ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଦ ହେବ କସ୍ତୁରବା ଗାନ୍ଧୀ ମାତୃ ନିକେତନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବରଗଡ଼ : ପଦ୍ମପୁର ଉପନିର୍ବାଚନର ଉଷ୍ଣତା ଭିତରେ ପାଇକମାଳସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ବନ୍ଦ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୨୦୨୩ ଆରମ୍ଭରେ ଏହି ଅନୁଷ୍ଠାନରେ ତାଲା ଝୁଲିବ ବୋଲି ଜଳଜଳ ଦିଶୁଛି। ପଶ୍ଚିମ ଓଡ଼ିଶାର ମଦର ତେରେସା ଭାବରେ ଅଭିହିତ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ବହ୍ନିକନ୍ୟା ପାର୍ବତୀ ଗିରି ଗଢ଼ିଥିବା ଏହି ଅନୁଷ୍ଠାନକୁ ପୁନର୍ବାର ଜୀବନ୍ୟାସ ଦେବାକୁ ପ୍ରଶାସନ କିମ୍ବା ସରକାରୀ ସ୍ତରରେ କିଛି ପଦକ୍ଷେପ ନ ହେବା ଆଶ୍ଚର୍ଯ୍ୟର କଥା। ଉପନିର୍ବାଚନ ବେଳେ ଏହା ଏକ ପ୍ରସଂଗ ହେବ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା। କିନ୍ତୁ କୌଣସି ଦଳ ଏହା ଉପରେ ମୁହଁ ଫିଟାଇ ନଥିଲେ।

ସତୁରି ଦଶକରେ ପାର୍ବତୀ ଗିରି ଗଢ଼ି ଥିବା ବେଳେ ତାଙ୍କର ସହଯୋଗୀମାନେ ପରବର୍ତ୍ତୀ ସମୟରେ ଏହାର ପରିଚାଳନା କରିଥିଲେ। ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଏଠାରେ ଶିଶୁ ପ୍ରଯତ୍ନ କେନ୍ଦ୍ର ଅବସ୍ଥାପିତ କରି ସେହି ଅନୁଦାନରେ ଅନୁଷ୍ଠାନ ଚଳୁଥିଲା। କିନ୍ତୁ ବାଦବିବାଦ ଏବଂ ଆରୋପ ପ୍ରତ୍ୟାରୋପ ଭିତରେ ଏଠାରେ ତାଲା ଝୁଲିବାକୁ ଯାଉଛି। ଏଠାରେ ଥିବା ଶହେ ପିଲାଙ୍କୁ କେଉଁ ସ୍ଥାନକୁ ପଠାଯିବ, ସେ ନେଇ ଫାଇଲ୍‌ ଚାଷ ବି ଆରମ୍ଭ ହୋଇଛି। ୧୮ ମାସର ଅନୁଦାନ ମିଳି ନଥିବାରୁ ଅନୁଷ୍ଠାନ ଚଳାଇବା ସମ୍ଭବ ନୁହେଁ ବୋଲି କମିଟି କହୁଛି। ବରଗଡ଼ ଡିସିପିଓଙ୍କୁ ବକେୟା ଅନୁଦାନ ମିଳିବା ପାଇଁ ପଦକ୍ଷେପ ନେଉନଥିବା କମିଟି ଅଭିଯୋଗ କରିଛି।

Ads by

ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଡିସିପିଓ ମଂଜୁ ଏକ୍କା ଖଣ୍ଡନ କରିଛନ୍ତି। କମିଟି ଅନୁ‌ଷ୍ଠାନ ଚଳାଇ ପାରିବନି ବୋଲି ଲିଖିତ ଭାବେ ଜଣାଇଛି। ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ଏବଂ ରାଜ୍ୟ ଶିଶୁ ସୁରକ୍ଷା ସମିତିର ଅନୁମତି ପରେ ଅନୁଷ୍ଠାନ ପାଇଁ ବନ୍ଦ ନେଇ ନିଷ୍ପତ୍ତି ହୋଇଛି। ଉକ୍ତ ଅନୁ‌ଷ୍ଠାନ ୨୦୧୬ରୁ ୨୦୧୯ ଯାଏଁ ୟୁସି ଦାଖଲ କରିନାହିଁ। ଯାହାର ତନାଘନା ଚାଲିଛି। ଏପରିକି ଅନୁଷ୍ଠାନର ଲାଇସେନ୍ସ ମଧ୍ୟ ସରିବାକୁ ବସିଛି। ତେଣୁ ନୀତିନିୟମ ଅନୁସାରେ ଏହାକୁ ବନ୍ଦ କରିବାକୁ କୁହାଯାଉଛି ବୋଲି ଡିସିପିଓ କହିଛନ୍ତି। ତେବେ ବରଗଡ଼ ଜିଲ୍ଲାବାସୀଙ୍କ ଭାବାବେଗ ସହ ଜଡ଼ିତ ଏହି ଅନୁ‌ଷ୍ଠାନ ଯେ ଇତିହାସ ପାଲଟିଯିବ, ତାହା ସହଜରେ ହଜମ ହେଉନାହିଁ।

ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ସାଂସଦ: ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ତ୍ୟାଗର ପ୍ରତୀକ ହେଲା ଏହି ଅନୁଷ୍ଠାନ। ଅନାଥ ଶିଶୁଙ୍କ ଭବିଷ୍ୟତ ସହ କୌଣସି ହିସାବରେ ସାଲିସ୍‌ କରିବା ଅନୁଚିତ। ସେଠାରେ ପରିଚାଳନାଗତ ଯାହା ତ୍ରୁଟି ରହିଛିି, ପ୍ରଶାସନିକ ଏବଂ ସରକାରୀ ସ୍ତରରେ ସମାଧାନ ସହ ଏହି ଅନୁଷ୍ଠାନକୁ ଆଗେଇ ନେବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ଉଚିତ।

ସୁରେଶ ପୂଜାରୀ, ସାଂସଦ: ଯଦି ଏହି ଅନୁ‌ଷ୍ଠାନର ପରିଚାଳନା ପାଇଁ କିଛି ସମସ୍ୟା ଅଛି, ତେବେ ସରକାର ଏହାର ଦାୟିତ୍ବ ନେବା କଥା। ବହ୍ନିକନ୍ୟାଙ୍କ ସାମାଜିକ ସେବାର କେନ୍ଦ୍ର ବିନ୍ଦୁ ହେଲା ଏହି ଅନୁଷ୍ଠାନ। ଏହା ଅସହାୟଙ୍କ ଆଶୟସ୍ଥଳୀ। ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଅନୁଷ୍ଠାନରେ ତାଲା ମାରିବା ସମସ୍ୟାର ସମାଧାନ ନୁହେଁ। ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ।

ଲିଟୁ ମହାନ୍ତି, ସିନେ ନିର୍ଦ୍ଦେଶକ: ଦୀର୍ଘ ୫୩ବର୍ଷ ଧରି ବହ୍ନିକନ୍ୟା ଦେଶ ସେବା ଓ ସମାଜସେବା କରିଥିଲେ। ବିନା କୌଣସି ବାହ୍ୟ ସହାୟତାରେ ପାର୍ବତୀ ଗିରି ଏହି ଅନୁଷ୍ଠାନ ଗଢ଼ିଥିଲେ। ଆଜି ସରକାର କୋଟିକୋଟି ଟଙ୍କା ଏହାକୁ ସହାୟତା ଦେଉଛନ୍ତି। କିନ୍ତୁ ପରିଚାଳନା କମିଟି ଏହାକୁ ଏକପାଖିଆ ବନ୍ଦ ନିଷ୍ପତ୍ତି ନେବା ଗ୍ରହଣୀୟ ନୁହେଁ। ପ୍ରଶାସନର ନିରବତା ବି ଗ୍ରହଣୀୟ ନୁହେଁ। ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆତ୍ମାହୁତି ଦିଆଯିବ।

ନିରୋଜ ‌ଦୋରା, ସମାଜସେବୀ: ମୁଁ ପାର୍ବତୀ ଗିରିଙ୍କ ସାଂଗେ ସମାଜସେବାରେ ଜଡ଼ିତ ଥିଲି। ଏହି ଅନୁଷ୍ଠାନ ସହ ବି ଜଡ଼ିତ। କିନ୍ତୁ ଦୁଃଖ ଲାଗୁଛି, ରକ୍ତଝାଳ ବୁହାଇ ଗଢ଼ି ଉଠିଥିବା ଏହି ଐତିହାସିକ ଅନୁଷ୍ଠାନ ଏବେ ଦୁର୍ଦ୍ଦିନରେ। ଶେଷରେ ବନ୍ଦ ହେବା ସ୍ଥିତିରେ। ଏହା ସମସ୍ତଙ୍କ ପାଇଁ ଦୁଃଖଦାୟକ। ଯଦି ଏହାକୁ ପରିଚାଳନା କମିଟି ଚଳାଇପାରୁନି, ନୂଆଁ କମିଟି ଗଠନ କରାଯାଉ। ସରକାର ଯଥାଶୀଘ୍ର ଏହାର ପରିଚାଳନା ଦାୟିତ୍ବ ତୁଲାଇବା କଥା।

ରାଜେଶ ଅଗ୍ରୱାଲ, ସମାଜସେବୀ: ସ୍ବାଧୀନତା ସଂଗ୍ରାମର ବାର୍ତା ବହନ କରୁଥିବା ଏହି ଅନୁଷ୍ଠାନକୁ କୌଣସି ହିସାବରେ ବନ୍ଦ କରିବା ଅନୁଚିତ। ଯାହା ଅଭାବ ଅସୁବିଧା ରହିଛି, ତାହା ବିଭିନ୍ନ ଉତ୍ସରୁ ସମାଧାନ କରାଯାଇ ପାରିବ। କିନ୍ତୁ ଏଠାରେ ତାଲା ମାରିବା ଗ୍ରହଣୀୟ ନୁହେଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।