ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁକ୍ରେନର ଏମିତି ଏକ ସହର, ଯେଉଁଠି ପରାଜୟ ହୋଇ ପଛକୁ ହଟିଲା ଋଷ । ଅନେକ କ୍ଷୟକ୍ଷତି ହୋଇଥିବା ଆକଳନ

ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧା ଆଜକୁ ପ୍ରାୟ ୯ମାସ ବିତିଗଲାଣି । ତଥାବି ଯୁଦ୍ଧ ସମାପ୍ତିର କୌଣସି ଆଶଂକା ଦେଖାଯାଉନାହିଁ । ଦୁନିଆର ଶକ୍ତିଶାଳି ରାଷ୍ଟ୍ର ମଧୟରେ ଆସୁଥିବା ଋଷ ଫେବ୍ରୁଆରୀ ୨୪ତାରିଖ ୨୦୨୨ରେ ୟୁକ୍ରେନ୍ ଉପରେ ପ୍ରଥମ ଆକ୍ରମଣ କରିଥିଲା । ଆକ୍ରମଣ କରିବାର ଏକ ସପ୍ତାହ ମଧ୍ୟରେ ୟୁକ୍ରେନକୁ କବ୍ଚା କରିନେବ ବୋଲି ଦାବି ମଧ୍ୟ କରିଥିଲା କିନ୍ତୁ ଯୁଦ୍ଧକୁ ୯ମାସ ବିତିଜାଇଥିବାବେଳେ ୟୁକ୍ରେକୁ ପରାଜୟ କରିପାରିନାହିଁ ଋଷ । ବୀଜୟ ହାସଲ କରିବାତ ଦୁରର କଥା । ୟୁକ୍ରେନର ଏପରି କିଛି ସହର ରହିଛି ଯେଉଁଠି ଋଷ ପରାଜିତ ହୋଇ ପଛକୁ ହଟିବାକୁ ପଡିଛି । ଋଷକୁ ଅନେକ କିଛି ହରାଇବାକୁ ପଡିଛି । କହିବାକୁ ଗଲେ ସବୁଠୁ ଅଧିକ କ୍ଷତି ସହିଛି ଋଷ ।

ୟୁକ୍ରେନର ଚୋର୍ନୋବାୟକବା ନାମକ ଏକ ସହର ରହିଛି । ଏହି ସହର ଉପରେ ଆକ୍ରମଣ କରି ପ୍ରଥମେ ଋଷ ବୀଜୟ ପତାକା ପୋତିଥିଲା ସତ କିନ୍ତୁ ୟୁକ୍ରେନ୍ ସେନା ହାର ମାନିବା ମୁଡରେ ନଥିଲେ । ପୁଣି ଋଷ ସେନା ଉପରେ ଆକ୍ରମଣ କରି ଏହି ସହରକୁ ନିଜ କବ୍ଚାକୁ ନେବାରେ ସଫଳ ହୋଇଥିଲା ୟୁକ୍ରେନ୍ ସେନା । ଏପରିକି ଋଷ ସେନାଙ୍କ ଅସ୍ତ୍ରସସ୍ତ୍ରକୁ ନେଇ ଋଷ ସେନା ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ଋଷର ଶହ ଶହ ଯବାନ ନିହତ ହୋଇଥିବା ବେଳେ ଋଷର ହେଲିକପ୍ଟର, ଏବଂ ଅନେକ ଟ୍ୟାଙ୍କର ନଷ୍ଟ ହୋଇତିବା ସୂଚନା ରହିଛି । କେବଳ ଏତିକି ନୁହେଁ, ଏହି ଯୁଦ୍ଧରେ ଋସ ସେନାର ଜେନେରାଲଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅନ୍ୟପଟେ ଋଷ ରକ୍ଷା ମନ୍ତ୍ରାଳୟ ୟୁକ୍ରେନ ଦେଇଥିବା କ୍ଷୟକ୍ଷତି ତଥ୍ୟକୁ ଖଣ୍ଡନ କରିଛି । କହିଛି, ଏହି ଯୁଦ୍ଧରେ ଋଷର କୌଣସି କ୍ଷତି ହୋଇନାହିଁ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ