ରାଜ୍ୟ

ତାମିଲନାଡ଼ୁର ସଫେଇ କପଡ଼ା, ଓଡ଼ିଶାରେ ସ୍କୁଲ୍‌ ପୋଷାକ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭବାନୀପାଟଣା, (ଦେବେନ୍ଦ୍ର ବିଶି): ଓଡ଼ିଶାରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଉଛି। ଏହି ପୋଷାକ ପରିଧାନଯୋଗ୍ୟ କି ନୁହଁ, ଏନେଇ ମାନ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହାର ସୁଯୋଗରେ ବ୍ୟବସାୟୀମାନେ ତାମିଲନାଡୁରୁ କମ୍‌ ଦରରେ ଅଣପରିଧାନଯୋଗ୍ୟ ବା ସଫେଇରେ ବ୍ୟବହୃତ କପଡ଼ା ବା ଥାନ ଆଣି ସେଇଥିରେ ପୋଷାକ ତିଆରି କରି ସ୍କୁଲ୍‌ଗୁଡ଼ିକୁ ‌ଯୋଗାଉଛନ୍ତି। ବିଭିନ୍ନ କାମରେ ଲାଗୁଥିବା ଏହି ଅଣପରିଧାନଯୋଗ୍ୟ କପଡ଼ାଗୁଡ଼ିକର ପ୍ରସ୍ତୁତିରେ ମାରାତ୍ମକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ଏହାଦ୍ବାରା ବର୍ଷବର୍ଷ ଧରି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ୁଛି। ଏହାସତ୍ତ୍ବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନ ପରୀକ୍ଷା ପାଇଁ କୌଣସି ଆଗ୍ରହ ଦେଖାଉନାହିଁ।

ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ୨ ହଳ ପୋଷାକ ବଣ୍ଟନ କରାଯାଉଛି। ପ୍ରତ୍ୟେକ ଛାତ୍ର କିମ୍ବା ଛାତ୍ରୀଙ୍କ ପୋଷାକ ବାବଦରେ ସ୍କୁଲ୍‌ କମିଟିକୁ ୨୦୦ ଟଙ୍କା ଦିଆଯାଉଛି। ୨ହଳ ପୋଷାକ ପାଇଁ ୪୦୦ ଟଙ୍କା ଜମା କରାଯାଉଛି। ପରିଚାଳନା କମିଟିର ସୁପାରିସକ୍ରମେ ଏହି ପୋଷାକ କିଣାଯାଉଛି। କମିଟି ବୈଠକରେ ଗୃହୀତ ପ୍ରସ୍ତାବ ବ୍ଲକ୍‌ ଶିକ୍ଷାଧିକାରୀ (ବିଇଓ) କାର୍ଯ୍ୟାଳୟକୁ ପଠାଯାଇଥାଏ। ତାଙ୍କ ସୁପାରିସ ଅନୁଯାୟୀ ସମ୍ପୃକ୍ତ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥାଏ। ଏହା ହେଉଛି ସରକାରଙ୍କ ଦ୍ବାରା ସ୍ଥିର କରାଯାଇଥିବା ନିୟମ। ମାତ୍ର, ପରିଚାଳନା କମିଟି ପକ୍ଷରୁ ନାମକୁମାତ୍ର କୋଟେସନ ଦର୍ଶାଯାଉଥିବା ବେଳେ ବ୍ୟବସାୟୀମାନେ ମାନ ପ୍ରତି ଗୁରୁତ୍ବ ନଦେଇ ନିଜ ଇଚ୍ଛା ମୁତାବକ ପୋଷାକ କିଣୁଛନ୍ତି। ଏହାର ଏକ ସଙ୍ଗିନ ଅଭିଯୋଗ ସାମ୍‌ନାକୁ ଆସିଛି। ଅଭିଯୋଗ ଅନୁସାରେ, ବ୍ୟବସାୟୀମାନେ ତାମିଲନାଡୁର ଇରୋଡ଼, ତିରପୁର ଓ କୋଇମ୍ବାଟୁରର କାରଖାନାରୁ ଅଣପରିଧାନଯୋଗ୍ୟ କପଡ଼ା ଆଣୁଛନ୍ତି। ମିଟର ପିଛା ମାତ୍ର ୪୦ଟଙ୍କାରେ ସେମାନେ କ୍ରୟ କରୁଛନ୍ତି।

ଉଦ୍‌ବେଗର ବିଷୟ ହେଉଛି ଯେ ଏହିସବୁ ପୋଷାକଗୁଡ଼ିକ ତାମିଲନାଡୁର ବିଭିନ୍ନ କାରଖାନାରେ, ରେଲୱେର ବିଭିନ୍ନ ସଫେଇ କାର୍ଯ୍ୟ, ରେଳପତାକା, ବର୍ଜ୍ୟବସ୍ତୁ, ଶିଳ୍ପଭିତ୍ତିକ ଓ ଡମ୍ପିଂ ଓ ଘର ପୋଛିବା ନିମନ୍ତେ ପ୍ରସ୍ତୁତ କରାଯାଉଛି। ସେହି ରାଜ୍ୟରେ ପରିଧାନ ପାଇଁ ଏହି ପୋଷାକକୁ ବାରଣ କରାଯାଇଛି। ଅଥଚ, ବ୍ୟବହାର ପାଇଁ ଉପଯୋଗ ହେଉନଥିବା ଏହି କପଡ଼ାରେ ପ୍ରସ୍ତୁତ
ପୋଷାକକୁ ଆମ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ପିନ୍ଧିବା ପାଇଁ ଦିଆଯାଉଛି। କଟନ କପଡ଼ା ପରିବର୍ତ୍ତେ ଏହି କେମିକାଲଯୁକ୍ତ କପଡ଼ା ଓଡ଼ିଶାର ସ୍କୁଲଗୁଡ଼ିକରେ ବଣ୍ଟାଯାଉଛି। ବର୍ଷ ବର୍ଷ ଧରି ଏହି କପଡ଼ା ଛାତ୍ରଛାତ୍ରୀ ପରିଧାନ କରୁଥିଲେ ମଧ୍ୟ ଏହାର ଗୁଣବତ୍ତା ଓ ଲ୍ୟାବ୍‌ଟେଷ୍ଟ ପାଇଁ ସରକାରୀ ସ୍ତରରେ କୌଣସି ଉଦ୍ୟମ ହେଉନାହିଁ। କେତେଜଣ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ‌ରେ, ଏହି କପଡ଼ା ସ୍ବାସ୍ଥ୍ୟ ଓ ଚର୍ମ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ।

କେବଳ କଳାହାଣ୍ଡି ଜିଲ୍ଲାରେ ଚଳିତବର୍ଷ ୧ ଲକ୍ଷ ୮୫ ହଜାର ୪୭୦ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ୯୨ ହଜାର ୯୪୭ ଜଣ ଛାତ୍ର ଓ ୯୨ ହଜାର ୫୨୩ ଜଣ ଛାତ୍ରୀ ସାମିଲ୍‌ ଥିଲେ। ସେହିଭଳି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାଗଣା ପୋଷାକ ପରିଧାନ କରୁଛନ୍ତି। ରାଜ୍ୟ ସରକାର ତୁରନ୍ତ ପ୍ରତି ଜିଲ୍ଲାରେ ଏହି କପଡ଼ାର ମାନ ପରୀକ୍ଷା ପାଇଁ ପରୀକ୍ଷଣ କେନ୍ଦ୍ର ସ୍ଥାପନ କରିବା ସହିତ ମାଗଣା ପୋଷାକର ଲ୍ୟାବ୍‌ଟେଷ୍ଟ କରାଇଲେ, ଏହାର ଗୁଣବତ୍ତା ଲୋକଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ଏନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଶିକ୍ଷା ବିଭାଗ ପକ୍ଷରୁ ପୋଷାକ କିଣିବା ନିମନ୍ତେ ସ୍କୁଲ୍‌ କମିଟିର ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ। ସେମାନେ କୋଟେସନ୍‌ ମଗାଇ କପଡ଼ା କିଣିବା ନିମନ୍ତେ ସ୍ଥିର କରିଥା’ନ୍ତି। ସେମାନଙ୍କ ସୁପାରିସକ୍ରମେ ବ୍ୟାଙ୍କରୁ ଟଙ୍କା ଉଠାଣ କରାଯାଇ ବ୍ୟବସାୟୀଙ୍କୁ ଦିଆଯାଏ ବୋଲି ସେ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।