ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ରହ୍ମଗିରି: ପର୍ଯ୍ୟଟକ ବଢ଼ିଲେ, ଶୋଷଣ ବି ବଢ଼ିଲା

ବ୍ରହ୍ମଗିରି: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ସାରିଛି। ପ୍ରତି ଦିନ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ପର୍ଯ୍ୟଟନସ୍ଥଳୀକୁ ଲାଗିଛି। ଏହାରି ଭିତରେ ପର୍ଯ୍ୟଟକଙ୍କୁ ଶୋଷଣ ଆରମ୍ଭ ହୋଇଥିବା ଅଭିଯୋଗ ଆସିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଆରମ୍ଭ ହୋଇଛି। ବାଲିହରଚଣ୍ଡୀ ଓ ଶ୍ରୀଅଲାରନାଥଙ୍କ ପୀଠ ଭଳି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଗହଳି ଲାଗିଛି। ସବୁଠାରୁ ଅଧିକ ଭିଡ଼ ଚିଲିକାରେ ଲାଗିଛି। ଚିଲିକା ବୁଲିବା ପାଇଁ ପ୍ରତି ଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଚିଲିକାର ନୂଆମୁହାଣ, ଡଲଫିନ୍, ନାଲିକଙ୍କଡ଼ା ଦ୍ବୀପ, ପକ୍ଷୀ ଅଭୟାରଣ୍ୟ ନଳବଣ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ଏହାରି ଭିତରେ ପର୍ଯ୍ୟଟକଙ୍କୁ ଚିଲିକା ବୁଲାଇବାକୁ ନେଉଥିବା ଅନେକ ଡଙ୍ଗାରେ ସବୁ ବର୍ଷ ଭଳି ପର୍ଯ୍ୟଟକଙ୍କୁ ଶୋଷଣ ହେଉଥିବା ଅଭିଯୋଗ ଉଠିଛି।

ଜିଲ୍ଲା ପ୍ରଶାସନ ପର୍ଯ୍ୟଟକ ଚିଲିକା ବୁଲିବାକୁ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଛନ୍ତି। ସାତପଡ଼ା ସହିତ ବିଭିନ୍ନ ଜେଟିଗୁଡ଼ିକରେ ପ୍ରଶାସନ ପକ୍ଷରୁ ଦର ଲଗାଇବାକୁ ନିର୍ଦ୍ଦେଶ ରହିଛି। ଏହି ତାଲିକା ଏବେ ଉଭାନ୍‌ ହୋଇଯାଇଛି। କୌଣସି ସ୍ଥାନରେ ଚିଲିକା ବୁଲିବାର ଦର ତାଲିକା ଦେଖିବାକୁ ମିଳୁ ନାହିଁ। ମନ ଇଛା ନିଆ ଚାଲିଛି ଡଙ୍ଗା ଭଡ଼ା। ୭୫୦ ଟଙ୍କା ଦର ସ୍ଥାନରେ ୨ ହଜାର ଟଙ୍କା ନିଆଯାଉଛି। ସେହିଭଳି ୧୭ଶହ ଟଙ୍କା ପାଇଁ ପ୍ରଶାନର କେତକ ସ୍ଥାନ ବୁଲି ଦେଖିବାକୁ ଦର ଧାର୍ଯ୍ୟ ହୋଇଥିବା ବେଳେ ୩୫ଶହ ଟଙ୍କା ନିଆଯାଉଥିବା ଜଣାପଡିଛି। ପ୍ରଶାସନ ନିର୍ଦ୍ଧାରଣ କରିଥିବା ଦରଠାରୁ ଦୁଇ ଗୁଣା ଅଧିକ ଦର ନିଆଯାଉଥିବା ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ଅନେକ ଥର ଡଙ୍ଗା ଭଡ଼ା ଅଧିକ ନେବା ନେଇ ଥାନାରେ ଅଭିଯୋଗ ହୋଇ ଆସିଛି। ପୁଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଥିବା ପୂର୍ବରୁ ନଜିର ରହିଛି। ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଚିଲିକା ବୁଲିବା ପାଇଁ ପର୍ଯ୍ୟଟନ ପୁଲିସ ରହିଛି। କିନ୍ତୁ ଶୋଷଣର ଶିକାର କଥା କମିବାରେ ନା ହିଁ ନେଉ ନାହିଁ। ତୁରନ୍ତ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।

ଅନ୍ୟପକ୍ଷରେ ସାତପଡ଼ାରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଚଳାଉଥିବା ସରକାରୀ ବୋଟ୍‌ ପର୍ଯ୍ୟଟକଙ୍କ ଆବଶ୍ୟକତା ଦୃଷ୍ଟିରୁ ସମୁଦ୍ରକୁ ଶଙ୍ଖେ ହୋଇଛି। ମାତ୍ର କେଇଖଣ୍ଡ ବୋଟ୍‌କୁ ଧରି ଓଟିଡିସି ପର୍ଯ୍ୟଟକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁ ନାହିଁ। ଫଳରେ ଏହା ଘରୋଇ ବୋଟ୍‌ ବ୍ୟବସାୟୀଙ୍କ ପାଇଁ ଶୋଷଣର ବାଟ ଉନ୍ମୁକ୍ତ କରି ଦେଇଛି। ସରକାରୀ ବୋଟ୍‌ ଚଳାଚଳ କରିବା ସହ ଘରୋଇ ବୋଟ୍‌ ଚାଳକଙ୍କ ଉପରେ ଆବଶ୍ୟକ ନିୟନ୍ତ୍ରଣ ଲାଗୁ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।