ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସମ୍ବଲପୁର ବିଶ୍ବବିଦ୍ୟାଳୟ: ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ, ୬ ମାସ ପାଇଁ ବିଦାହେଲେ ଛାତ୍ର

ବୁର୍ଲା : ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ। କେତେଜଣ ଛାତ୍ରୀଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ କରାଯାଇଛି। ଏହି ଘଟଣା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୬ ମାସ ପାଇଁ ଜଣେ ଛାତ୍ରଙ୍କୁ ବିଦା କରାଯାଇଛି।

ସୂଚନା ଅନୁସାରେ, ଗତକାଲି ବିଶ୍ୱବିଦ୍ୟାଳୟ ଅଧୀନ ଫୁଡ୍ ସାଇନ୍ସ ବିଭାଗର କିଛି ଛାତ୍ରୀ ନିଜର ଅତିରିକ୍ତ କ୍ଲାସ୍‌ ସାରି ଛାତ୍ରାବାସକୁ ଫେରୁଥିବା ସମୟରେ ସୁଇଟ୍‌ ଅନ୍ତିମ ବର୍ଷର ଜଣେ ଛାତ୍ର ଉକ୍ତ ସେମାନଙ୍କୁ ଅନୁସରଣ କରିଥିଲେ। ଏଥିସହିତ, ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାକୁ ମଧ୍ୟ ପଛେଇ ନଥିଲେ।

ଏହାକୁ ନେଇ ଛାତ୍ରୀବାସ ସମ୍ମୁଖରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ଆଜି କୁଳପତି ପ୍ରଫେସର ସଂଯୁକ୍ତା ଦାସଙ୍କ ଅଧ୍ୟକ୍ଷତାରେ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଜରୁରୀକାଳୀନ ବୈଠକରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ନୃପରାଜ ସାହୁ, ୱାଡେର୍ନ ସୁଧାଂଶୁ ମହାପାତ୍ର, ସୁଇଟ୍‌ର ନିର୍ଦ୍ଦେଶକ ପ୍ରଫେସର ବସନ୍ତ ମହାନ୍ତିଙ୍କ ସହିତ ସୁଇଟ୍ ଡିନ୍, ସବୁ ଛାତ୍ରାବାସ ଅଧୀକ୍ଷକ ଓ ବିଶ୍ୱବିଦ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସବୁ ଦିଗରୁ ତର୍ଜମା କରିବା ପରେ ଉକ୍ତ ଛାତ୍ରକୁ ଦୋଷୀ ପାଇବାରୁ ତାଙ୍କୁ ବିଶ୍ୱବିଦ୍ୟାଳୟ ପରିସରରୁ ଆଗାମୀ ୬ ମାସ ପାଇଁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି। ଏ ସଂପର୍କରେ ପଚାରିବାରୁ ସୁଇଟ୍ ନିର୍ଦ୍ଦେଶକ ପ୍ରଫେସର ମହାନ୍ତି ଘଟଣା ସ୍ୱୀକାର କରିବା ସହିତ ସଂପୃକ୍ତ ଛାତ୍ରଙ୍କୁ ୬ ମାସ ପାଇଁ ସୁଇଟ୍‌ରୁ ବହିଷ୍କାର କରିବାକୁ ଶୃଙ୍ଖଳା କମିଟି ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୫ ତାରିଖରେ ସୁଇଟ୍ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର କେତେକ ଛାତ୍ରୀ ଶୌଚାଳୟକୁ ଯାଇଥିଲେ। ଶୌଚାଳୟ ବାହାରେ ପାଣି ପିଇବା ପାଇଁ ଏକ ଥଣ୍ଡା ୱାଟର ଫ୍ରିଜ୍ ଲାଗିଛି। ସେଠାରେ ଆଗରୁ ଥିବା ଜଣେ ଚତୁର୍ଥ ବର୍ଷର ଛାତ୍ର ଏହି ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ କମେଣ୍ଟ ମଧ୍ୟ କରିଥିଲା। ସେହି ମାମଲାରେ ତାକୁ ଦୁଇ ମାସ ପାଇଁ ସୁଇଟ୍ କ୍ୟାମ୍ପସରୁ ବିତାଡ଼ିତ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି