ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସ୍ୱଦେଶ ଛାଡି ପଳାଉଛି ଧନୀପତି କୁବେର, ଋଷିଆ ଓ ଚୀନ ପରେ ଏବେ ଭାରତର ପାଳି, ଜାଣନ୍ତୁ ଏପରି ଲୋକେ ଯାଉଛନ୍ତି କୁଆଡେ?

ନୂଆଦିଲ୍ଲୀ ୩୦।୧୧: ଭାରତ ସମେତ ଏବେ ସାରା ବିଶ୍ୱରେ ଧନୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପଟେ ବହୁ ସଂଖ୍ୟାରେ ଧନୀକ ସେମାନଙ୍କ ନିଜ ଦେଶ ଛାଡି ବିଦେଶ ପଳାଉଛନ୍ତି। ହେନଲେ ଏଣ୍ଡ ପାର୍ଟନର୍ସଙ୍କ ଏକ ରିପୋର୍ଟ ଅନୁଯାୟୀ ୨୦୨୨ ମସିହାର ଏପର୍ଯ୍ୟନ୍ତ ବିଶ୍ୱରେ ପ୍ରାୟ ୮୮ ହଜାର ହାଇ ନେଟୱର୍ଥ ଲୋକେ ନିଜ ଦେଶ ଛାଡି ଅନ୍ୟ ଦେଶରେ ବସବାସ କରୁଛନ୍ତି। ଏହି ହିସାବରେ ୨୦୧୪ରୁ ଏପର୍ଯ୍ୟନ୍ତ କେବଳ ଭାରତରୁ ୨୩ ହଜାର ଧନପତି କୁବେର ସ୍ୱଦେଶ ଛାଡି ପଳାଇଛନ୍ତି।

ଭାରତ ଟପ ୩ ଦେଶଙ୍କ ସୂଚୀର ତୃତୀୟ ସ୍ଥାନରେ ଅଛି ଯେଉଁଠୁ ହାଇ ନେଟୱର୍ଥ ଲୋକେ ପଳାୟନ କରିଛନ୍ତି ଓ କରୁଛନ୍ତି। ଏହି ସୂଚୀର ପ୍ରଥମ ସ୍ଥାନରେ ରହିଛି ଋଷିଆ ତାପଛକୁ ଦ୍ୱିତୀୟ ସ୍ଥାନରେ ଅଛି ଚୀନ୍। ସେହିପରି ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ୨ହଜାର ୮୦୦ ଧନପତି କୁବେର ଦେଶଛାଡି ପଳାୟନ କରିଛନ୍ତି। ହଂକଂରୁ ୩ ହଜାର ଓ ବ୍ରିଟେନରୁ ୧୫୦୦ ବିଲିୟୋନେୟର ଅନ୍ୟ ଦେଶକୁ ପଳାଇ ଯାଇ ବସବାସ କରୁଛନ୍ତି।

ସ୍ୱଦେଶ ଛାଡି ବିଲିୟୋନେୟରମାନେ ଯେଉଁ ସବୁ ଦେଶକୁ ପଳାୟନ କରୁଛନ୍ତି ସେହି ସବୁ ଦେଶଙ୍କ ସୂଚୀର ୧ ନମ୍ବରରେ ୟୁନାଇଟେଡ ଆରବ ଏମିରେଟସ୍ ଥିବା ବେଳେ ପଛକୁ ରହିଛି ଅଷ୍ଟ୍ରେଲିଆ ଓ ତା ପଛରେ ଅଛି ସିଙ୍ଗାପୁର। ଏମିତି ଦେଖିଲେ ଭାରତରେ ବିଲିୟୋନେୟରଙ୍କ ଅଭାବ ନାହିଁ। ଏବେ ଦେଶରେ ମୋଟ ବିଲିୟୋନେୟରଙ୍କ ସଂଖ୍ୟା ୩.୫୭ ଲକ୍ଷ ବୋଲି ଜଣାପଡିଛି। ମୋଟ ଧନିକଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତ ଦେଶଛାଡି ପଳାଇଛନ୍ତି। ରିପୋର୍ଟ ଅନୁସାରେ ୨୦୩୧ ମସିହା ବେଳକୁ ଭାରତରେ ବିଲିୟୋନେୟରଙ୍କ ସଂଖ୍ୟାରେ ପ୍ରାୟ ୮୦ ପ୍ରତିଶତ ଅଭିବୃଦ୍ଧି ହୋଇଥିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ