ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍ଚ୍ଚନା ନାଗ ମାମଲା: ଆଜି ପୁଣି ଇଡିରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି ବେହେରା।ତୃତୀୟ ଦିନ ଲାଗି ସେ ଇଡିରେ ହାଜର ହେବ‌େ ବୋଲି ସୂଚନା ମିଳିଛି। ଗତ ଦୁଇ ଥର ଇଡିରେ ହାଜର ହେବା ସମୟରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ ଶ୍ରଦ୍ଧାଞ୍ଜଳି ବେହେରା। ଗତକାଲି ଖଗେଶ୍ବରଙ୍କ ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ ଓରଫ ଚନ୍ଦନଙ୍କୁ ଇଡି ପଚରାଉଚରା କରିବା ପରେ ତାଙ୍କଠାରୁ କିଛି ବିଶେଷ ତଥ୍ୟ ପାଇ ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲା କମେଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ବଡ଼ିଆଙ୍କୁ ଜେରା କରିବା ଆରମ୍ଭ କରିଛି। ପୂର୍ବରୁ ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା। ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ପ୍ରଯୋଜକ ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା।

ଶ୍ରଦ୍ଧାଞ୍ଜଳିଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ସବୁ ଦିଗ ଉପରେ ଇଡି ପଚରାଉଚରା କରିଥିଲା। ସେ କିଭଳି ଅର୍ଚ୍ଚନାଙ୍କ ସମ୍ପର୍କରେ ଆସିଲେ? କିଏ ତାଙ୍କୁ ଅର୍ଚ୍ଚନାଙ୍କ ସହ ମିଶାଇଥିଲା? ହନିଟ୍ରାପ୍ ପାଇଁ କିଏ ସହଯୋଗ କରିଥିଲେ? ଅକ୍ଷୟଙ୍କ ସହ ତାଙ୍କର କ’ଣ ସମ୍ପର୍କ? ଖଗେଶ୍ବର କିଭଳି ଅର୍ଚ୍ଚନାଙ୍କୁ ସହଯୋଗ କରୁଥିଲେ? ତାଙ୍କର ସେଠାରେ କ’ଣ ଭୂମିକା ଥିଲା? ସେହିପରି ଆଉ କେଉଁ ବଡ଼ବଡ଼ିଆ ତାଙ୍କ ସମ୍ପର୍କରେ ଆସିଥିଲେ? ଶ୍ରଦ୍ଧାଞ୍ଜଳିଙ୍କୁ ଏମିତି ପୁଳାପୁଳା ପ୍ରଶ୍ନ କରାଯାଇଥିଲା। ଏହା ଛଡ଼ା ତିନି ଜଣଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ଇଡି ଖୋଳତାଡ଼ କରିଥିଲା। ତିନି ଜଣଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ଏଭଳି ମୁହାଁମୁହିଁ କରି ମାରାଥନ ଜେରା କରିଥିଲା ଇଡି। ଇଡିର ପ୍ରଶ୍ନବାଣରେ ତିନିଜଣଯାକ ଥଳକୂଳ ପାଇନଥିଲେ। ଏହାପରେ ପୁଣି ଗତ ୨୫ ତାରିଖରେ ଇଡିରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।