ଅପରାଧ ରାଜ୍ୟ

କେବିସି ଲଟେରି ନାଁରେ ଲୁଟିଲେ: ୭ ସାଇବର ଅପରାଧୀ ଗିରଫ

ଦେବଗଡ଼ : କେବିସି ଲଟେରିରେ ପୁରସ୍କାର ରାଶି ଜିତିଥିବା କହି ବିଭିନ୍ନ ପର୍ଯ୍ୟାୟରେ ୨ ଲକ୍ଷ ୪୩ ହଜାର ୨ ଶହ ଟଙ୍କା ଲୁଟି ‌ନେଇଥିଲେ ଏକ ସାଇବର ଠକ ଗ୍ୟାଙ୍ଗ୍‌। ଦେବଗଡ଼ ଆଦର୍ଶ ଥାନା ପୁଲିସ ଏହି ଗ୍ୟାଙ୍ଗ୍‌ର ୭ଜଣଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସ‌ାରେ, ଏହି ଗ୍ୟାଙ୍ଗ୍‌ ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ରାଇତାଲ ଗ୍ରାମର ବିସ୍ମୟ ବେହେରାଙ୍କଠାରୁ ଏହି ଟଙ୍କା ଠକି ନେଇଥିଲେ। ବିସ୍ମୟ ଏ ନେଇ ଅଭିଯୋଗ କରିବା ପରେ ଦେବଗଡ଼ ଆଦର୍ଶ ଥାନା ପୁଲିସ ତତ୍ପରତା ଦେଖାଇବା ସହିତ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଏହି ଘଟଣାରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୭ଜଣଙ୍କ ସଂପୃକ୍ତି ଥିବା ପ୍ରମାଣ ମିଳିଥିଲା। ପୁଲିସ ସେମାନଙ୍କୁ ଗିରଫ କରି ସେମାନଙ୍କ ପାଖରୁ ୧ ଲକ୍ଷ ୪୦ ହଜାର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଚୌକିପଡ଼ାର ଲଖନ ସାହୁ, ୱାର୍ଡ ନମ୍ବର ପାଞ୍ଚ ତଳିଭଟାର ପବନ ପ୍ରସାଦ, ରୋଶନ ସା, ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମର ଉଦୟ ସାହୁ, ଲେମଲେମା ଗ୍ରାମର କିଶୋର ଓରାମ, ବିକାଶ ଓରାମ ଓ ନବରଙ୍ଗପୁର ଅଞ୍ଚଳରେ ରହୁଥିବା ବିହାର ରାଜ୍ୟ ସମସ୍ତିପୁର ଜିଲ୍ଲାର ଭୂଷଣ ଓରଫ୍‌ ରାଜୀବ ରଞ୍ଜନ ଗୁପ୍ତା। ଏହି ଅପରାଧର ମାଷ୍ଟର ମାଇଣ୍ଡ ବା କିଙ୍ଗପିନ୍‌ ବିହାର ରାଜ୍ୟ ପାଟଣା ଅଞ୍ଚଳର। ସେ ଫେରାର ଥିବା କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।