ରାଜ୍ୟ ସ୍ପେଶାଲ ରିପୋର୍ଟ

ସରକାରୀ କଳରେ ବିଚିତ୍ର ବ୍ୟବସ୍ଥା: ବହିଷ୍କାର ପରେ ବି ୮ବର୍ଷ ଚାକିରି! ପେନ୍‌ସନ୍ ବି ପାଇଲେ

କଟକ : ରାଜ୍ୟ ସରକାର ଏବେ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ମ‌ାତ୍ର, ଭିଜିଲାନ୍ସ ଟ୍ରାପ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଚାକିରିରୁ ବହିଷ୍କୃତ ହେବାପରେ ବି ଜଣେ କିରାଣି ୮ବର୍ଷ ଚାକିରି କରିଥିବା ଭଳି ଏକ ଖବର ସାମ୍‌ନାକୁ ଆସିଛି। କେବଳ ଚାକିରିରେ ରହିନାହାନ୍ତି, ବହିଷ୍କୃତ ହେବାପରେ ବି ଗ୍ରେଡେସନ୍ (ପଦୋନ୍ନତି) ତାଲିକାରେ ରହିବା ସହିତ ଅବସରକାଳୀନ ସୁବିଧ‌ା ମଧ୍ୟ ହାସଲ କରିଛନ୍ତି। ଏହି ଗୋଟିଏ ଘଟଣା ସମଗ୍ର ବ୍ୟବସ୍ଥ‌ାକୁ ପଦାରେ ପକାଇ ଦେଇଛି।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରୁଥିବା ବେଳେ ରାଜକିଶୋର ଶତପଥୀ (ଜନ୍ମ-ମୃତ୍ୟୁ କିରାଣି) ଗତ ୨୦୦୬ ଫେବ୍ରୁଆରି ୨ ତାରିଖରେ ଭିଜିଲାନ୍ସ ଜାଲରେ ପଡିଥିଲେ। ଭିଜିଲାନ୍ସ ପିଏସ୍‌ କେସ୍ ନମ୍ବର ୩ରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଲାଞ୍ଚ ନେଇ ଧରାପଡିବ‌ା ପରେ ଶ୍ରୀ ଶତପଥୀଙ୍କୁ ୧୦.୩ ୨୦୦୬ ଅର୍ଡର ନମ୍ବର ୧୮୬- ସିରେ ଚାକିରିରୁ ନିଲମ୍ବନ କରାଯାଇଥିଲା। ଡିଏଚ୍‌ଏସ୍, ଓଡ଼ିଶା ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ। ଅବଶ୍ୟ ପରେ ତାଙ୍କୁ ୧୪.୧୧.୨୦୦୬ (ଅର୍ଡର ନମ୍ବର ୯୩୧୭)‌ରେ ଚାକିରିରେ ପୁନଃ ଅବସ୍ଥାପିତ କରାଯାଇ ବ‌ା‌ଲେଶ୍ବର ଜିଲ୍ଲା ସୋରୋ ଏନ୍‌ଏସିରେ ନିଯୁକ୍ତି ଦିଆଯାଇଥିଲା। ବାଲେଶ୍ବରରେ ଭିଜିଲାନ୍ସ ପିଏସ କେସ୍ ନଂ ୫୪/୨୦୦୩ରେ ତାଙ୍କ ନାମରେ ଆଉ ଏକ ମାମଲା ରହିଥିଲା। ସୋର‌ରେ ଥିବାବେଳେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବାପରେ ଅର୍ଡର ନମ୍ବର୧୯୩୯୪ ବଳରେ ୭.୮.୨୦୧୩‌ରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଡାଇ‌ରେକ୍ଟର୍‌ ପବ୍ଲିକ୍ ହେଲଥ୍‌ (ଅର୍ଡର ନଂ-୩୫୮) ଅଗଷ୍ଟ ୭ ତାରିଖରେ ଶ୍ରୀ ଶତପଥୀଙ୍କ ବହିଷ୍କାର ସଂପର୍କରେ ବ‌ାଲେଶ୍ବର ସିଡିଏମ୍‌ଓଙ୍କୁ ଜଣାଇଥିଲେ।

ମାତ୍ର, ଏଥିରେ ଜାଣିଶୁଣି ଚଞ୍ଚକତା କରାଯାଇଥିଲା। ସେତବେ‌ଳକୁ ଶ୍ରୀ ଶତପଥୀ ଯାଜପୁର ବରୀ ସିଏଚ୍‌ସିରେ କାମ କରୁଥିଲେ। ଯାଜପୁର ସିଡିଏମ୍‌ଓଙ୍କୁ ଏ ନେଇ ଅବଗତ କରା ନଯାଇ ବାଲେଶ୍ବରକୁ ଚିଠି କରାଯାଇଥିଲା। ଶ୍ରୀ ଶତପଥୀ ଗତ ୧୩.୬.୨୦୧୨ରେ ଅର୍ଡର ନମ୍ବର ୧୫୩୮ରେ ଯାଜପୁରକୁ ବଦଳି ‌ହୋଇଥିବା ବେଳେ ୨୦୧୩ ଅଗଷ୍ଟ ୭ ତାରିଖରେ ବାଲେଶ୍ବରକୁ ଏ ସଂପର୍କରେ ଅବଗତ କ‌ରଯାଇଥିଲା। ଯାଜପୁରକୁ ଚିଠି ନ ଦେଇ ବହିଷ୍କାର ନିର୍ଦ୍ଦେଶ ଚିଠି ବାଲେଶ୍ବରକୁ ଦିଆଯାଇଥିଲା। ଜାଣିଶୁଣି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କୌଣସି ରିମାଇଣ୍ଡର ମଧ୍ୟ ଦେଇ ନଥିଲେ। ଫଳରେ ଚାକିରିରୁ ବହିଷ୍କୃତ ହୋଇ ବି ଶ୍ରୀ ଶତପଥୀ ୨୦୧୩ରୁ ୩୧.୧୦.୨୦୨୧ ଅବସର ପର୍ଯ୍ୟନ୍ତ ନିର୍ବିଘ୍ନରେ କାମ କରିଥିଲେ ଓ ଶେଷରେ ଅବସର ନେବା ସହିତ ସମସ୍ତ ଅବସର ସୁବିଧ‌‌ା ମଧ୍ୟ ପାଉଛନ୍ତି। କେବଳ ସେତିକି ନୁହେଁ, ବହିଷ୍କ‌ାର ପରେ ମଧ୍ୟ ଗତ ୧୩.୩.୨୦୧୮ରେ ଚିଠି ନମ୍ବର ୭୨୪ରେ ପଦୋନ୍ନତି ତାଲିକା (ଗ୍ରେଡସନ୍ ଲିଷ୍ଟ୍‌)ରେ ମଧ୍ୟ ତାଙ୍କ ନାମ ରଖାଯାଇଥିଲା। ସରକାରୀ କଳର ଏଭଳି ବିଚିତ୍ର ବ୍ୟବସ୍ଥ‌ା ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନକୁ ହାସ୍ୟାସ୍ପଦ ପ୍ରମାଣିତ କରିଥିବା ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।