ମୁମ୍ବାଇ ୧୪/୧୨: ବରୁଣ ଧଓ୍ବନ କରୋନା ପଜିଟିଭ ହେବା ପରେ ଘରେ ଆଇସୋଲେସନରେ ଅଛନ୍ତି ଏବଂ ସମସ୍ତଙ୍କଠୁ ଦୂରେଇ ରହି ନିଜ ରୁମରେ ସମୟ ବିତାଉଛନ୍ତି। ଏବେ ସମସ୍ତେ ଜାଣି ସାରିଛନ୍ତି ଯେ ଆଇସୋଲେସନରେ ରହିବା ସମସ୍ତଙ୍କ ପାଇଁ କେତେ କଷ୍ଟ ଏବଂ କରୋନା କେତେ ଭୟଙ୍କର ରୋଗ। କିନ୍ତୁ ବରୁଣ ଧଓ୍ବନ ଏପରି ସଙ୍କଟ ସମୟରେ ମଧ୍ୟ ମସ୍ତି କରିବାକୁ ପଛାଉ ନାହାନ୍ତି। ବରୁଣ ନିଜ ଧ୍ୟାନ ତ ରଖୁଛନ୍ତି ଏହା ସହିତ ପ୍ରଶଂସକଙ୍କୁ ମଧ୍ୟ ହସାଇବାରେ ଲାଗିଛନ୍ତି।
ସେ ନିଜ ଜୀବନର ୩ଟି ଷ୍ଟେଜର ଫଟୋ ସେୟାର କରି କହିଛନ୍ତି ଯେ କିପରି ଆଇସୋଲେସନରେ ରହି ସେ ବୁଢ଼ା ହୋଇଯାଇଛନ୍ତି। ବରୁଣ ଧଓ୍ବନ ନିଜ ମିମ କରି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ସେ ୩ଟି ଫଟୋ ସେୟାର କରି ଦେଖାଇଛନ୍ତି ଯେ ଆଇସୋଲେସନରେ ସେ କିପରି ପିଲାରୁ ବୁଢ଼ା ହୋଇଯାଇଛନ୍ତି। ଫଟୋକୁ ସେୟାର କରି ବରୁଣ ଧଓ୍ବନ କ୍ୟାପସନରେ ଲେଖିଛନ୍ତି ଯେ ,‘ ଆଇସୋଲେସନରେ ଜୀବନ। ରାଇଟ୍ ସ୍ବାଇପ୍ କରନ୍ତୁ ଏବଂ ଦେଖନ୍ତୁ ମୋର ବୟସକୁ ବଢ଼ୁଥିବା ଦେଖନ୍ତୁ।’
ବରୁଣ ଧଓ୍ବନଙ୍କ ପୋଷ୍ଟରେ ଶ୍ରଦ୍ଧା କପୁରଙ୍କ ଭାଇ ଏବଂ ଅଭିନେତା ସିଦ୍ଧାନ୍ତ କପୁର କମେଣ୍ଟ ଦେଇଛନ୍ତି। ସିଦ୍ଧାନ୍ତ ସ୍ମାଇଲ୍ ଇମୋଜୀ ପଠାଇଛନ୍ତି। ଯାହାର ଉତ୍ତରରେ ବରୁଣ ଧଓ୍ବନ ଲେଖିଛନ୍ତି ଯେ ,‘ତୁମେ ବି ଏସବୁ ଦେଇ ଅତିକ୍ରମ କରୁଛ ନା’। ଡିସେମ୍ବର ୧୧ତାରିଖରେ ସିଦ୍ଧାନ୍ତ କପୁର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।
ବରୁଣ ଧଓ୍ବନ ଏବେ ୟୋଗା କରି ଠିକ୍ ହେବାକୁ ଉଦ୍ୟମ କରୁଛନ୍ତି। ସେ ନିଜ ଇନଷ୍ଟା ଷ୍ଟୋରିରେ ଯୋଗ କରୁଥିବାର ଫଟୋ ସେୟାର କରିଛନ୍ତି। ଏହି ଫଟୋ ଜୋରସୋରରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।