ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ୱବ୍ୟାଙ୍କର ସତର୍କବାଣୀକୁ ନେଇ ଚିନ୍ତାରେ ଭାରତ, ‘ମଣିଷର ସହିବା ସୀମା ଟପିବ ତାପମାତ୍ରା’

ବ୍ୟୁରୋ : ପ୍ରତିବର୍ଷ ଦେଶରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ଭାବେ ଜଳବାୟୁ ପରିବର୍ତ୍ତନ ବୋଲି କୁହାଯାଉଛି । ଏଭଳି ଜଳବାୟୁ ପରିବର୍ତ୍ତନ ଫଳରେ ସଠିକ ସମୟରେ ଶୀତ ଅନୁଭବ ହେଉନଥିବା ବେଳେ ବର୍ଷା ହେବାର କିଛି ତାଳମେଳ ରହୁନାହିଁ । ସବୁଠାରୁ ବଡକଥା କି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅସମୟରେ ବନ୍ୟା ଓ ବାତ୍ୟା ଭଳି ସ୍ଥିତି ଦେଖାଦେଉଛି । କିନ୍ତୁ ଏସବୁ ଭିତରେ ବିଶ୍ୱବ୍ୟାଙ୍କ ଯେଉଁ ସତର୍କବାଣୀ ଜାରି କରିଛି ତାହା ଏବେ ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିବ । ବିଶ୍ୱ ବ୍ୟାଙ୍କ କହିଛି କି ଖୁବଶୀଘ୍ର ଭାରତରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିବ କି, ମଣିଷ ସହ୍ୟ କରିବାର ସୀମା ଟପିବ ତାପମାତ୍ରା ।

ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ‘କ୍ଲାଇମେଟ ଇନଭେଷ୍ଟମେଣ୍ଟ ଅପର୍ଚୁନିଟିଜ ଇନ ଇଣ୍ଡିଆସ କୁଲିଂ ସେକ୍ଟର’ ରେ କୁହାଯାଇଛି କି ଭାରତରେ ଏବେ ଖୁବଶୀଘ୍ର ଗ୍ରୀଷ୍ମପ୍ରବାହ ଅନୁଭୁତ ହେଉଛି । ଏହାସହ ଗ୍ରୀଷ୍ମପ୍ରବାହ ତାର ଅବଧି ଠାରୁ ଅଧିକ ଦିନ ରହୁଛି । ଏହି କ୍ରମରେ ଆଗକୁ ଏଭଳି ଗ୍ରୀଷ୍ମପ୍ରବାହ ଅନୁଭୁତ ହେବାକୁ ଯାଉଛି କି ଯାହା ମଣିଷ ପାଇଁ ଅସହ୍ୟ ହୋଇପଡିବ ।

ରିପୋର୍ଟରେ କୁହାଯାଇଛି କି ୨୦୨୨ ମାର୍ଚ୍ଚ ମାସରେ ହଠାତ ତାପମାତ୍ରା ବୃଦ୍ଧି ପାଇଥିଲା । ଏହାକୁ ଦେଶର ସବୁଠାରୁ ଅଧିକ ଗରମ ମାର୍ଚ୍ଚମାସ ବୋଲି କୁହାଯାଉଛି । ସେହିଭଳି ଏପ୍ରିଲମାସରେ ମଧ୍ୟ ତାପମାତ୍ରା ରେକର୍ଡ ଭାଙ୍ଗିଥିଲା । ପ୍ରଥମଥର ପାଇଁ ଏପ୍ରିଲମାସରେ ଦିଲ୍ଲୀର ତାପମାତ୍ରା ୪୬ ଡିଗ୍ରୀ ଉପରେ ପହଂଚିଥିଲା । ହେଲେ ଏବେ ବିଶ୍ୱବ୍ୟାଙ୍କ ତାର ରିପୋର୍ଟରେ କହିଛି କି ଏହି ସ୍ଥିତି ଆଗକୁ ଅସମ୍ଭାଳ ହେବାକୁ ଯାଉଛି । ଆଗାମୀ ଦିନରେ ଏଭଳି ତାପମାତ୍ରା ଅନୁଭବ ହେବାକୁ ଯାଉଛି ଯେ ଯାହା କି ଲୋକମାନଙ୍କ ପାଇଁ ଅସହ୍ୟ ହେବ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ