ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ଭୋଟ୍ ଦେଉଛନ୍ତି ଦିଲ୍ଲୀ ମହାନଗର ନିଗମବାସୀ। ଦିଲ୍ଲୀରେ ଆରମ୍ଭ ହୋଇଛି ଏମସିଡି ନିର୍ବାଚନ। ୮ଟାରୁ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ମୋଟ୍ ୧୩୪୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ପ୍ରାୟ ଦେଢ କୋଟି ଭୋଟର ନିଜର ମତାଧିକାରୀ ସାବ୍ୟସ୍ତ କରିବେ ।
ରବିବାର ସକାଳୁ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଆରମ୍ଭ ହୋଇଛି । ୨୫୦ ଓ୍ବାର୍ଡରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ରାଜଧାନୀବାସୀ । ମୋଟ୍ ୧୩୪୯ଜଣ ପ୍ରାର୍ଥୀଙ୍କ ଭାଗ୍ଯ ପରୀକ୍ଷା ହେବ । ନିର୍ବାଚନ ପ୍ରକ୍ରିୟାକୁ ସ୍ବଚ୍ଛ ଓ ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ୪୦ ହଜାର ପୋଲିସ କର୍ମଚାରୀ ଓ ଅନ୍ୟ ରାଜ୍ୟରୁ ୨୦ ହଜାର ହୋମଗାର୍ଡ ନିୟୋଜିତ ହୋଇଛନ୍ତି ।
ନଗର ନିଗମ ନିର୍ବାଚନରେ ମୋଟ୍ ୧କୋଟି ୪୫ଲକ୍ଷ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଏଥିମଧ୍ୟରେ ୧୦୦ବର୍ଷରୁ ଅଧିକ ବୟସ୍କ ୨୨୯ଜଣ ଭୋଟର ରହିଛନ୍ତି । ସେହିପର ୮୦ବର୍ଷରୁ ୧୦୦ବର୍ଷ ମଧ୍ୟରେ ୨ ଲକ୍ଷ ୪ହଜାର ୩୦୧ ଜଣ ମତଦାତା ରହିଛନ୍ତି । ପ୍ରଥମ ଥର ପାଇଁ ଏମସିଡି ନିର୍ବାଚନରେ ୯୫ ହଜାର ୪୫୮ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୩୩୬୦ ପୋଲିଂ ଷ୍ଟେସନରୁ ୪୯୨ଟି ସମ୍ବେଦନଶୀଳ ବୁଥ ନିହ୍ନଟ କରାଯାଇଛି । ସେହିପରି ୬୮ଟି ମଡେଲ ବୁଥ୍ ଓ ମହିଳାଙ୍କ ପାଇଁ ୬୮ଟି ପିଙ୍କ୍ ବୁଥ୍ ହୋଇଛି । ଆସନ୍ତା ୭ତାରିଖରେ ଏମସିଡି ନିର୍ବାଚନରେ ଭୋଟ୍ ଗଣତି ହେବ । ଏଥିପାଇଁ ୪୨ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା କରାଯାଇଛି ।
ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହେଉଛି । ବିଜେପି ନିଜର ଗଡ଼ ବଞ୍ଚାଇକୁ ଜୋରଦାର ଉଦ୍ୟମ କରୁଛି । ୨୦୧୭ରେ ବିଜେପି ସମୁଦାୟ ୨୭୦ ଓ୍ବାର୍ଡରୁ ୧୮୧ ଓ୍ବାର୍ଡର ବିଜୟ ଲାଭ କରିଥିଲା। ଆପ୍ ୪୮ଟି ଓ କଂଗ୍ରେସକୁ ମାତ୍ର ୨୭ ଓ୍ବାର୍ଡର ବିଜୟ ମିଳିଥିଲା ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l