୋହିତ ଶର୍ମା
-କାନ୍ଧରେ ଯନ୍ତ୍ରଣା ଯୋଗୁ ଟିମରେ ନାହାଁନ୍ତି ମହମ୍ମଦ ସାମି
– ଆଣ୍ଠୁର ଲିଗାମେଂଟ୍ ଅପରେସନ୍ କରାଇଛନ୍ତି ରବିନ୍ଦ୍ର ଜାଡେଜା
– ବାଂଲାଦେଶ ବିପକ୍ଷରେ ଡେଭ୍ୟୁ କରିଥିବା କୁଳଦୀପ ସେନ୍ ପିଠିରେ ଯନ୍ତ୍ରଣା ଯୋଗୁ ଦଳରୁ ବାଦ ପଡିଛନ୍ତି

୨୦୨୩ ଅକ୍ଟୋବର ଏବଂ ନଭେମ୍ବର ମାସରେ ଭାରତ ମାଟିରେ ଦିନିକିଆ ବିଶ୍ୱକପ ହେଉଥିବାରୁ ଏଥର ବିଶ୍ୱକପ ଟାଇଟଲ ହାତେଇବା ସୁଯୋଗ ଭାରତ ପାଖରେ ଅଛି । ଏହା ପୂର୍ବରୁ ପ୍ରମୁଖ ଖେଳାଳୀ ସୁସ୍ଥ ହୋଇ ଟିମକୁ ଫେରିବେ ବୋଲି ଆଶାବାଦୀ ଅଛନ୍ତି କ୍ରିକେଟ୍ ପ୍ରେମୀ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ