ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୃଷ୍ଟିବାଧିତ କରିଛନ୍ତି ମନରେଗା କାମ!

ବଲାଙ୍ଗୀର: ୬୦ ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତି ନାଁରେ ଜବକାର୍ଡ କରି ମନରେଗା ଯୋଜନାର ଟଙ୍କା ହଡ଼ପ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ମନରେଗା ଯୋଜନାରେ ଏହିଭଳି ଏକ ଦୁର୍ନତି ସାମ୍ନାକୁ ଆସିଛି। ଏହି ଦୃଷ୍ଟିବାଧିତ ହେଉଛନ୍ତି ଚଞ୍ଚଳ ବାଗ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ପାଟଣାଗଡ଼ ବ୍ଲକ୍‌ ବାଙ୍କିବାହାଲ ଗାଁରେ। ଚଞ୍ଚଳ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ୬୦ ପ୍ରତିଶତ ଦେଖିପାରନ୍ତି ନାହିଁ। ମାତ୍ର, ମନରେଗାରେ ସେ କାମ କରିଥିବା ଉଲ୍ଲେଖ ରହିଛି। ସରକାରୀ ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧- ୨୨ ଆର୍ଥିକ ବର୍ଷରେ ସେ ବାଙ୍କିବାହାଲ ଗାଁ ଜଙ୍ଗଲରେ ଗାତ ଖୋଳିଛନ୍ତି। ଖେଳପଡ଼ିଆ ଓ ପୋଖରୀ ଉନ୍ନତୀକରଣ କାମ ବି କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମନରେଗାରେ କାମ କରିଥିବା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି ଚଞ୍ଚଳ। ସେ କହିଛନ୍ତି, ‘ ମୁଁ ଦିବ୍ୟାଙ୍ଗ। ହାତଗୋଡ଼ ଭଲରେ ହଲାଇ ପାରୁନି। ଏମିତିରେ କାଗଜପତ୍ର ନେଇ କିଏ କଣ କରିଛି ମୁଁ ଜାଣି ନାହିଁ।’ ‘ ମନରେଗାରେ ମୁଁ କୌଣସି ମାଟି କାମ କରିନି,’ ବୋଲି ସେ କହିଛନ୍ତି। ବାଙ୍କିବାହାଲ ଗାଁରେ ଏହା ଗୋଟିଏ ଉଦାହରଣ ମାତ୍ର। ଗାଁ ଲୋକଙ୍କ କହିବାନୁସାରେ, ବହୁ ନକଲି ଶ୍ରମିକଙ୍କ ନାଁ ମନରେଗାରେ ଚଢ଼ାଇ ଦେଇ ବିଲ୍‌ କରାଯାଉଛି। ମିଥ୍ୟା ବିଲ୍‌ କରି କାମ ବି ଠିକ୍‌ରେ କରାଯାଉନି। ଅସଲି ଶ୍ରମିକ କାମ ମାଗିଲେ ପଂଚାୟତ ଅଧିକାରୀ କାମ ଦେଉନାହାନ୍ତି। ନିଜ ନିଜ ଭିତରେ ମିଶି ଭାଗବଣ୍ଟା କରି ମନରେଗା କାମ ଗାଁରେ ହେଉଛି ବୋଲି ଦର୍ଶାଯାଉଛି। ଏ ନେଇ ପିଡି ଡିଆରଡିଏଙ୍କୁ ପଚାରିବାରୁ ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।