ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ନିଜ ପସନ୍ଦର ବିବାହ କରିପାରିବେ ୧୫ ବର୍ଷ ବୟସ୍କ ମୁସଲିମ୍ ଝିଅ

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଏଥିରେ ପରିବାର ଲୋକ ତାଙ୍କୁ ଅବରୋଧ କରିପାରବେ ନାହିଁ । ଉଚ୍ଚ ଅଦାଲତରେ ଦାୟର ହୋଇଥିବା ମାମଲାରେ ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ବିହାର ନଓ୍ବାଦା ଅଞ୍ଚଳର ୨୪ ବର୍ଷୀୟ ମହମ୍ମଦ ସୋନୁ ଝାଡ଼ଖଣ୍ଡ ଜାମସେଦପୁରର ଏକ ମୁସଲିମ୍ ଝିଅକୁ ପ୍ରେମ କରୁଥିଲେ । ପରେ ଝିଅକୁ ଫେରାର୍ କରିନେଇଥିଲେ । ଝିଅକୁ ମାତ୍ର ୧୫ ବର୍ଷ ହୋଇଥିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଅପରାଧିକ ମାମଲା ରୁଜୁ କରିଥିଲା । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୋନୁ ।

ଜଷ୍ଟିସ୍ ଏସକେ ଦ୍ବିବେଦୀଙ୍କ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ମୁସଲିମ୍ ସମ୍ପ୍ରଦାୟରେ ୧୫ବର୍ଷରୁ ଅଧିକ ବୟସ୍କ ଝିଅ ନିଜ ପସନ୍ଦରେ ବିବାହ କରି ପାରିବେ ବୋଲି କୋର୍ଟ କହିଛନ୍ତି । ଏଥିରେ ପରିବାର ଲୋକ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ । ଏହା ସହିତ ସୋନୁଙ୍କ ଉପରେ ଲାଗିଥିବା ସମସ୍ତ ଅପରାଧିକ ମାମଲାକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ