ଅପରାଧ ରାଜ୍ୟ

ଇଟାଭାଟି ମାଲିକଙ୍କୁ ହତ୍ୟା ! ରାତିରେ ଏକାଠି ମିଶି କରୁଥିଲେ ଭୋଜି

ମହାକାଳପଡ଼ା ୨୮।୧୧ : ଇଟାଭାଟି ମାଲିକଙ୍କୁ ହତ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁରେ ଘଟିଛି ଘଟଣା । ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ପାତାପାଟ ଗାଁର ଦୀନେଶ ବୈଦ ଖରନାସୀ ଠାରେ ଇଟାଭାଟି କରୁଥିଲେ । ରବିବାର ରାତିରେ ଇଟାଭାଟିର ଶ୍ରମିକଙ୍କ ସହିତ ଭୋଜି ଆୟୋଜନ କରିଥିଲେ । ରାତିରେ ଭୋଜି ସରିବା ପରେ ଘର ନଯାଇ ଭାଟିରେ ରହିଥିଲେ । ପରେ ସୋମବାର ସକାଳୁ ଇଟା ଭାଟି ପରିସରରେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ଶରୀର ପଡିଥିଲା । ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ ସ୍ଥାନୀୟଲୋକେ । ଜମ୍ବୁ ସାମୁଦ୍ରିକ ଥାନା ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ଦୀନେଶ ବୈଦଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।