ଦେଶ ବିଦେଶ ରାଜନୀତି

ମୋଦୀ ମ୍ୟାଜିକ ଆଗରେ ଫିକା ପଡିଲେ ବିରୋଧୀ । ଗୁଜରାଟରେ ପୁଣି ସରକାର ଗଢିଲା ବିଜେପି । ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ ।

ବ୍ୟୁରୋ: ସପ୍ତମ ଥର ପାଇଁ ଗୁଜରାଟରେ ସରକାର ଗଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ୧୮୨ ଆସନରୁ ୧୫୬ ଆସନରେ ବିଜୟୀ ହେବା ସହ ନୂଆ ରେର୍କଡ କରିଛି ବିଜେପି । କଂଗ୍ରେସ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ମାତ୍ର ୧୭ ଆସନରେ ପାଇଛି । ଯାହା ଗୁଜରାଟ ରାଜନୀତିରେ କଂଗ୍ରେସର ସବୁଠାରୁ ଖରାପ ପ୍ରଦର୍ଶନ । ବିଜେପିର ବିପୁଳ ବିଜୟ ପରେ ଗୁଜୁରାଟରୁ ଆରମ୍ଭ କରି ଦିଲ୍ଳୀ ପର୍ଯ୍ୟନ୍ତ ଚାଲିଛି ବିଜୟ ଉତ୍ସବ । ଦିଲ୍ଳୀ ମୁଖ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୨ତାରିଖରେ ନୂଆ ସରକାର ଶପଥ ନେବ ।

ଗୁଜରାଟରେ ବିଜେପିର ବିପୁଳ ବିଜୟ
ସପ୍ତମ ଥର ପାଇଁ ଗଢ଼ିବ ସରକାର

ଗୁଜରାଟରେ ଦୀର୍ଘ ୨୭ବର୍ଷ ଧରି ଶାସନ କରି ଆସୁଥିଲେ ବି ପୁଣି ଥରେ ବିଜେପି ଉପରେ ଭରସା କରିଛନ୍ତି ଗୁଜୁରାଟବାସୀ । ଆଉ ବିପୁଳ ଭୋଟରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । ୧୮୨ ଆସନ ବିଶିଷ୍ଟ ବିଧାନସଭାରୁ କେବଳ ବିଜେପି ୧୫୦ରୁ ଅଧିକ ଆସନରେ ବିଜୟୀ ହୋଇଛି । ଯାହା ଗୁଜୁରାଟ ବିଧାନସଭା ଇତିହାସରେ ଏକ ନୂଆ ରେକର୍ଡ । ଏଥିପାଇଁ ଗୁଜରାଟବାସୀଙ୍କୁ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର