ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡି ଖୋଲୁଛି ରହସ୍ୟ, ଅର୍ଚ୍ଚନା ନାଗ ରିମାଣ୍ଡର ଆଜି ୨ ଦିନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର ୦୭।୧୨ : ଇଡି ଖୋଲୁଛି ନାଗ ପେଡି । ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ରିମାଣ୍ଡର ଆଜି ଦ୍ବିତୀୟ ଦିନ । ବୁଧବାର ପୁଣି ଗୁଡାଇତୁଡାଇ ପ୍ରଶ୍ନ କରିପାରେ ଇଡି । ସାତ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ମଙ୍ଗଳବାର ଗଣମାଧ୍ୟମ ଆଗରେ ଖୋଲାଖୋଲି ଚେତାବନୀ ଦେଇଥିଲା ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ । କହିଥିଲା କାହାକୁ ଛାଡିବିନି ସବୁ ଗୁମର ଖୋଲିବି । କହିଥିଲେ ୩୦ ମିନିଟ୍‌ରେ ପ୍ରମାଣ ସହ ଏକ୍ସକ୍ଲୁସିଭ୍‌ ତଥ୍ୟ ଦେବି । ଇଡିର ତଦନ୍ତକୁ ମୁଁ ଅପେକ୍ଷା କରିଥିଲି । କୁଆଡ଼େ ଗଲା ଶ୍ରଦ୍ଧାଞ୍ଜଳି । ୨ଜଣ ମିଶି ପଣସ ଖାଇ ମୋ’ ମୁଣ୍ଡରେ ଅଠା ବୋଳିଦେଲେ ।

ସେହିପରି ଲକ୍ଷ୍ମୀସାଗର ଥାନାରେ ଅକ୍ଷୟ ପରିଜାଙ୍କ ନାଁରେ ଶ୍ରଦ୍ଧାଞ୍ଜଳିର ଏତଲା ପରଠାରୁ ସବୁ କଲ ଡିଟେଲ୍ସ ଚେକ ହେଉ ବୋଲି କହିଥିଲା ଅର୍ଚ୍ଚନା । ଯଦି ସତସାହସ ଅଛି ଶ୍ରଦ୍ଧାଞ୍ଜଳି ସାମ୍ନାକୁ ଆସୁ ବୋଲି କହିଛନ୍ତି ଅର୍ଚ୍ଚନା ନାଗ । ଇଡିକୁ ମୁଁ ଅପେକ୍ଷା କରିଛି ଏବଂ ଇଡି ତଦନ୍ତକୁ ମୁଁ ସ୍ବାଗତ କରୁଛି । ସବୁ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଅର୍ଚ୍ଚନା । ଏଥି ସହ ଯେତେ ତଦନ୍ତକାରୀ ସଂସ୍ଥା ଆସୁଛନ୍ତି, ଆସନ୍ତୁ ବୋଲି କହି ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଅର୍ଚ୍ଚନା ନାଗ୍‌ । ସେପଟେ ଆଜି କୋର୍ଟରେ ହାଜର ହେବେ ସ୍ବାମୀ ଜଗବନ୍ଧୁ ଚାନ୍ଦ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।