ଅପରାଧ ଦେଶ ବିଦେଶ

ମୃତ୍ୟୁର ସୌଦାଗର; ୮୦ରୁ ଅଧିକ ମର୍ଡର କରିଥିବା ଦାବି, ୪୮ଟି ମାମଲାରେ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ମୃତ୍ୟୁର ସୌଦାଗର ଆମେରିକା ଯୁବକ । ଗୋଟିଏ ପରେ ଗୋଟିଏ ନେଉଥିଲା ଜୀବନ । ଟାର୍ଗେଟ୍‌ରେ ରହିଥିଲେ ମହିଳା । ପିଲା ବେଳେ ମାଆକୁ ମାରିବାର ରଚିଥିଲା ମୃତ୍ୟୁ ପ୍ଲାନ୍ । ଦେହଜୀବୀଙ୍କୁ ହତ୍ୟା କରିବା ଜହ୍ଲାଦର ନିଶା ଥିଲା । ମର୍ଡରକୁ ନିଜର ପେଶା କରିଦେଇଥିଲା ଓ୍ବାସିଂଟନର ଏହି ଗ୍ରୀନ୍ ରିଭର ସିରିଏଲ କିଲର ଗୈରୀ । ବାଲ୍ୟ ଅବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ରୁ ଅଧିକ ମର୍ଡର କରିଥିବା ଦାବି କରିଛନ୍ତି ଲୋକେ। ହେଲେ ୪୮ଟି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଗ୍ରୀନ୍ ରିଭର ସିରିଏଲ କିଲରର ପେଶା ଥିବା ହତ୍ୟା କରିବା । ବାଲ୍ୟାସ୍ଥରେ ନିଜ ମାଆକୁ ହତ୍ୟା କରି ରେଡ୍ ପ୍ଲାନ୍ ରଚିଥିଲା ଯୁବକ । ଏହା ପରେ ସ୍କୁଲରେ ପ୍ରଥମ ଥର ପାଇଁ ଜଣେ ସହଯୋଗୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ଦେହଜୀବୀଙ୍କୁ ଟାର୍ଗେଟ୍ କରିଥିଲା ଗ୍ରୀନ୍ ରିଭିର ସିରିଏଲ କିଲର । ୧୯୮୦ରୁ ୯୦ ମଧ୍ୟରେ ୮୦ରୁ ଅଧିକ ମହିଳାଙ୍କୁ ହତ୍ୟା କରିଥିବା ଦାବି ହୋଇଛି ।

ପୋଲିସର ରିପୋର୍ଟ ଅନୁଯାୟୀ, ୧୯୪୯ ଫେବ୍ରୁଆରୀ ୧୮ ତାରିଖରେ ସାଲ୍ଟ ଲେକ୍ ସିଟିରେ ଜନ୍ମ ହୋଇଥିଲା ସିରିଏଲ କିଲର ଗୈରୀ ରେଡଓ୍ବି । ପିଲା ବେଳେ କଠୋର ବ୍ୟବହାର ପାଇଁ ମାଆଙ୍କୁ ଘୃଣା କରିବା ସହିତ ହତ୍ୟା କରିବାକୁ ଯୋଜନା କରିଥିଲା । ୧୯୬୦ରେ ପ୍ରଥମ ଥର ପାଇଁ ହାଇସ୍କୁଲରେ ଜଣେ ଛାତ୍ରକୁ ଛୁରୀ ଭୁସି ଦେଇଥିଲା । ୧୯୮୦ରେ ଜଣେ ଦେହଜୀବୀକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିଲେ ଗୈରୀ । ଅଭିଯୁକ୍ତର ପ୍ରଥମ ଶିକାର ହୋଇଥିଲା ଜଣେ ନାବାଳିକା । ୧୬ ବର୍ଷୀୟା ଝିଅ କୀଡ୍ନାପ ହେବାର କିଛି ଦିନ ପରେ ନୀଳନଦୀରୁ ମୃତଦେହ ମିଳିଥିଲା ।

ଦୁଇବର୍ଷ ମଧ୍ୟରେ ୪୦ରୁ ଅଧିକ ମହିଳାଙ୍କୁ ଶିକାର କରିଥିଲା ଅଭିଯୁକ୍ତ । ମୃତ୍ୟୁ ପରେ ମୃତଦେହରୁ ନୀଳ ନଦୀରେ ଫିଙ୍ଗି ଦେଉଥିଲା । ୧୯୮୨ ପରେ ସିରିଏଲ କିଲର ବିରୋଧରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଏନେଇ ଏକ ସ୍ବତନ୍ତ୍ର ଟାକ୍ସ ଫୋର୍ସ ଗଠନ ହୋଇଥିଲା । ଗୈରୀକୁ ପୋଲିସ ଗିରଫ କରି ପଚରାଉଚରା କରିଥିଲା । ହେଲେ ପଲିଗ୍ରାଫ ଟେଷ୍ଟରେ ଧୋକା ଦେଇଥିଲା ଅଭିଯୁକ୍ତ । ଏହା ପରେ ପୁଣି ଜଣେ ଦେହବୀଜୀକୁ ହତ୍ୟା କରିବାରୁ ପୋଲିସର ସନ୍ଦେହ ବଢିଥିଲା । ପୋଲିସ ପୁଣି ଥରେ ଅଭିଯୁକ୍ତକୁ ଗରିଫ କରି ତନତନ ଯାଞ୍ଚ କରିବା ପରେ ସତ ସାମ୍ନାକୁ ଆସିଥିଲା ।

୨୦୦୩ରେ ବିନା ପା-ରୋଲରେ ୪୮ଟି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଦେଇଥିଲେ କୋର୍ଟ । ହେଲେ ଲୋକଙ୍କ କହିବା କଥା ୪୮ ନୁହେଁ ୮୦ରୁ ଅଧିକ ମହିଳାଙ୍କୁ ହତ୍ୟା କରିଛି ଜହ୍ଲାଦ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ