ଅପରାଧ ରାଜ୍ୟ

ଗିରଫ ଅଭିଯୁକ୍ତଙ୍କ ବିସ୍ଫୋରକ ବୟାନ, ଅସଲି ଟଙ୍କା ନେଇ ନକଲି ମଦ ଦେଉଥିଲେ ହୋଟେଲ ମାଲିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭଦ୍ରକ ୦୭/୧୨: ବିପୁଳ ପରିମାଣର ନକଲି ମଦ ଜବତ ଘଟଣାରେ ନୂଆ ମୋଡ଼ । ଜଣେ ହୋଟେଲ ମାଲିକ ଟଙ୍କା ନେଇ ନକଲି ମଦ ଯୋଗାଉଥିବା କହିଲେ ଅଭିଯୁକ୍ତ ମଦ ବେପାରୀ । ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଠାରେ ଏହି ନକଲି ମଦ ବିକ୍ରୀ ହେଉଥିଲା । ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ପେଟ୍ରୋଲିଂ ସମୟରେ ନକଲି ମଦ ଚାଲାଣ ନେଇ ଖବର ପାଇଥିଲା ।

ଏହି ସମୟରେ ସହଦେଵ ପୃଷ୍ଟି ନାମକ ବ୍ୟକ୍ତି ପ୍ଲାଷ୍ଟିକ ବୋତଲରେ ନକଲି ମଦ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ମଦ ଛାଡି ପଳାଇଥିଲା । ପରେ ସଂପୃକ୍ତ ବ୍ୟକ୍ତିଙ୍କ ଠିକଣାରୁ ନକଲି ମଦ ସହ ମଦ ବୋତଲ ଓ ଅନ୍ୟ କେତେକ ସାମଗ୍ରୀ ଜବତ ହୋଇଛି । ତେବେ ବିଳମ୍ବିତ ରାତିରେ ଫେରାର ସହଦେଵ ପୃଷ୍ଟିକୁ ଆରଡ଼ି ଛକ ରୁ ଗିରଫ କରିଛି ଅବକାରୀ ବିଭାଗ ।

ତେବେ ଗିରଫ ଅଭିଯୁକ୍ତ କହିଛି ଯେ ତାକୁ ଟଙ୍କା ନେଇ ଶ୍ୟାମ ନାରାୟଣ ଗୁପ୍ତା ନାମକ ହୋଟେଲ ବ୍ୟବସାୟୀ ନକଲି ମଦ ଯୋଗାଉଥିଲେ । ସରକାରୀ ଧାର୍ଯ୍ୟ ମୂଲ୍ୟ ରେ ଟଙ୍କା ନେଉଥିଲେ । ଦିନକ ପରେ ୫ ରୁ ୬ ହଜାର ଟଙ୍କାର ନକଲି ମଦ ବେପାର କରୁଥିଲା ସହଦେଵ । ଏବେ ଅବକାରୀ ବିଭାଗ ସମ୍ମୁଖ ରେ ସତ ସ୍ୱୀକାର କରିଛି । ତେବେ ସମ୍ପୃକ୍ତ ହୋଟେଲ ମାଲିକ ଙ୍କୁ ଖୋଜୁଛି ଅବକାରୀ ବିଭାଗ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।