ଅପରାଧ ଦେଶ ବିଦେଶ

ଫିଫା ବିଶ୍ବକପରେ ବେଲଜିୟମର ପରାଜୟ ପରେ ହିଂସା, ରାଜଧାନୀର ବିଭିନ୍ନ ସ୍ଥାନରେ ଫ୍ୟାନ୍ସଙ୍କ ପୋଡ଼ାଜଳା

ନୂଆଦିଲ୍ଲୀ: ଫିଫା ଫୁଟବଲ ବିଶ୍ବକପରେ ବେଲଜିୟମର ପରାଜୟ । ମରକ୍କୋ ଠାରୁ ହାରି ପରେ ବେଲଜିୟମରେ ହିଂସା । ଫୁଟବଲ ପ୍ରେମୀ ଭିଡ଼ ଭିତରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ଦେଇଛନ୍ତି । ବେଲଜିୟମର ରାଜଧାନୀ ବ୍ରସେଲ୍ସର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଦେଖିବାକୁ ମିଳିଛି ।

କତରରେ ଚାଲିଛି ଫିଫା ଫୁଟବଲ ମହାକୁମ୍ଭ । ଟାଇଟଲ ଜିତିବାକୁ ଜୋରାଦାର ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଟିମ୍ । ରବିବାର ଦିନ ଖେଳାଯାଉଥିବା ମ୍ୟାଚ୍‌ରେ ମରକ୍କୋ ଠାରୁ ବେଲଜିୟମ ୨-୦ ଗୋଲରେ ହାରିଛି । ଦଳର ପରାଜୟ ପରେ ଫୁଟବଲ ପ୍ରେମୀ ଚିହିଁକି ଉଠିଛନ୍ତି । ବେଲଜିୟମର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଛନ୍ତି । ରାଜଧାନୀ ବ୍ରସେଲ୍ସରରେ ପୋଡ଼ାଜଳା କରିଛନ୍ତି । ଭିଡ଼ ଭିତରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ଦେଇଛନ୍ତି ଦଙ୍ଗାକାରୀ ।

ସୂଚନା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ନିଆଁକୁ ଆୟତ୍ତ କରିବା ସହିତ ଡ୍ରର୍ଜନରୁ ଅଧିକ ହିଂସାକାରୀଙ୍କୁ ହେପାଜତକୁ ନେଇଛି ପୋଲିସ । ହିଂସା ସ୍ଥାନରେ ଶାନ୍ତି ଫେରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ହୋଇଥିବା ବେଳେ ସ୍ଥିତି ଉପରେ ନଜର ରହିଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ହିଂସାକାରୀଙ୍କୁ ପଚରାଉଚରା କରିବା ସହିତ ହିଂସା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ । ପୋଡ଼ାଜଳା ଓ ଭଙ୍ଗାରୁଜାରେ ବ୍ୟବହୃତ ହୋଇଥିବା ସାମଗ୍ରୀକୁ ଜବତ କରିଛି ପୋଲିସ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ