ରାଜ୍ୟ ସ୍ପେଶାଲ ରିପୋର୍ଟ

କ’ଣ ହେବ ପିଲାଙ୍କ ଭବିଷ୍ୟତ? ଜଣେ ଶିକ୍ଷକ ସ୍କୁଲରେ ମଦ ପିଇ ଶୋଇଲେ, ଅନ୍ୟଜଣେ ନିଜ ଇଚ୍ଛାରେ କଲେ ସ୍କୁଲ୍ ଛୁଟି

ସୋରୋ ୩୦।୧୧: ମାସକୁ ଦରମା ଠିକ୍ ଠାକ୍ ମିଳି ଯାଉଛି। ହେଲେ ଶିକ୍ଷକଙ୍କ ନାହିଁ ପିଲାଙ୍କ ଭବିଷ୍ୟତ ଚିନ୍ତା। ଦରମା ନେଇ କରୁଛନ୍ତି ନିଜ ମନମାନି। ଜଣେ ଶିକ୍ଷକ ସ୍କୁଲରେ ମଦ ପିଇ ଶୋଇଛନ୍ତି। ଅନ୍ୟଜଣେ ଶିକ୍ଷକ ନିଜ ଇଚ୍ଛାରେ ସ୍କୁଲ ଛୁଟି କରି ଘରେ ରହିଲେ l ବାଲେଶ୍ଵର ଜିଲ୍ଲା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୋପୀବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଘଟଣା।

ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଉନ୍ନତମାନର କରିବା ସହ ପିଲାମାନେ କିପରି ଭଲ ଭାବେ ପାଠ ପଢ଼ିବେ ସେଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଦୁଇଟି ସ୍କୁଲରେ ବ୍ୟତିକ୍ରମ ଦେଖାଯାଇଛି l ଗତ ସୋମବlର ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ସୋମନାଥପୁର ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଣାକର ସିଂ ମଦ ପିଇ ସ୍କୁଲକୁ ଆସି ସିଧା ଅଫିସରେ ସପ ପକାଇ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲେ । ପ୍ରଧାନ ଶିକ୍ଷକ ମଦ ନିଶାରେ ଅଫିସରେ ଶୋଇପଡ଼ିଥିବା ସ୍ଥାନୀୟ ଲୋକେ ସିମୁଳିଆ ଏବିଇଓଙ୍କୁ ଖବର ଦେଇଥିଲେ । ଖବର ପାଇ ଏବିଇଓ ସ୍କୁଲରେ ପହଁଚି ତଦନ୍ତ କରିଥିଲେ l

ସେହିପରି ସେହି ବ୍ଲକର ଗୋପୀବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ମନଇଚ୍ଛା ଛୁଟି ଘୋଷଣା କରିଥିବାରୁ ପ୍ରଧାନ ଶିକ୍ଷକଙ୍କୁ ଘେରିଥିଲେ ଅଭିଭାବକ। ସରକାରୀ ସ୍ତରରେ ଛୁଟି ଘୋଷଣା ହୋଇ ନଥିବା ବେଳେ ପ୍ରଧାନ ଶିକ୍ଷକ ନାରାୟଣ ଜେନା ତାଙ୍କ ମନଇଚ୍ଛା ବିଦ୍ୟାଳୟକୁ ଛୋଟି ଘୋଷଣା କରିଥିଲେ l ସୋମବାର ଅବିଭାବକମାନେ ବିଦ୍ୟାଳୟ ବନ୍ଦ୍ ଥିବାର ଜାଣି ସିଆରସିସିଙ୍କୁ ପଚାରି ବୁଝିଥିଲେ। ସିଆରସିସି କୌଣସି ଛୁଟି ନଥିବାର କହିବା ପରେ ପ୍ରଧାନଶିକ୍ଷକ ଏକଥା ଜାଣି ପାରି ପୂର୍ବାହ୍ନ ୧୧ଟା ପରେ ବିଦ୍ୟାଳୟକୁ ଆସିଥିଲେ।ଉକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ମହଲରେ ଦାବି ହୋଇଛି।ପ୍ରଧାନଶିକ୍ଷକ ଜଣକ ଭୁଲ କରିଥିବା ସ୍ୱୀକାର କରିଥିବା ବେଳେ ସରକାରୀ ସ୍ତରରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ମଣିବେ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।