ଖେଳ ଦେଶ ବିଦେଶ

ଫିଫା ବିଶ୍ୱକପ୍‌ : କ୍ୱାର୍ଟର ଫାଇନାଲ୍‌ରେ ବ୍ରାଜିଲ୍‌ ଓ କ୍ରୋଏସିଆର ଏଣ୍ଟ୍ରି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଦୋହା ୦୬।୧୨ : ଚଳିତ କତାର ଫିଫା ବିଶ୍ୱକପ୍‌ରେ ୫ଥର ବିଶ୍ୱ ଚାମ୍ପିଅନ ବ୍ରାଜିଲ ଓ ଗତ ସଂସ୍କରଣର ରନର୍ସ ଅପ୍‌ କ୍ରୋଏସିଆ ଚିତ୍ତାକର୍ଷକ ବିଜୟ ସହ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଅନ୍ୟ ପଟରେ ଦୁଇ ଏସୀୟ ଦଳ ଜାପାନ ଓ ଦକ୍ଷିଣ କୋରିଆଙ୍କ ସ୍ୱପ୍ନର ଯାତ୍ରା ଶେଷ ହୋଇଛି । ୯ ରେ ବ୍ରାଜିଲ୍‌ ଓ କ୍ରୋଏସିଆ ମଧ୍ୟରେ କ୍ୱାର୍ଟର ଫାଇନାଲ୍‌ ଖେଳାଯିବ ।

ସୋମବାର ଅଲ୍‌ ଜାନୌବ ଷ୍ଟାଡିୟମ୍‌ରେ କ୍ରୋଏସିଆ ଓ ଜାପାନ ମୁକାବିଲା ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲା । ନିର୍ଦ୍ଧାରିତ ୯୦ ମିନିଟ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ । ଅତିରିକ୍ତ ୩୦ ମିନିଟ୍‌ରେ ଗୋଲ୍‌ ହୋଇ ନଥିଲା । ଶେଷରେ ଟାଇବ୍ରେକର ସହାୟତା ନିଆଯାଇଥିଲା । ଏଥିରେ କ୍ରୋଏସିଆ ୩-୧ ପେନାଲ୍ଟି ଗୋଲ୍‌ରେ ଜାପାନକୁ ହରାଇଥିଲା । ଅନ୍ୟ ଏକ ମ୍ୟାଚ୍‌ରେ ବ୍ରାଜିଲ ୪-୧ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ସପ୍ତମ ମିନିଟ୍‌ରେ ଭିନିସିୟସ ଜୁନିୟର, ୧୩ ମିନିଟ୍‌ରେ ନେୟମାର (ପେନାଲ୍ଟି), ୨୯ ମିନିଟ୍‌ରେ ରିଚାର୍ଲିସନ ଓ ୩୬ତମ ମିନିଟ୍‌ରେ ଲୁକାସ ପାକ୍ୱେଟା ଗୋଲ୍‌ କରିଥିଲେ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ