ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସରୁନି କାମ, ବଢ଼ୁଛି ଯନ୍ତ୍ରଣା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ମାନସସନ୍ତାନ। ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ନିଜର ସ୍ବପ୍ନର ପ୍ରକଳ୍ପ ବୋଲି କହୁଛନ୍ତି। ଏହି ପ୍ରକଳ୍ପକୁ ବିଶ୍ବର ଅନନ୍ୟ ରୂପ ଦେବା ସହ ଖୁବ୍‌ଶୀଘ୍ର ଏହାକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ ବୋଲି ବି ଘୋଷଣା କରିଛନ୍ତି। କିନ୍ତୁ ଏହି ପ୍ରକଳ୍ପ କାମର କଚ୍ଛପ ଗତି କେବଳ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନରେ ଅନ୍ତରାୟ ସୃଷ୍ଟି କରୁନି, ଭକ୍ତଙ୍କ ଯା’ଆସ ରାସ୍ତାକୁ ବି ସଂକୁଚିତ ‌କରୁଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବହୁ ବାଦବିବାଦ ପରେ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଓବିସିସି। ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଜରିଆରେ ଓବିସିସି ଏହି କାମ କରୁଛି। ଏଥିରେ ଭିତର ପରିକ୍ରମା ପଥ, ସବୁଜ ବଳୟ, ବାହାର ପରିକ୍ରମା ପଥ, ସାଧାରଣ ସୁବିଧାକୁ ନେଇ ବିଭିନ୍ନ ଜୋନ୍‌ ରହିବ। ଭିତର ପରିକ୍ରମା ପଥ ପାରମ୍ପରିକ ରୀତିନୀତି, ଦେବାଦେବୀଙ୍କ ଶୋଭାଯାତ୍ରା ଓ ଭକ୍ତମାନଙ୍କ ମନ୍ଦିର ପରିକ୍ରମା ପାଇଁ ବ୍ୟବହାର ହେବ। ସବୁଜ ବଳୟରେ ବୃକ୍ଷ, ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପଥର କଳାକୃତି, ପୁଷ୍ପ, ବୃକ୍ଷ ଆଦି ସ୍ଥାନିତ ହେବ। ସାଧାରଣ ସୁବିଧା ଜୋନ୍‌ ସେବାୟତ ଓ ଭକ୍ତମାନଙ୍କ ନିମନ୍ତେ ପାନୀୟ ଜଳ ସ୍ରୋତ, ବସିବା ସ୍ଥାନ, ଜିନିଷପତ୍ର ରଖିବା ସ୍ଥାନ, ମହିଳା ଓ ପୁରୁଷମାନଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ, ବିଦ୍ୟୁତ ଯୋଗାଣ ନିୟନ୍ତ୍ରଣ କେନ୍ଦ୍ର ଆଦି ରହିବ। ମନ୍ଦିରର ତିନି ପାର୍ଶ୍ୱରୁ ସଂଯୋଗୀକରଣ ରାସ୍ତା, ୬ଟି ଶୌଚାଳୟ, ୩ଟି ବିଶ୍ରାମ ସ୍ଥାନ, କ୍ଲୋକ୍ ରୁମ ଆଦି କାମ ଜାରି ରହିଥିବା ବେଳେ ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩୧.୨୮ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି।

ସଂକୁଚିତ ରାସ୍ତାରେ ଭକ୍ତ କଲବଲ

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତ ଜୁନ ମାସରେ ପରିକ୍ରମା ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ। ନକ୍ସା ଦେଖିବା ସହ ପରିକ୍ରମା ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ର ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ସବିଶେଷ ଅନୁଧ୍ୟାନ ଓ ଆଲୋଚନା ପରେ ୯ ମାସ ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟକୁ ବି ତ୍ବରାନ୍ବିତ କରିବାକୁ କହିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଅଦ୍ୟାବଧି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ୫୦ ପ୍ରତିଶତ ବି ସରିନି। ଏବେ ବି ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଚତୁଃପାର୍ଶ୍ବରେ ଡ୍ରେନେଜ୍‌ ପାଇଁ ପ୍ରିକାଷ୍ଠିଂ ସ୍ଲାବ ବିଛାଇବା କାମ ଜାରି ରହିଛି। ଯେହେତୁ ନିୟମିତ କାମ ଚାଲିଛି ଓ ଚତୁଃପାର୍ଶ୍ବକୁ ଖୋଳି ଦିଆଯାଇଛି, ଭକ୍ତମାନେ ଯା’ଆସରେ ଅସୁବିଧା ଭୋଗୁଛନ୍ତି। ସେପଟେ ମୁଖ୍ୟ ଶାସନ ସଚିବ ୯ ମାସରେ କାମ ସାରିବାକୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ଇତିମଧ୍ୟରେ ସେହି ସମୟ ଅବଧିର ୭ ମାସ ଅତିକ୍ରାନ୍ତ କରିବାକୁ ବସିଲାଣି। ଆଉ ୨ ମାସ ହାତରେ ବାକି ଥିବା ବେଳେ ସମୟ ଅବଧି ଭିତରେ କାମ ସରିବା ନେଇ କୌଣସି ସମ୍ଭାବନା ଦେଖାଦେଉନି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।