ରାଜ୍ୟ ସ୍ପେଶାଲ ରିପୋର୍ଟ

ପର୍ଯ୍ୟଟନ ଋତୁରେ ଲୋକାରଣ୍ୟ ଶ୍ରୀକ୍ଷେତ୍ର

ପୁରୀ : ପର୍ଯ୍ୟଟନ ଋତୁରେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ପର୍ଯ୍ୟଟକ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ସେହିଭଳି ବେଳାଭୂମି ବି ଲୋକାରଣ୍ୟ ପାଲଟୁଛି। ବିଶେଷକରି ବେଳାଭୂମିରେ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ସମୁଦ୍ରର ନୃତ୍ୟରତ ଜଳରାଶିରେ ଜଳକ୍ରୀଡ଼ା ଉପଭୋଗ କରିବାକୁ ଭିଡ଼ ହେଉଛି। ପୂର୍ବରୁ କେବଳ ଜେଟ୍‌ ସ୍କାଏ ରାଇଡ୍‌ର ସୁଯୋଗ ଥିଲେ ହେଁ ଏବେ ଏଥିରେ ଯୋଡ଼ି ହୋଇଛି ପାରାସେଲିଂ, ବାନାନା ବୋଟ୍‌ ରାଇଡ୍‌ସ ଓ ଅଲ୍‌ ଟେରେନ ବାଇକ୍‌ (ଏଟିବି) ରାଇଡ୍‌ସ। ବେଳାଭୂମି ପର୍ଯ୍ୟଟନକୁ ଆକର୍ଷଣୀୟ କରିବା ପାଇଁ ଏହି ପଦକ୍ଷେପ ନେଇଛି ପର୍ଯ୍ୟଟନ ବିଭାଗ।

ହୋଟେଲ୍‌ ପିଙ୍କ୍‌ ହାଉସ୍‌ ସମ୍ମୁଖରେ କେବଳ ଜେଟ୍ ସ୍କାଏ ରାଇଡ୍‌ସର ମଜା ନେଉଥିଲେ ପର୍ଯ୍ୟଟକ। ୫ଶହ ଟଙ୍କା ବିନିମୟରେ ପର୍ଯ୍ୟଟକମାନଙ୍କୁ ଜେଟ୍‌ ସ୍କାଏ ଚଳାଇବାର ଅବସର ମିଳୁଛି। କୋଭିଡ୍‌ ଯୋଗୁ ଅଢ଼େଇ ବ‌ର୍ଷ ହେଲା ବନ୍ଦ ରହିବା ପରେ ଏବେ ପୁଣି ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି। ସିଙ୍ଗିଲ୍‌-ୱିଣ୍ଡୋ ସିଷ୍ଟମ୍‌ରେ ପୁରୀ ସି-ଫେରାରସ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଏହି ଜଳକ୍ରୀଡ଼ା ପରିଚାଳନା କରିବାକୁ ଦାୟିତ୍ବ ଦିଆଯାଇଛି। ୧୮୦୦ ସିସି ବିଶିଷ୍ଟ ଏହି ଜେଟ୍ ସ୍କାଏର ଗତି ଓ ସମୁଦ୍ରର ଲହଡ଼ି ଭାଙ୍ଗି ଜେଟ୍‌ ସ୍କାଏ ଚଳାଇବାର ମଜା ନେବା ପାଇଁ ପର୍ଯ୍ୟଟକମାନେ ବେଶ୍‌ ଆଗ୍ରହ ଦେଖାଉଛନ୍ତି। ଯଦିଓ ବେଳାଭୂମିରେ ୫ଟି ଜୋନ୍‌ରେ ଏହି ସୁବିଧା ମିଳିବା ନେଇ ଯୋଜନା ହୋଇଛି। କିନ୍ତୁ ଏବେ ମାତ୍ର ୨ଟି ସ୍ଥାନରେ ଏହି ସୁବିଧା ଉପଲବ୍ଧ ହୋଇଛି। ମୁମ୍ବାଇର ଆମ୍ଫିଟ୍ରାଇଟ୍‌ ସବ୍‌-ସି ପ୍ରାଇଭେଟ ଲିମିଟେଡ୍ ଦ୍ବିତୀୟ ଏଜେନ୍ସି ଭାବେ ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ପୁରୀ ବେଳାଭୂମିରେ ଜଳକ୍ରୀଡ଼ାର ଆରମ୍ଭ କରିଛି। ତାରା ପ୍ୟାଲେସ ସମ୍ମୁଖରେ ଆରମ୍ଭ ହୋଇଥିବା ଏହି ଜଳକ୍ରୀଡ଼ାରେ ପାରାସେଲିଂ, ବାନାନା ବୋଟ ରାଇଡ୍‌ସ ଓ ଏଟିବି ସାମିଲ୍‌ ହୋଇଛି।

ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ କହିଛନ୍ତି, ବେଳାଭୂମିର ଆକର୍ଷଣକୁ ଦ୍ବିଗୁଣିତ କରିବା ପାଇଁ ଜଳକ୍ରୀଡ଼ା ଏକ ନିଆରା ବିକଳ୍ପ। ଗୋଆ, ଆଣ୍ଡାମାନ, ଋଷିକେଶ, ଲାକ୍ଷାଦୀପ ସମେତ ଦେଶର ଅନ୍ୟ ବେଳାଭୂମିରେ ଜଳକ୍ରୀଡ଼ା ପାଇଁ ବହୁ ପର୍ଯ୍ୟଟକଙ୍କ ସମାଗମ ହେଉଥିବା ବେଳେ ପୁରୀ ବେଳାଭୂମିରେ ମଧ୍ୟ ଜଳକ୍ରୀଡ଼ାକୁ ବ୍ୟାପକ କରିବା ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟଟକମାନେ ଯେପରି ଠକାମିର ଶିକାର ନହୁଅନ୍ତି ସେଦିଗରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ପ୍ରଶାସନ ପକ୍ଷରୁ ଗଠନ ହୋଇଥିବା ଏକ ଟିମ୍‌ ବେଳେବେଳେ ଜଳକ୍ରୀଡ଼ା ହେଉଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ପର୍ଯ୍ୟଟକଙ୍କ ମତାମତ ନେଉଛନ୍ତି। ଏହାଦ୍ବାରା ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ସହ ବହୁ ସମୟ ଯାଏ ବେଳାଭୂମିରେ ପର୍ଯ୍ୟଟକମାନେ ସମୟ ବିତାଉଛନ୍ତି। ଜଳକ୍ରୀଡ଼ାରେ ରୁଚି ରଖୁଥିବା ନୂଆନୂଆ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇଛି। ଏହାଦ୍ବାରା କ୍ଷୁଦ୍ର ବ୍ୟବସାୟୀଙ୍କଠୁ ନେଇ ହୋଟେଲ୍‌ ବ୍ୟବସାୟ ବୃଦ୍ଧି ପାଇଛି। ପୁରୀ ଅର୍ଥନୀତିରେ ପର୍ଯ୍ୟଟନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଥିବା ବେଳେ ନୂଆନୂଆ ଯୋଜନା ଅର୍ଥନୀତିକୁ ମଜଭୁତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।