ରାଜ୍ୟ

ବୟସ ତୁଳନାରେ ଉଚ୍ଚତା ବଢ଼ୁନି, ବଞ୍ଚିବାକୁ ସଂଘର୍ଷ କରୁଛି ରାଜସ୍ମିତା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭଞ୍ଜନଗର : ବୟସ ବଢ଼ୁଛି। କିନ୍ତୁ ବୟସ ତୁଳନାରେ ଉଚ୍ଚତା ବଢ଼ୁନି। ଜନ୍ମରୁ ଶରୀର ଦୁର୍ବଳ ଥିବା ସହ ହାତଗୋଡ଼ ବଙ୍କା ହୋଇଯାଇଥିବାରୁ ବଞ୍ଚିବାକୁ ରାଜସ୍ମିତା ସଂଘର୍ଷ କରୁଛି। କିନ୍ତୁ ଏହି ଅଜଣା ‌ରୋଗର ଚିକିତ୍ସା ପାଇଁ ବାପାମାଆଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗୋଲାପଡ଼ା ପଞ୍ଚାୟତ ଆଗୁଳପଡ଼ା ଗ୍ରାମ ଢେପସ‌ାହିର ବାବୁଲା ନାଇକଙ୍କ ମଝିଆ ଝିଅ ରାଜସ୍ମିତା। ପୂରା ପରିବାର କହିଲେ ପତ୍ନୀ ଅଞ୍ଜଳିଙ୍କ ସମେତ ଦୁଇଝିଅ ଓ ଗୋଟିଏ ପୁଅ। ରାଜସ୍ମିତାଙ୍କ ସମେତ ବାବୁଲାଙ୍କ ଏକ ୧୩ ବର୍ଷର ଝିଅ ଓ ୬ ବର୍ଷର ପୁଅ ଅଛି। ଅନ୍ୟ ଦୁଇସନ୍ତାନ ସ୍ବାଭାବିକ ଥିବା ବେଳେ ରାଜସ୍ମିତା ଜନ୍ମରୁ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ମାଆ ଅଞ୍ଜଳି କହିଛନ୍ତି, ରାଜସ୍ମିତା ଜନ୍ମ ହେବା ପରେ ତା’ର ହାତ ସମେତ ଶରୀରର ବିଭିନ୍ନ ଭାଗରେ ଫୋଟକା ବାହାରି ଫାଟି ଯାଉଥିଲା। ପରେ ଚିହ୍ନ ହୋଇଯାଉଥିଲା। ଏହା ବିଭିନ୍ନ ସ୍ଥାନକୁ ମାଳିବା ପରେ ଘରୋଇ ଉପଚାର ସତ୍ତ୍ବେ କୌଣସି ସୁଫଳ ମିଳୁ ନଥିଲା। ଚର୍ମରୋଗ ଅନୁମାନ କରି ରାଜସ୍ମିତାକୁ ଭଞ୍ଜନଗର ଡାକ୍ତରଖାନା ଓ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେଇ ଡାକ୍ତରଙ୍କୁ ଦେଖାଇଥିଲେ। କିଛିଦିନ ଔଷଧ ଖାଇବା ସହ ମଲମ ଲଗାଇବା ପରେ ସାମାନ୍ୟ ଉପଶମ ମିଳିଥିଲା। କିଛିଦିନ ପରେ ପୁଣି ଫୋଟକା ‌ହେବା ସହ ଶରୀରର ଆକାର ବଢ଼ି ନଥିଲା। ଗୋଡ଼ ଓ ହାତ ବଙ୍କା ‌ହୋଇଯାଇଥିଲା।

ବର୍ତ୍ତମାନ ରାଜସ୍ମିତା ଗୋଲାପଡ଼ା ଉଚ୍ଚବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଛି। କିନ୍ତୁ ଯିବାଆସିବାରେ ସମସ୍ୟା ଦେଖା ଦେଉଥିବାରୁ ପ୍ରତିଦିନ ମାଆ ତାକୁ କାଖେଇ ବିଦ୍ୟାଳୟରେ ନେଇ ଛାଡ଼ୁଛନ୍ତି।। କିଛି ମାସ ବ୍ୟବଧାନରେ ଶରୀରରେ ଫୋଟକା ହେବା ସହ ଆପେ ଆପେ ଫାଟିଯାଉଛି।

ରାଜସ୍ମିତାଙ୍କ ଏଭଳି ଦୁରବସ୍ଥାକୁ ନେଇ ବାପାମାଆ ଭାଙ୍ଗି ପଡ଼ିଛନ୍ତି। ବାପା ବାବୁଲା ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ ମାଆ ମଧ୍ୟ ବେଳେ ବେଳେ ମୂଲ ଲାଗୁଛନ୍ତି। ସରକାରୀ ସହାୟତା କହିଲେ ମାସିକ ରାସନ୍ ସାମଗ୍ରୀ ମିଳୁଥିବା ବେଳେ ଗତ କିଛି ମାସ ତଳେ ରାଜସ୍ମିତାକୁ ଭତ୍ତା ମିଳୁଛି। ଏଭଳି ପରିସ୍ଥିତିରେ ଝିଅର ଚିକିତ୍ସାକୁ ନେଇ ବାପାମାଆ ଚିନ୍ତାରେ ପଡ଼ିଛନ୍ତି। ଅର୍ଥାଭାବରୁ ସେମାନେ ବ୍ରହ୍ମପୁର ଆସି ପାରୁ ନଥିବା ବେଳେ ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ କିମ୍ବା ବେସରକାରୀସ୍ତରରେ ସହାୟତା ମିଳିଥିଲେ ହୁଏତ, ରାଜସ୍ମିତା ସୁସ୍ଥ ହୋଇପାରିବ ବୋଲି ବାପା ବାବୁଲା ଆଶାବାଦୀ ଅଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।