ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସିଦ୍ଧୁଙ୍କୁ ବଡ ଆଶ୍ଵସ୍ତି ? ଶୀଘ୍ର ଜେଲରୁ ମୁକୁଳି ପାରନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ଜେଲରୁ ଶୀଘ୍ର ମୁକୁଳି ପାରନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବୋଜତ ସିଂହ ସିଦ୍ଧୁ। ପାର୍କିଂ ବିବାଦରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ମାମଲାରେ ସିଦ୍ଧୁ ଏକ ବର୍ଷର ଜେଲ୍ ଦଣ୍ଡ ଭୋଗୁଛନ୍ତି। ତେବେ ଛଅ ମାସର ଦଣ୍ଡ ଭୋଗି ସାରିଥିବା ସିଦ୍ଧୁ ଜାନୁଆରୀରେ ଜେଲରୁ ବାହାରି ପାରନ୍ତି। ସିଦ୍ଧୁ ଜେଲରେ କ୍ଲର୍କର କାମ କରୁଛନ୍ତି। ସୁପ୍ରିମକୋର୍ଟ ୧୯୮୮ର ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଏହା ପରେ ସିଦ୍ଧୁ ଚଳିତବର୍ଷ ମେ ୨୦ରେ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ।

ଜେଲ୍ ଅଧିକାରୀଙ୍କ ସୂତ୍ର ଅନୁଯାୟୀ, ସିଦ୍ଧୁଙ୍କ ବ୍ୟବହାର ବହୁତ ଭଲ ରହିଛି। ଜେଲ୍ କର୍ତ୍ତୃପକ୍ଷ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ଅନୁମାନ କରାଯାଉଛି ଆସନ୍ତା ଜାନୁଆରୀରେ ସିଦ୍ଧୁ ଜେଲରୁ ମୁକୁଳି ପାରନ୍ତି। ସାଧାରଣତଃ ସରକାର ସେହି କଏଦୀଙ୍କ ଦଣ୍ଡ କୋହଳ କରିଥାନ୍ତି ଯେଉଁମାନଙ୍କ ଜେଲରେ ଭଲ ଆଚାର ବ୍ୟବହାର ରହିଥାଏ।

ଜେଲରେ ସିଦ୍ଧୁ କୌଣସି ଆପତ୍ତିଜନକ ବ୍ୟବହାର କରିଥିବାର କୌଣସି ମାମଲା ବି ନାହିଁ। ସେ ଅଧିକାଂଶ ସମୟ ଧ୍ୟାନରେ କଟାଉଛନ୍ତି। ଜେଲ୍ ନିୟମ ଅନୁସାରେ ଜଣେ କଏଦୀଙ୍କୁ ଜେଲରେ ଗୋଟିଏ ମାସ ବିତାଇବା ପରେ ୪ ଦିନର କୋହଳ ମିଳିଥାଏ। ସେହି ହିସାବରେ ସିଦ୍ଧୁ ଜେଲରୁ ଶୀଘ୍ର ବାହାରି ପାରନ୍ତି। ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ସିଦ୍ଧୁଙ୍କୁ ଜେଲରେ ଆଠ ମାସ ୩୨ ଦିନ ହୋଇଯିବ।

ନୂତନ ପ୍ରାବଧାନ ଅନୁଯାୟୀ, ଏସପି କଏଦୀଙ୍କୁ ୩୦ ଦିନର କୋହଳ ଦେଇ ପାରିବେ। ଏହାବ୍ୟତୀତ ଡିଜିପି(ଜେଲ) ଏବଂ ଏଡିଜିପି(ଜେଲ୍) ୬୦ ଦିନର କୋହଳ ଦେଇ ପାରିବେ। କିନ୍ତୁ ଏଥିପାଇଁ ସରକାରଙ୍କ ସହମତିର ଆବଶ୍ୟକତା ରହିଛି। ପ୍ରଥମେ କ୍ୟାବିନେଟ୍ କଏଦୀଙ୍କ କୋହଳ ଉପରେ ମୋହର ମାରିବେ। ପୁଣି ଫାଇଲ୍ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ଯଦି ସିଦ୍ଧୁଙ୍କୁ ରିହାତି ମିଳେ, ତେବେ ସେ ଚାରି ମାସ ପୂର୍ବରୁ ଜେଲରୁ ବାହାରି ପାରିବେ।

ସିଦ୍ଧୁଙ୍କ ଗଣମାଧ୍ୟମ ପରାମର୍ଶଦାତା ସୁରିନ୍ଦର ସିଂହ କହିଛନ୍ତି, ସିଦ୍ଧୁ ଜେଲରୁ ମୁକୁଳିଲେ ମିଶନ ୨୦୨୪ର ପ୍ରସ୍ତୁତିରେ ଜୁଟିଯିବେ। ପଞ୍ଜାବକୁ ବଞ୍ଚାଇବା ପାଇଁ ସିଦ୍ଧୁଙ୍କ ଲଢେଇ ଜାରି ରହିବ। ପଞ୍ଜାବ ଏବେ ବି ଡିପ୍ରେସନରେ ରହିଛି। ରାଜ୍ୟକୁ ଏଥିରୁ ବାହାର କରିବା ପାଇଁ ସିଦ୍ଧୁ ମୋଡେଲ୍ ଦେଇଥିଲେ ବୋଲି ସୁରିନ୍ଦର ସିଂ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ