ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀରେ ଖୋଲିଲା ଫୁଡ୍‌କୋର୍ଟ

ପୁରୀ : ପର୍ଯ୍ୟଟକଙ୍କୁ ସେମାନଙ୍କ ରୁଚି ମୁତାବକ ଖାଦ୍ୟ ଭେଟିଦେବ ଭିବ୍ରାନ୍ସ ଫୁଡ୍‌ କୋର୍ଟ। ପତ୍ରପୋଡ଼ାଠୁ ନେଇ ବିରିୟାନି ପର୍ଯ୍ୟନ୍ତ ପ୍ରାୟ ୩ଶହ ରକମର ଖାଦ୍ୟ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। ଖାଣ୍ଟି ଓଡ଼ିଆ ଖାଦ୍ୟଠୁ ନେଇ ଚାଇନିଜ୍‌, ସାଉଥ ଇଣ୍ଡିଆନ୍‌, କଣ୍ଟିନେଣ୍ଟାଲ, ସବୁକିଛି ଗୋଟିଏ ଛାତ ତଳେ ପାଇବେ ପର୍ଯ୍ୟଟକ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏସ୍‌ଏସ୍‌ କନ୍‌ସୋରିଟିୟମ୍ ସହ ପିପିପି (ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରସିପ୍) ମୋଡ୍‌ରେ ଆଜି ଚକ୍ରତୀର୍ଥ ରୋଡ୍‌ରେ ଉଦଘାଟିତ ଫୁଡକୋର୍ଟରେ ମିଳିବ ବିଭିନ୍ନ ପ୍ରାଦେଶିକ ଖାଦ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହି ଫୁଡ୍‌କୋର୍ଟର ଲୋକାର୍ପଣ ଘୋଷଣା କରିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇଥିଲେ।

ଫୁଡ୍‌କୋର୍ଟର ତଳ ମହଲାରେ ଏକକାଳୀନ ୩୦୦ ବ୍ୟକ୍ତିଙ୍କୁ ଖାଦ୍ୟ ପରସାଯିବାର ସୁବିଧା ରହିଛି। ସେହିପରି ପ୍ରଥମ ମହଲା ରେସ୍ତୋରାଁରେ ଅନ୍ୟୁନ ୨ଶହ ଲୋକ ଏକାଠି ବସି ଖାଦ୍ୟ ଖାଇପାରିବେ। ଫୁଡ୍‌କୋର୍ଟ ମଧ୍ୟରେ ଥିବା ବିଭିନ୍ନ କିସମର ଖାଦ୍ୟ ପାଇଁ ଭିନ୍ନଭିନ୍ନ କାଉଣ୍ଟର କରାଯାଇଛି। ଫୁଡକୋର୍ଟ ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।

ଭିବ୍ରାନ୍ସର ରେସିଡେନ୍ସିଆଲ ମ୍ୟାନେଜର ଶିବବ୍ରତ ପଟ୍ଟନାୟକଙ୍କ ସୂଚନା ମୁତାବକ, ଭିବ୍ରାନ୍ସ ମଧ୍ୟରେ ୧୫ଟି ଏସି ରୁମ୍‌ରେ ରହଣିର ସୁବିଧା ନେଇପାରିବେ ପର୍ଯ୍ୟଟକ। ଅଳ୍ପ ଦିନ ବ୍ୟବଧାନରେ ‘ଓଡ଼ିଆ ରେସ୍ତୋରାଁ’ ଖୋଲିବ। ଏହାବ୍ୟତୀତ ଆଗାମୀ ଦିନରେ ନାଇଟ୍‌ ଫୁଡ୍‌ ମାର୍କେଟ୍‌ର ଯୋଜନା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ, ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଏସ୍‌ଏସ୍‌ କନସୋରିଟିୟମ୍‌ର ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦୁ ଶେଖର ମହାପାତ୍ର, ମାନେଜିଂ ପାର୍ଟନର ସ୍ମୃତି ରଞନ ପରିଡ଼ା, ରାଜକିଶୋର ପାତ୍ର ଓ ହିମାଂଶୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।