ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାତୀୟ ରାଜପଥ-୫୫; ଅନୁଗୁଳର ଜୀବନରେଖା: ଚାରିବର୍ଷ ଗଡ଼ାଇଲେ, ସାରିବାକୁ ପୁଣି ବର୍ଷେ

ଅନୁଗୁଳ : ଅବିଭକ୍ତ ଅନୁଗୁଳ ଢେଙ୍କାନାଳ ଜିଲ୍ଲାର ‘ଜୀବନରେଖା’ କୁହାଯାଉଥିବା ୫୫ନମ୍ବର ଜାତୀୟପଥ ସାରିବାକୁ ଲାଗିବ ଆହୁରି ବର୍ଷେ। ଅଧା ଖଣ୍ଡିଆ କରି ଚାରିବର୍ଷ କାଳ ରାସ୍ତା କାମ ଗଡ଼ାଇଲା ପରେ ସରକାର ପୁଣି ଗୋଟିଏ ବର୍ଷର ସମୟ ନେଇଛନ୍ତି। ଆସନ୍ତା ୨୦୨୩ ମସିହା ସୁଦ୍ଧା ଜାତୀୟ ରାଜପଥ କାମ ସରିବାର ସମ୍ଭାବନା ରହିଛି ବୋଲି ସରକାର ବିଧାନସଭାରେ ଉତ୍ତର ରଖିଛନ୍ତି।

କଟକ ଜିଲ୍ଲାର ମଙ୍ଗୁଳିଠାରୁ ଆରମ୍ଭ ହୋଇ ସମ୍ବଲପୁର ଯାଏ ଲମ୍ବିଥିବା ଏହି ଜାତୀୟ ରାଜପଥ ନିର୍ମାଣ କାମକୁ ତ୍ବରାନ୍ବିତ କରିବା ପାଇଁ ୨୬୫ କିଲୋମିଟର ବ୍ୟାପ୍ତ ରାସ୍ତାକୁ ୩ ଭାଗରେ ବିଭକ୍ତ କରାଯାଇଛି । କଟକରୁ ଅନୁଗୁଳ ଯାଏ ଲମ୍ବିଥିବା ପ୍ରାୟ ୧୧୨ କିଲୋମିଟର ରାସ୍ତାକୁ ପ୍ୟାକେଜ୍‌-୧(୦.୪୦୦କିମିରୁ ୬୦.୨୦୦କିମି) ଓ ପ୍ୟାକେଜ୍‌-୨(୬୦.୨୦୦କିମିରୁ ୧୧୨କିମି) ନାମରେ ଦୁଇଟି ସେକ୍ସନ୍‌ କରାଗଲା। ୧୧୨କି‌ମିରୁ ୨୬୫କିମି ଯାଏ(ଅନୁଗୁଳରୁ ସମ୍ବଲପୁର)କୁ ପ୍ୟାକେଜ୍‌-୩ରେ ରଖି ପୂରା ରାସ୍ତାକୁ ତିନି ଭାଗ କରାଯାଇଛି।
ପ୍ୟାକେଜ୍‌-୧ କାମ ଆରମ୍ଭ ହୋଇଥିଲା ୨୦୧୮ମସିହା ଜାନୁଆରି ୧୯ରେ। ଟେଣ୍ଡର୍‌ ନେଇଥିବା ସଂସ୍ଥାକୁ ଦିଆଯାଇଥିଲା ପ୍ରାୟ ଅଢ଼େଇ ବର୍ଷର ସମୟ। ୨୦୨୦ମସିହା ଜୁଲାଇ ୧୭ତାରିଖ ସୁଦ୍ଧା ପ୍ୟାକେଜ୍-୧ର କାମ ସମ୍ପୂର୍ଣ୍ଣ କରିବାକୁ ସଂସ୍ଥା ସହିତ ଚୁକ୍ତିନାମା କରାଯାଇଥିଲା। କିନ୍ତୁ, ସଂସ୍ଥା ୬୦ କିମିରୁ ମାତ୍ର ୪୩କିଲୋମିଟର ରାସ୍ତା ଚାରିଲେନ୍‌ କରିପାରିଛି। ଯାହା ନିର୍ଧାରିତ ରାସ୍ତାର ୬୧ପ୍ରତିଶତ ବୋଲି ସରକାର ବିଧାନସଭାରେ ଉତ୍ତର ରଖିଛନ୍ତି। ଆହୁରି ୩୯ପ୍ରତିଶତ କାମ ବାକି ରହିଛି। ୨୦୨୩ ମସିହା ଜୁନ୍‌ ୩୦ ସୁଦ୍ଧା ବାକି କାମ ସରିଯିବ ବୋଲି ସରକାର ଆଶା କରିଛନ୍ତି।

ସେହିପରି ପ୍ୟାକେଜ୍‌-୨ର କାମ ୨୦୧୮ମସିହା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଥିଲା। ୨୦୨୦ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ସାରିବାକୁ ସଂସ୍ଥା ସହିତ ଚୁକ୍ତି ହୋଇଥିଲା। ଯାହା ଦୁଇବର୍ଷ ବିଳମ୍ବିତ ହୋଇଛି ପଛେ କାମ ସରିପାରିଲା ନାହିଁ। ଏଯାବତ୍‌ ମାତ୍ର ୫୧ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇ ପାରିଛି। ପ୍ୟାକେଜ୍‌-୨ର ପ୍ରାୟ ଆହୁରି ଅଧା କାମ ସାରିବାକୁ ଆହୁରି ବର୍ଷେ ଲାଗିଯିବ। ୨୦୨୩ ଡିସେମ୍ବର ୩୧ସୁଦ୍ଧା ପ୍ୟାକେଜ୍‌-୨ କାମ ସରିପାରିବ ବୋଲି ସରକାର ଆଶା ଦେଖା କରିଛନ୍ତି।

ଅନୁଗୁଳରୁ ସମ୍ବଲପୁର ରାସ୍ତା ବି ବିଳମ୍ବିତ ହୋଇଛି। ୧୫୩ କିଲୋମିଟର ରାସ୍ତା କାମ ୨୦୧୭ମସିହା ମାର୍ଚ୍ଚ ୩ତାରିଖରୁ ସଂସ୍ଥା ଆରମ୍ଭ କରିଥିଲା। ୨୦୧୯ସେପ୍ଟେମ୍ବର ୨୯ସୁଦ୍ଧା କାମ ସାରିବାକୁ ଚୁକ୍ତି ହୋଇଥିଲା। କିନ୍ତୁ, ୧୫୩ କିମି ରାସ୍ତା ମଧ୍ୟରୁ ଏଯାବତ୍‌ ୧୦୫ କିମି ରାସ୍ତା ଚାରିଲେନ୍‌ ହୋଇ ପାରିଛି। ଚାରିବର୍ଷ ଗଡ଼ିଲା ପଛେ କାମ ପୂର୍ଣ୍ଣାଙ୍ଗ ହୋଇ ପାରିଲା ନାହିଁ। ଏତିକି ରାସ୍ତା ପୂର୍ଣ୍ଣାଙ୍ଗ ହେବାକୁ ପୁଣି ବର୍ଷେ ସମୟ ଲାଗିବ। ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଅନୁଗୁଳ-ସମ୍ବଲପୁର ରାସ୍ତା ପୂର୍ଣ୍ଣାଙ୍ଗ ହେବାର ସରକାର ସମ୍ଭାବନା ଦେଖାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।