ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭଦ୍ରକ ୦୬/୧୨: ସାନ୍ତାଳୀ ଭାଷା ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଦାବିରେ ନବୀନ ନିବାସ କୁ ପଦଯାତ୍ରା । ମୟୁରଭଞ୍ଜର ସାନ୍ତାଳୀ ମୁଣ୍ଡାରୀ ଭାଷା ଶିକ୍ଷକ ସଂଘ ତରଫରୁ ଆୟୋଜିତ ପଦଯାତ୍ରା ଭଦ୍ରକ ଅତିକ୍ରମ କରିଛି । ୨୦୦୭ ମସିହାରେ ୧୦୦ଜଣ ଅଲଚିକି ଶିକ୍ଷକ ମନେ ୩୨୦୦ଟଙ୍କା ପାରିଶ୍ରମିକର ସାନ୍ତାଳୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ।
ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ଶିକ୍ଷକତା କରୁଥିଲେ ମଧ୍ୟ ନିୟମିତ ଶିକ୍ଷକଙ୍କ ମାନ୍ୟତା ମିଳିନାହିଁ । ପୂର୍ବରୁ ନିୟମିତ ପାଇଁ ଆନ୍ଦୋଳନ କରିଥିଲେ ମଧ୍ୟ କେବଳ ପ୍ରତିଶୃତି ମିଳିଛି । ତେଣୁ ନିଜ ହକ ପାଇଁ ଆଦିବାସୀ ଭାଷା, ଶିକ୍ଷା ଓ ଅଲିଚିକି ଶିକ୍ଷକଙ୍କ ଭବିଷ୍ୟତକୁ ବଞ୍ଚାଇବା ପାଇଁ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଗୁହାରି ନ ଶୁଣିଲେ, ନିଯୁକ୍ତି ପତ୍ର , ଶିକ୍ଷକ ପୋଷାକ ଆଦିକୁ ନବୀନ ନିବାସ କାନ୍ଥରେ ଟାଙ୍ଗି ଦେଇ ଆସିବେ ବୋଲି କହିଛନ୍ତି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l