ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଜେ କରିଥିବା ନିୟମ ଭାଙ୍ଗିଛି ଉଚ୍ଚ ଶିକ୍ଷା ବିଭାଗ: ଜିଲ୍ଲା ପରିଷଦ ସଭ୍ୟ କଲେଜ ସଭାପତି!

କେନ୍ଦ୍ରାପଡ଼ା : କଲେଜ ପରିଚାଳନା ପରିଷଦର ସଭାପତି କୌଣସି ରାଜନୈତିକ ବ୍ୟକ୍ତିବିଶେଷ ରହିପାରିବେ ନାହିଁ ବୋଲି ସରକାର ନିୟମ କରିଛନ୍ତି। ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ ସଭାପତି ହେବାର ଯୋଗ୍ୟତା କ’ଣ ରହିବ। ୨୦୨୦, ସେପ୍ଟେମ୍ବର ୧ତାରିଖରେ ଉଚ୍ଚଶିକ୍ଷା ବିଭାଗ ଜାରି କରିଥିବା ଏହି ବିଜ୍ଞପ୍ତିର ଖୋଲା ଉଲ୍ଲ˚ଘନ ହୋଇଛି ମାର୍ଶାଘାଇସ୍ଥିତ କରିଲୋପାଟଣା କଲେଜରେ। ସରକାରଙ୍କ ସବୁ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ଏଠାରେ ବିଜେଡିର ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କୁ କଲେଜ ପରିଚାଳନା ପରିଷଦ ସଭାପତି ପଦରେ ଅବସ୍ଥାପିତ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ଉଚ୍ଚଶିକ୍ଷା ବିଭାଗ କଲେଜ ପରିଚାଳନା ପରିଷଦରେ ରାଜନେତା ରହିପାରିବେ ନାହିଁ ବୋଲି ନିୟମ କରିଛି, ସେହି ବିଭାଗ ହିଁ ବିଜେଡିନେତା ପ୍ରମୋଦ କୁମାର ରଥଙ୍କୁ ସଭାପତି ରୂପେ ମନୋନୀତ କରିଛି।

କଲେଜକୁ ରାଜନୀତିକରଣରୁ ମୁକ୍ତ ରଖିବାକୁ ଦୁଇବର୍ଷ ତଳେ ସରକାର ଏହି ନୂଆ ନିୟମ ଆଣିଥିଲେ। ନୂଆ ନିୟମ ଯୋଗୁଁ କଲେଜ ପରିଚାଳନା ପରିଷଦ ସଭାପତି ପଦବିରେ ପୂର୍ବଭଳି ଆଉ ସ୍ଥାନୀୟ ସା˚ସଦ, ବିଧାୟକ ଅଥବା ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିବିଶେଷ ରହିପାରିବେ ନାହିଁ ସ୍ପଷ୍ଟ ହୋଇଥିଲା। ମାତ୍ର କରିଲୋପାଟଣା କଲେଜରେ ଏହାର ସ˚ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରମୋଦ ରଥ ଶାସକ ଦଳର ଜଣେ ଆଗଧାଡ଼ିର ନେତା ଏବ˚ ପାଟକୁରା ନିର୍ବାଚନ ମଣ୍ତଳୀ ୨୪ନମ୍ବର ଜୋନ୍‌ରୁ ବିଜେଡି ଟିକେଟରେ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ। କିନ୍ତୁ, ତାଙ୍କୁ କଲେଜ ପରିଚାଳନା ପରିଷଦ ସଭାପତି ପଦରେ ଅବସ୍ଥାପିତ କରାଯାଇଛି। ଗତ ଅକ୍ଟୋବର ୧ତାରିଖରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀନିବାସ ମିଶ୍ର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ଶ୍ରୀ ରଥ ସଭାପତି ରୂପେ ମନୋନୀତ ହୋଇଥିବା ସ˚ପର୍କରେ ଜଣାଇଛନ୍ତି।

ବଡ଼ କଥା ହେଉଛି ଶ୍ରୀ ରଥ କେବଳ ବିଜେଡିର ଜିଲ୍ଲା ପରିଷଦ ନୁହନ୍ତି; ଜିଲ୍ଲା ବିଜେଡିର ପୂର୍ବତନ ଉପସଭାପତି ଏବ˚ ବର୍ତ୍ତମାନ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମଧୢ ଅଛନ୍ତି। ଶାସକ ଦଳର ନେତା ଜାଣି ସୁଦ୍ଧା ପୂର୍ବତନ ଅଧୢକ୍ଷ ଦତ୍ତକୃଷ୍ଣ ଜେନା କେଉଁ ଆଧାରରେ ତାଙ୍କ ନାମ ଅନ୍ୟ ଦୁଇ ଜଣଙ୍କ ସହିତ ମିଶାଇ ସଭାପତି ପାଇଁ ସୁପାରିସ କଲେ ଆଉ ଜିଲ୍ଲାପାଳ ବିନା ଯାଞ୍ଚରେ ତାହାକୁ ଆଖିବୁଜି ଉଚ୍ଚ ଶିକ୍ଷା ବିଭାଗକୁ ପଠାଇଦେଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।