ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆପ୍ ସାଂସଦ ସଂଜୟ ସିଂଙ୍କ ଦମ୍ଭୋକ୍ତି, ୨୦୨୪ ରେ ମୋଦୀଙ୍କ ସହ ହେବ କେଜ୍ରିୱାଲଙ୍କ ଲଢେଇ

ବ୍ୟୁରୋ : ଦିଲ୍ଲୀ ନଗର ନିଗମର ୨୫୦ ଟି ୱାର୍ଡ ପାଇଁ ହୋଇଥିବା ଭୋଟଗ୍ରହଣ ପରେ ଆଜି ଗଣତି ଚାଲିଛି । ଗଣତିରୁ ଆସୁଥିବା ଟ୍ରେଣ୍ଡ ମୁତାବକ ୧୫ ବର୍ଷ ଧରି ଏମସିଡିରେ ବିଜେପି ଶାସନ ଶେଷ ହେବାକୁ ଯାଉଛି ଓ ସେଠାରେ ଆମ୍ ଆଦମୀ ପାର୍ଟି ଦଖଲ କରୁଛି । ହେଲେ କଂଗ୍ରେସ ଅନ୍ୟଥର ଠାରୁ ଏଥର ଖରାପ ପ୍ରଦର୍ଶନ କରିଛି । ଶେଷ ଫଳାଫଳ ସୁଦ୍ଧା ୨୫୦ ଟି ୱାର୍ଡ ମଧ୍ୟରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ୧୧୪ ଟି ୱାର୍ଡରେ ବିଜୟଲାଭ କରିଥିବା ବେଳେ ୧୬ ଟି ୱାର୍ଡରେ ଆଗୁଆ ରହିଛି । ସେହିଭଳି ବିଜେପି ୯୬ ଟି ୱାର୍ଡରେ ବିଜୟଲାଭ କରିଥିବା ବେଳେ ୧୧ ଟି ୱାର୍ଡରେ ଆଗୁଆ ରହିଛି । କଂଗ୍ରେସ ୬ ଟି ୱାର୍ଡରେ ବିଜୟଲାଭ କରିଛି ଓ ଦୁଇଟି ୱାର୍ଡରେ ଆଗୁଆ ରହିଛି ।

ଦୀର୍ଘ ୧୫ ବର୍ଷ ପରେ ଦିଲ୍ଲୀ ନଗରନିଗମ ବିଜେପି ହାତରୁ ଯାଉଛି । ଏହାକୁ ନେଇ ଆମ୍ ଆଦମୀ ପାର୍ଟି ଏବେ ଉତ୍ସବ ପାଳନ କରୁଛି । ଏହି କ୍ରମରେ ଆପ୍,ର ରାଜ୍ୟସଭା ସାଂସଦ ସଂଜୟ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଦିଲ୍ଲୀର ଜନତା ବିଜେପିର ଦୁର୍ନୀତିଖୋର ରାଜନୀତିକୁ ପ୍ରତ୍ୟାଖାନ କରିଛନ୍ତି । ଏହାସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଲଢେଇ ମୋଦୀ ବନାମ କେଜ୍ରିୱାଲଙ୍କ ମଧ୍ୟରେ ହେବ । ସେ କହିଛନ୍ତି ଯେ ଗୋଟିଏ ନଗର ନିଗମ ନିର୍ବାଚନରେ ବିଜେପି ୧୭ ଜଣ କେନ୍ଦ୍ରମନ୍ତ୍ରୀ ୮ ଜଣ ମୁଖ୍ୟମନ୍ତ୍ରୀ ଓ ୧୦୦ ଜଣ ସାଂସଦଙ୍କୁ ପ୍ରଚାରରେ ଲଗାଇ ବି ଆପକୁ ପରାଜିତ କରିବାରେ ବିଫଳ ହୋଇଛି । ଏହା କେଜ୍ରିୱାଲଙ୍କ ଲୋକପ୍ରିୟତାର ପ୍ରମାଣ ବୋଲି ସେ କହିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ