ଅପରାଧ ରାଜ୍ୟ

ଚୋରିରେ କଟକ ଶୀର୍ଷରେ, ସହରରେ ମାତିଲେଣି ଏରାଗୁଲା!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ: କଟକ ସହରରେ ସମ୍ପତ୍ତି ଜନିତ ଅପରାଧ ମାମଲାରେ ଚୋରି ଭଳି ଅପରାଧ ଶୀର୍ଷ ସ୍ଥାନରେ ରହିଛି। ତା’ ପଛକୁ ସିନ୍ଧିଚୋରି ଦ୍ବିତୀୟ ସ୍ଥାନ, ଛିନତାଇ ଓ ଡକାୟତି ଭଳି ଅପରାଧରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଗଲା ପାଞ୍ଚ ବର୍ଷ ହେବ ରହି ଆସିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବାଲିଯାତ୍ରା ପରେ ପୁଣି ସହରରେ ମାତିଥିବା ଲୁଟେରା ଦଳ ୧୫ ଦିନ ଭିତରେ ସମାନ ଶୈଳୀରେ ୫ ଟି ସ୍ଥାନରେ ଘର ଭଙ୍ଗାରୁଜା କରି ସମ୍ପତ୍ତି ଲୁଟିବା ଘଟଣା ଏବେ ଆତଙ୍କ ସୃଷ୍ଟି କଲାଣି। ଗୋଟିଏ ପଟେ ଚୋରି ଓ ସିନ୍ଧିଚୋରି ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୁଲିସ ଅପରାଧୀଙ୍କୁ ଠାବ କରିବା ଓ ଚାର୍ଜସିଟ୍ ଦାଖଲରେ ଅପେକ୍ଷାକୃତ ଦୁର୍ବଳ ଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗଲା ୫ ବର୍ଷ ଭିତରେ ଚୋରି, ଛିନତାଇ, ସିନ୍ଧିଚୋରି ଓ ଡକାୟତି ଭଳି ଅପରାଧ ୪ ହଜାର ୩ଶହ ୭ଟି ଘଟିଛି। କେବଳ ଚୋରି ମାମଲା ସହରରେ ୨ ହଜାର ୯୫୨ଟି ହୋଇଛି।

ଏଥିରେ ଗିରଫ ସଂଖ୍ୟା ୧୯୮୩ ରହିଥିବା ବେଳେ ଚାର୍ଜସିଟ୍ ୧୨ଶହ ୯୯ ମାମଲାରେ ହୋଇପାରିଛି। ଏହି ସମୟରେ ସହରରେ ସିନ୍ଧି ଚୋରି ମାମଲା ୭୫୧ଟି ଘଟିଲାଣି। ଏଥିରେ ୬୫୫ ଜଣ ଗିରଫ ହୋଇଥିବା ବେଳେ ଚାର୍ଜସିଟ୍ ମାତ୍ର ୩୪୩ ମାମଲାରେ ଦାଖଲ ହୋଇଛି। ଘର ଭାଙ୍ଗି ଚୋରି ଓ ସିନ୍ଧିଚୋରି ଭଳି କାଣ୍ଡ ଘଟାଇବା ପଛରେ ମୁଖ୍ୟତଃ ଏରାଗୁଲା ଗ୍ୟାଙ୍ଗର ସଦସ୍ୟ ଥିବା କୁହାଯାଉଛି। ଏମାନେ ମୁଖ୍ୟତଃ ବ୍ରହ୍ମପୁର ଓ ଯାଜପୁର ଜିଲ୍ଲା ସୁକିନ୍ଦାରୁ କଟକ ଆସି ହୋଟେଲରେ ଅସ୍ଥାୟୀ ଭାବେ ଆଶ୍ରୟ ନେଉଥିବା ବେଳେ ଏଭଳି ସିରିଜ୍ ଅପରାଧ ଘଟାଇ ଟଙ୍କା, ସୁନା ସହିତ ଫେରାର ହୋଇଯାଉଛନ୍ତି। ପୁଲିସ ଏଥିପ୍ରତି ସତର୍କ ନହେଲେ କରୋନା ସମୟରେ ମଧୁପାଟଣା ଅଞ୍ଚଳରେ ଯେଭଳି ସିରିଜ୍ ଲୁଟ୍ ଘଟିଥିଲା, ସେଭଳି ପୁଣି ଘଟିବାର ଆଶଙ୍କା କରାଯାଉଛି।

୧୫ ଦିନରେ ୫ ସିନ୍ଧିଚୋରି

ଗଲା ୧୫ ଦିନ ମଧ୍ୟରେ କଟକ ସହରରେ ୫ଟି ସିନ୍ଧିଚୋରି ଘଟିଲାଣି। ସମସ୍ତ ଘଟଣାରେ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରେ ପଶିବା ପରେ ସୁନା ଅଳଙ୍କାର, ଟଙ୍କା ଲୁଟି ନେଇଛନ୍ତି। ସବୁ ଘଟଣାରେ ସେଣି, ରଡ଼ ଭଳି ଲୁହା ସାମଗ୍ରୀ ଦୁର୍ବୃତ୍ତମାନେ ବ୍ୟବହାର କରିଛନ୍ତି। ବିଡାନାସୀ ପୁଲିସ କଲୋନିରେ ରହୁଥିବା ଡିଏସପି ସନାତନ ସାହୁଙ୍କ ଘର ଭାଙ୍ଗି ଦୁର୍ବୃତ୍ତମାନେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଗୋଟିଏ ଷ୍ଟାଣ୍ଡ ଫ୍ୟାନ୍‌, ଦୁଇଟି ସିଲିଂ ଫ୍ୟାନ୍, ଶାଢ଼ି, ପୋଷାକ, କାନ୍ଥ ଘଣ୍ଟା, ସ୍ମାର୍ଟ ଵାଚ୍ ଇତ୍ୟାଦି ସାମଗ୍ରୀ ଲୁଟି ନେଇଥିଲେ। ନଭେମ୍ବର ୨୩ ତାରିଖରେ ଏ ସମ୍ପର୍କରେ ବିଡାନାସୀ ଥାନାରେ ଏତଲା ହୋଇଥିଲା। ଚଳିତ ମାସ ୧ ତାରିଖରେ ବିଡାନାସୀ ସେଲଟର ଛକରେ ରହୁଥିବା ପଶୁ ଡାକ୍ତର ପଦ୍ମନାଭ ବେହେରାଙ୍କ ଘରୁ ଦେଢ଼ ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା। ଲାଲବାଗ ମହାନ୍ତିପଡ଼ାରେ ରହୁଥିଲା ଲକ୍ଷ୍ମୀ ସ୍ବାଇଁ ଘରେ ନଥିବା ବେଳେ ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ସୁନା ଚୁଡ଼ି, ଲକେଟ୍, ଅଣ୍ଟା ବିଛା, ମୁଦି, ଚୁଡ଼ି, ଖଡ଼ୁ ସମେତ ନଗଦ ୧୦ ହଜାର ଟଙ୍କା ଚୋରି କରି ନେଇଥିଲେ।

ଗଲା ୩ ତାରିଖରେ ଲାଲବାଗ ଥାନାରେ ଏ ସଂପର୍କରେ ଅଭିଯୋଗ ହୋଇଛି। ସେହିଭଳି ଶଙ୍କରପୁର ଉପରସାହିରେ ରହୁଥିବା ଫଳ ବ୍ୟବସାୟୀ ଲକ୍ଷ୍ଣଣ ସ୍ବାଇଁଙ୍କ ଘରୁ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଘର କବାଟ ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶିବା ପରେ ଆଲମିରା ଭାଙ୍ଗି ସେଥିରେ ଥିବା ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଗଲା ୬ ତାରିଖରେ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି। ସେହିଭଳି ୫ ତାରିଖ ବିଳମ୍ବିତ ରାତିରେ ଖାନନଗର ଜଗନ୍ନାଥ ମନ୍ଦିରର ଦୁଇଟି କବାଟ ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶିବା ପରେ ମନ୍ଦିର ହୁଣ୍ଡି ତାଡ଼ି ୧ ଲକ୍ଷରୁ ଅଧିକ ଟଙ୍କା, ସୁନା, ରୁପା ଅଳଙ୍କାର ଲୁଟି ନେଇଥିଲେ। ଏ ସମ୍ପର୍କରେ ବି ପୁଲିସ ତଦନ୍ତ କରୁଛି। ଏ ସମସ୍ତ ଅପରାଧୀକ ମାମଲାରେ ପୁଲିସ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରି ନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।