ରାଜ୍ୟ ସ୍ପେଶାଲ ରିପୋର୍ଟ

ସୀତାଙ୍କ ସହ କଳି: ୪୨ ବର୍ଷ ହେଲା ଭାତ ଖାଇନାହାନ୍ତି ରାମ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କୋରେଇ : ଏହା ରାମାୟଣର ପ୍ରଭୁ ରାମଚନ୍ଦ୍ର-ସୀତାଙ୍କ କାହାଣୀ ନୁହେଁ। ରାମାୟଣରେ କ’ଣ ଏହିଭଳି କାହାଣୀ ଅଛି? ଏହାହେଉଛି, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ଗ୍ରାମର ରାମଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ନେଇ ଘଟିଥିବା ଏକ ଘଟଣା। ପତ୍ନୀ ସୀତାଙ୍କ ସହିତ ସାମାନ୍ୟ କଳିହେବାରୁ ୪୨ବର୍ଷ ହେଲା ଭାତ ଖାଇନାହାନ୍ତି ରାମଚନ୍ଦ୍ର। ଏହି ମନୋମାଳିନ୍ୟ ପାଇଁ ପତ୍ନୀ ସୀତା ବି ତାଙ୍କ ପାଖରେ ନାହାନ୍ତି। ନିଜର ପିଲାଙ୍କୁ ଧରି ତାଙ୍କଠାରୁ ଦୂରେଇ ଯାଇଛନ୍ତି।

ଭିକିପୁର ଗ୍ରାମର ରାମଚନ୍ଦ୍ର ମାଝୀ ଜଣେ ଦିନ ମଜୁରିଆ। ଜମିବାଡ଼ି ନାହିଁ, ପରଘରେ ମୂଲ ଲାଗନ୍ତି। ନହେଲେ ଶୁଖୁଆ ବିକି ପରିବାର ଚଳାନ୍ତି। ପରିବାରରେ ପତ୍ନୀ, ୫ ଝିଅ, ଦୁଇପୁଅ। ଝିଅମାନଙ୍କୁ ବାହା ଦେବାପରେ ଦୁଇପୁଅ ମଧ୍ୟ ବାହାହେଇ ସଂସାର କଲେଣି। ହେଲେ, ରାମଚନ୍ଦ୍ର ପରିବାରଠାରୁ ଅଲଗା ହୋଇ ଏକ ଭଙ୍ଗା କୁଡ଼ିଆରେ ରହୁଛନ୍ତି। ଏହାପଛରେ କାରଣ ହେଉଛି ୪୨ବର୍ଷ ତଳର ସେହି ଘଟଣା। ସେଦିନ ପରିବା ଆଣି ପତ୍ନୀ ସୀତାଙ୍କୁ ରୋଷେଇ କରିବା ପାଇଁ କହିଥିଲେ ରାମଚନ୍ଦ୍ର। ଘରର କାମ ପାଇଁ ବିଳମ୍ବ ହେବାରୁ ସୀତା ରୋଷେଇ କରିପାରିନଥିଲେ। କାମରୁ ଫେରିବା ପରେ ରୋଷେଇ ହୋଇନଥିବା ଦେଖି ସେ ସୀତାଙ୍କ ଉପରେ ରାଗି ଯାଇଥିଲେ। ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ସାମାନ୍ୟ କଳିତକରାଳ ହୋଇଥିଲା। ହେଲେ, ସେହିଦିନଠାରୁ ଭାତ ଆଉ ଖାଇବେ ନାହିଁ ବୋଲି ଜିଦ୍‌ ଧରିଥିଲେ ରାମଚନ୍ଦ୍ର। ୪୨ ବର୍ଷ ପରେ ବି ସେ ସେହି ଜିଦ୍‌ରେ ଅଟଳ ରହିଛନ୍ତି। ଆଜିପର୍ଯ୍ୟନ୍ତ ଭାତ ଖାଇନାହାନ୍ତି। ଚା, ଜଳଖିଆ, ଆଉ ମୁଢ଼ି ପାଲଟିଛି ତାଙ୍କର ପ୍ରଧାନ ଖାଦ୍ୟ। ସାହିପଡ଼ିଶାଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ପର୍ଯ୍ୟନ୍ତ ଯିଏ ଯେତେ ବୁଝାଇଲେ ବି ସେ କାହା କଥା ଶୁଣୁନାହାନ୍ତି।

ପତ୍ନୀ ଓ ପିଲାମାନେ ଅଲଗା ରହୁଥିବା ବେଳେ କିଛିଦୂରରେ ରହିଛି ତାଙ୍କ କୁଡ଼ିଆ, କଳି ପରେ ଯାହାକୁ ସେ ନିର୍ମାଣ କରିଥିଲେ। ସେଇଠି ରହିଲେ ବି ମୂଲମଜୁରି ଲାଗି ଯାହା ମିଳୁଛି, ସୀତାଙ୍କ ହାତକୁ ବଢ଼ାଇ ଦେଉଛନ୍ତି। ହେଲେ, ସୀତାଙ୍କ ହାତରନ୍ଧା ଖାଉନାହାନ୍ତି। ୪୨ ବର୍ଷ ହେଲା ଭାତଥାଳିଠାରୁ ନିଜକୁ ଦୂରେଇ ରଖିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।