ଅପରାଧ ରାଜ୍ୟ

ପୋଲିସର ନିସ୍ତୁକ ମାଡ଼ରେ ବ୍ୟବସାୟୀ ଲହୁଲୁହାଣ, ଥାନାଧିକାରୀଙ୍କ ନାଁରେ ମାମଲା

ଫୁଲବାଣୀ ୦୨/୧୨: ଗଂଜାମ ଜିଲ୍ଲା ଗୋପାଳପୁର ପୋଲିସର ଅମାନବୀୟତା ଓ ବର୍ବରତା । କୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶରେ କିଛି ପୋଲିସ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ ରେଡି ମେଡ଼ ଗାର୍ମେଣ୍ଟସ ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କ ଘରେ ପଶି ଉଠାଇନେଇଥିଲେ । ଏମିତିକି ସାହି ଲୋକଙ୍କ ବାରଣ ସତ୍ତ୍ୱେ ତାଙ୍କୁ ଜୋର ଜବରଦସ୍ତ ଉଠାଇ ଗୋପାଳପୁର ଥାନାକୁ ନେଇ ସେଠାରେ ନିସ୍ତୁକ ମାଡ଼ ମାରିବା ଫଳରେ ସେ ଆହତ ହୋଇଥିଲେ । ଫଳରେ ସୁମନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ପରେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ ।

ଗୋପାଳପୁର ପୋଲିସର ଏଭଳି ଅମାନବୀୟ କାର୍ଯ୍ୟକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ସୁମନ୍ତ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କୁ ଭେଟି ଜଣାଇବା ପରେ କନ୍ଧମାଳ ଏସପି ଅଗ୍ରୱାଲଙ୍କ ନିର୍ଦେଶରେ ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର ବର୍ତମାନର ଗୋପାଳପୁର ଥାନା ଅଧିକାରୀ ଓ ପୂର୍ବତନ ରାଇକିଆ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ଓ ସ୍ମୃତି ରେଖା ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୋଲିସ ମାଡରେ ଆହତ ସୁମନ୍ତଙ୍କ ସ୍ତ୍ରୀ ସୁଭଦ୍ରା କୁମାରୀ ଚନ୍ଦନ ରାଇକିଆ ଥାନାରେ ଏତଲା ଦେଇଥିବା ଜଣାପଡିଛି ।

ସୂଚନା ଯୋଗ୍ୟ ଯେ, ରାଇକିଆ ଅଂଚଳର ସ୍ମୃତିରେଖା ସାହୁ ନାମକ ଜଣେ ମହିଳାଙ୍କ ଠାରୁ ବ୍ୟବସାୟୀ ସୁମନ୍ତ ପାଖାପାଖି ଚାରି ଲକ୍ଷ ଟଙ୍କା ଧାର ସୂତ୍ରରେ ଆଣିଥିଲେ । ଆଉ ସୁଧ ସହ ଫୋନ ପେ, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଫେରାଇଥିଲେ । ତେବେ ଭୂଲ ବଶତଃ ଧାର ଆଣିବା ବେଳେ କରିଥିବା ଏଗ୍ରିମେଣ୍ଟ ପେପର ସ୍ମୃତି ରେଖାଙ୍କ ଠାରୁ ଆଣିନଥିଲେ । ଫଳରେ ତାର ସୁଯୋଗ ରେ ସ୍ମୃତି ପୁଣି ଟଙ୍କା ଦାବି କରି ଆଗରୁ ପରିଚୟ ଥିବା ପୂର୍ବତନ ରାଇକିଆ ଥାନାଧିକାରୀ ଓ ବର୍ତମାନ ଗୋପାଳପୁର ଥାନା ଅଧିକାରୀ ଖମାରିଙ୍କ ସାହାଯ୍ୟ ନେଇଥିଲେ । ଆଉ ଖମାରି ପୋଲିସ ପଠାଇ ସୁମନ୍ତଙ୍କୁ ଗୋପାଳପୁର ନେଇ ମାଡମାରିଥିବା ଅଭିଯୋଗ ହୋଇଛି । ତେବେ ସ୍ମୃତି ରେଖା ରାଇକିଆ ଥାନାରେ ଅଭିଯୋଗ ନକରି ଗୋପାଳପୁର ଥାନାଅଧିକାରୀ ଙ୍କୁ କେଉଁ ଆଧାରରେ ଜଣାଇଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ଡିଜି, ରାଜ୍ୟ ମାନବାଧିକାର କମିଶନ ଦୃଷ୍ଟି ଦେଇ ଥାନାଧିକାରୀ ଖମାରି ଓ ତାଙ୍କ ବୋଲକରା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।