ଖେଳ ଦେଶ ବିଦେଶ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ବାଂଲାଦେଶ । ଦ୍ୱିତୀୟ ଦିନିକିଆରେ ୨ଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ ।

ବ୍ୟୁରୋ : ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ଏହି ମ୍ୟାଚରେ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିବ ବାଂଲାଦେଶ । ଅନ୍ୟପଟେ ଏହି ମ୍ୟାଚକୁ କଳେ ବଳେ କୌଶଳେ ଜିତିବାକୁ ଚାହିଁବ ଟିମ୍ ଇଣ୍ଡିଆ । କାରଣ ପ୍ରଥମ ଦିନିକିଆରେ ପରାଜିତ ହୋଇଥିଲା ଭାରତ । ତେଣୁ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ତିଷ୍ଠି ରହିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ନିଶ୍ଚୟ ବିଜୟ ହାସଲ କରିବାକୁ ହେବ ।

ଅନ୍ୟପଟେ ଦ୍ୱିତୀୟ ଦିନିକିଆରେ ୨ଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଶାହବାଜ ଅହମ୍ମଦ ଓ କୁଳଦୀପ ସେନଙ୍କ ସ୍ଥାନରେ ଉମରାନ ମଲ୍ଲିକ ଓ ଅକ୍ଷର ପଟେଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ତେଣୁ ଏହି ମ୍ୟାଚରେ ବିଜୟୀ ହୋଇ ସିରିଜରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ