ଅପରାଧ ରାଜ୍ୟ

ଯୁବତୀଙ୍କୁ ଦୁଷ୍କର୍ମ ପରେ ଫଟୋ ଭାଇରାଲ୍‌!

କଟକ : କଟକରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। କେତେକ ଅନ୍ତରଙ୍ଗ ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରାଯାଇଛି।

ସୂଚନା ଅନୁଯାୟୀ, ଖୋର୍ଧା ଜିଲ୍ଲା ଟାଙ୍ଗୀର ସଂପୃକ୍ତ ଯୁବକ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗଲା ୪ ବର୍ଷ ହେଲା ସଂପର୍କରେ ଥିଲା। ଏବେ କଟକରେ ରହୁଥିବା ଏହି ଯୁବତୀଙ୍କ ସହିତ ସମ୍ପର୍କ ଘନିଷ୍ଠ ହେବାରୁ ତାହା ପ୍ରେମ ଆଡ଼କୁ ଗତି କରିଥିଲା। ଉଭୟ ବିଭିନ୍ନ ସ୍ଥାନରେ ଏକାଠି ରହିଥିଲେ। ସଂପୃକ୍ତ ଯୁବକ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ପରବର୍ତ୍ତୀ ସମୟରେ କୌଣସି କାରଣରୁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। କିନ୍ତୁ, ଯୁବକ ଜଣକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଏଥିରେ ଯୁବତୀ ରାଜି ନ ହେବାରୁ ସମସ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ୍‌ ମିଡିଆରେ ଛାଡ଼ି ଦେଇଥିଲା। ଏ ନେଇ ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଫଟୋକୁ ଡିଲିଟ୍ କରିବାକୁ ଫେସ୍‌ବୁକ ଓ ହ୍ୱାଟ୍ସଆପ୍‌ର ସହାୟତା ନେଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।