ଅପରାଧ ରାଜ୍ୟ

ଦିବ୍ୟାଙ୍ଗ ଯୁବତୀଙ୍କୁ କୋରାପୁଟରେ ବିକ୍ରି!

କଟକ : କଟକ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଅଞ୍ଚଳରୁ ଜଣେ ମୁକ, ବଧିର ଯୁବତୀଙ୍କୁ କୋରାପୁଟ ଚାଲାଣ କରାଯାଇଛି। ଏହି ଯୁବତୀଙ୍କୁ ସେଠାରେ ବଳପୂର୍ବକ ଜଣେ ଭିନ୍ନ ସଂପ୍ରଦାୟର ବୃଦ୍ଧଙ୍କ ସହିତ ବିବାହ କରାଯାଇଛି। ଏବେ ଯୁବତୀ ଜଣକ ଭିଡିଓ କଲ୍‌ରେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରି କାନ୍ଦିଥିବା ବେଳେ ଉଦ୍ଧାର ପାଇଁ ବିକଳ ହେଉଛନ୍ତି। ପରିବାର ଲୋକେ ମଧୁପାଟଣା ଥାନାରେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଯୁବତୀଙ୍କୁ ଉଦ୍ଧାର ନକରି ଏକ ନିଖୋଜ ମାମଲା ରୁଜୁ କରି ବସି ପଡ଼ିଥିବା ସଂପର୍କରେ ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି।

ରାକେଟ୍‌ରେ ଏକାଧିକ ଯୁବକ
ଯୁବତୀଙ୍କ ଆକାଉଣ୍ଟରୁ ଉଠାଇ ନେଇଛନ୍ତି ୪୯ ହଜାର
ନିଖୋଜ ମାମଲାରେ ଅଟକିଛି ପୁଲିସ

ସୂଚନା ଅନୁଯାୟୀ, ମଧୁପାଟଣା ଥାନା ତିନିଘରିଆ ନାଳବନ୍ଧ ଅଞ୍ଚଳର ପ୍ରଫୁଲ୍ଲ ବେହେରାଙ୍କ ୨୭ ବର୍ଷୀୟା ଝିଅ ରିଙ୍କି ବେହେରା ଜନ୍ମରୁ ମୁକ ଓ ବଧିର। ଗଲା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ରାତି ପ୍ରାୟ ୨ଟା ବେଳୁ ସେ ଘରୁ କେଉଁଆଡ଼େ ଗାଏବ ହୋଇଯାଇଥିଲେ। ତାଙ୍କୁ ଜଣେ ଯୁବକ ବାଇକରେ ନେଇ ଯାଇଥିବା ଜଣେ ପଡ଼ୋଶୀ ବୃଦ୍ଧା ଦେଖିଥିଲେ। ତେବେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ରିଙ୍କିଙ୍କ ପତ୍ତା ମିଳି ନଥିଲା। ୯ ତାରିଖରେ ମଧୁପାଟଣା ଥାନାରେ ପ୍ରଫୁଲ୍ଲ ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। କନ୍ଦରପୁର ଥାନା ବିରିବାଟୀ ଢିଅସାହି ଅଞ୍ଚଳର ଜଣେ ଯୁବକଙ୍କ ଉପରେ ପରିବାର ଲୋକଙ୍କ ସନ୍ଦେହ ହେବାରୁ ପୁଲିସକୁ ଏହି ଯୁବକଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା। ପୁଲିସ ତାଙ୍କ ଘରେ ଚଢ଼ଉ କରିବା ପରେ ଯୁବକଙ୍କ ମୋବାଇଲରୁ ରିଙ୍କି ଓ ଭିନ୍ନ ସଂପ୍ରଦାୟର ଜଣେ ବୃଦ୍ଧଙ୍କର ବିବାହର ଫଟୋ ଦେଖିବାକୁ ମିଳିଥିଲା। ସେହିଭଳି ଏହି କାରବାରରେ ସଂପୃ୍କ୍ତ ଜଣେ ଯୁବକ ରିଙ୍କିଙ୍କୁ ଧରି ତା’ ପୂର୍ବରୁ ନୂଆବଜାରର ଏକ ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଇଥିବା ମଧ୍ୟ ଜଣାପଡ଼ିଛି। ଏହି ଯୁବକଙ୍କ ବିରୋଧରେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ରିଙ୍କିଙ୍କୁ ଠାବ କରିବା ବଦଳରେ ଚୁପ୍ ବସିପଡ଼ିବା ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି।

ଗଲା ୨୮ ତାରିଖ ରାତି ପ୍ରାୟ ୯ଟା ବେଳେ ହଠାତ୍‌ ରିଙ୍କି ଘରକୁ ଫୋନ କରିଥିଲେ। ଭିଡିଓ କଲ୍‌ରେ ପରିବାର ଲୋକଙ୍କୁ ରିଙ୍କି ଠାରରେ ନିର୍ଯାତନା ସମ୍ପର୍କରେ ସୂଚନା ଦେବା ସହିତ କାନ୍ଦିଥିଲେ। ଖାଇବାପିଇବାର ସମସ୍ୟା ହେଉଛି ଏବଂ ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରିବା ପାଇଁ ସେ ପରିବାରଙ୍କୁ ନିଜ ଢଙ୍ଗରେ କହିଥିଲେ। ପରେ ପ୍ରଫୁଲ୍ଲ ସେହି ନମ୍ବରକୁ ଯେତେ ଫୋନ୍ କଲେ ବି ଆଉ କେହି ଉଠାଉ ନାହାନ୍ତି। ଏ ସମ୍ପର୍କରେ ସେ ପୁଣି ଥରେ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଝିଅକୁ ଉଦ୍ଧାର ସହିତ ଅଭିଯୁକ୍ତଙ୍କୁ ଠାବ କରିବାକୁ ପ୍ରଫୁଲ ନିବେଦନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।