ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, ସଂସଦ ଚଳାଇବାରେ ସବୁଦଳ କରନ୍ତୁ ସହଯୋଗ

ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ସଂସଦରେ ଶୀତକାଳୀନ ଅଧିବେଶନ । ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କହିଛନ୍ତି କି, ଦେଶ ଏବେ ଆଜାଦୀ କା ଅମୃତ କାଳରେ ଆଗକୁ ବଢୁଛି । ଏହସହ ଦେଶରେ ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା କିରବାର ସୁଯୋଗ ମିଳିଥିବାରୁ ସେ ଖୁସିବ୍ୟକ୍ତ କରି କହିଛନ୍ତି କି, ସାରା ବିଶ୍ୱ ଏବେ ଭାରତ ଉପରେ ଆଶା ପ୍ରକଟ କରୁଛି ।

ସେପଟେ ବିରୋଧୀଦଳ ମାନଙ୍କ ଉର୍ଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ଅଧିବେଶନ ବିକାଶକୁ ଉପର ସ୍ତରକୁ ନେବା ପାଇଁ ଅନୁଷ୍ଠିତ ହେଉଛି । ଭାରତକୁ ଆଗକୁ ବଢିବାକୁ ହେଲେ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ବିଶ୍ୱାସକୁ ନେଇଛନ୍ତି ଯେ ଅଧିବେଶନରେ ସମସ୍ତ ରାଜନୈତିକ ଦଳ ଚର୍ଚ୍ଚା କରିବାକୁ ମୁଖ୍ୟ ଉର୍ଦ୍ଦେଶ୍ୟ ଭାବନ୍ତୁ ।

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି କି, ମୋର ସବୁ ସାଂସଦମାନଙ୍କ ସହ ଅଣଉପଚାରିକ ଭାବେ ଭେଟ ହୋଇଛି । ସେମାନେ କହୁଛନ୍ତି କି ସଂସଦରେ ହଟ୍ଟଗୋଳ ଯୋଗୁଁ ଆଲୋଚନାକୁ ସ୍ଥଗିତ ରଖିବାକୁ ପଡୁଛି । ଏହାପରେ ସେମାନଙ୍କର ଅନେକ କ୍ଷତି ହେଉଥିବା କଥା ସେ କହିଛନ୍ତି । ସେପଟେ ଯୁବ ସାଂସଦମାନେ ଅଭିଯୋଗ କରିଛନ୍ତି କି, ସଂସଦ ଚାଲିବା ବେଳେ ସେମାନେ ଯାହା ଶିଖିବା କଥା ତାହା ଶିଖିପାରୁ ନାହାଁନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ