ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀର ଦିଲ୍ ଜିତିଲା ଆପ୍ । ୧୩୪ ଆସନରେ ବିଜୟ ସହ ଏମସିଡି ନିର୍ବାଚନରେ ମାରିଲା ବାଜି, ୧୫ ବର୍ଷ ପରେ ବିଜେପି ହାତରୁ ଖସିଲା ଏମସିଡି ।

ବ୍ୟୁରୋ : ଦିଲ୍ଲୀର ଦିଲ୍ ଜିତିନେଲେ କେଜ୍ରିୱାଲ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆପ୍ ଦେଖାଇଲ ଦମ୍ । ୧୩୪ ଆସନରେ ବିଜୟ ସହ ଦିଲ୍ଲୀ ଏମସିଡି ଦଖଲକୁ ନେଇଛି ଆମ୍ ଆଦମୀ ପାର୍ଟି । ଏହାସହ ଦୀର୍ଘ ୧୫ ବର୍ଷ ଧରି ବିଜେପିର ଗଡ ଥିବା ଏମସିଡିକୁ କରାୟତ୍ତ କରିଛି କେଜ୍ରିୱାଲଙ୍କ ଆପ୍ । ପ୍ରଥମରୁ ଉଭୟ ଆପ୍ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଭୋଟ ଗଣତି ଆଗକୁ ବଢିବା ସହ ଗୋଟିଏ ପରେ ଗୋଟିଏ ଅଧିକ ଆସନ ଆପ୍ ଖାତାରେ ଯୋଡି ହୋଇଥିଲା । ସେହିଭଳି କଂଗ୍ରେସକୁ ମାତ୍ର ୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ବିଜେପି ଖାତାକୁ ୧୦୪ଟି ଆସନ ଆସିଛି । ଆଉ ଏହାସହ ମ୍ୟାଜିକ ନମ୍ବର ୧୨୬ ହାସଲ କରିଛି ଆମ୍ ଆଦମୀ ପାର୍ଟି । ଏବେ ନିର୍ବାଚିତ ପ୍ରତିନିଧି ମାନେ ନୂଆ ମେୟର ବାଛିବେ । ଯେହେତୁ ଆପ୍ ବଡ ଦଳ ଭାବେ ଉଭା ହୋଇଛି ତେଣୁ ମେୟର ପଦ ମଧ୍ୟ ଆପ୍ ହାତେଇବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ଏହି ନିର୍ବାଚନରେ ବିଜୟ ପରେ ଦିଲ୍ଲୀ ଆପ୍ କାର୍ଯ୍ୟାଳୟରେ ସେଲିବ୍ରେସନ ଆରମ୍ଭ ହୋଇଛି । ଦଳର ବରିଷ୍ଠ ଓ ତୁଙ୍ଗ ନେତା ମାନେ ଆପ୍ କାର୍ଯ୍ୟାଳୟରେ ପହଞ୍ଚି କର୍ମୀ ମାନଙ୍କ ସହ ସେଲିବ୍ରେସନ କରିଛନ୍ତି । ବାଜା ବଜାଇ ଓ ମିଠା ଖୁଆଇ ଦିଲ୍ଲୀରେ ବିଜୟ ଉତ୍ସବ ପାଳିଛି ଆପ୍ । ସେହିଭଳି ଆପ୍ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି, ଆସନ୍ତାକାଲି ମଧ୍ୟ ଗୁଜରାଟରୁ ଭଲ ଖବର ଆସିବ । ବିଭିନ୍ନ ଗଣମାଧ୍ୟମର ସର୍ଭେ ଓ ଏକଜିଟ୍ ପୋଲ ରିପୋର୍ଟ ଭୁଲ ପ୍ରମାଣିତ ହେବ । ଲୋକେ ଏବେ ପରିବର୍ତ୍ତନ ଚାହିଁଲେଣି । ଦେଶର ବଡ ପାର୍ଟିକୁ ହରାଇ ଆପ୍ ଏହି ବିଜୟ ହାସଲ କରିଛି । ତେଣୁ ଜନତାଙ୍କ ମୁଡରେ ପରିବର୍ତ୍ତନ ଆସୁଥିବା ନେଇ ସଂକେତ ମିଳୁଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ