ଅପରାଧ ରାଜ୍ୟ

କପି ଚେକ୍‌ ବାହାନାରେ ଅସଦାଚରଣ, ବିଦ୍ୟାଳୟ ସମ୍ମୁଖରେ ବିଶାଳ ଧାରଣା

ଭୁବନେଶ୍ୱର ୨୮। ୧୧ : ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା । କପି ଯାଞ୍ଚ କରିବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣର ଅଭିଯୋଗ ନେଇ ଧାରଣା । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାଲିଆକାଟେଣୀ ବଂଶୀଧର ସରକାରୀ ହାଇସ୍କଲରେ ଘଟିଛି ଏପରି ଘଟଣା ।

ଖବର ଅନୁଯାୟୀ, ଏବେ ଚାରିଆଡେ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଚାଲିଛି । ସଦର ବ୍ଲକ ଭାଲିଆବୋଲକାଟେଣୀ ବଂଶୀଧର ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ପ୍ରବେଶ କରୁଥିଲେ । ଏହି ସମୟରେ ଜଣେ ଶିକ୍ଷକ କପି ଯାଞ୍ଚ କରିବା ବାହାନାରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି । ଯାହାକୁ ନେଇ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ପରେ ପରୀକ୍ଷାର୍ଥୀମାନେ ପରୀକ୍ଷା ପୂର୍ବରୁ ଏବଂ ପରୀକ୍ଷା ପରେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ।

ସେପଟେ ଖବର ପାଇ ସଦର ତହସିଲଦାର ଓ ପୁଲିସ ପହଞ୍ଚି ବୁଝାସୁଝା ଚଳାଇଛନ୍ତି l ଏବେ ଯାଏଁ ଘଟଣାକୁ ନେଇ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ କିମ୍ବା ଶିକ୍ଷା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।