ରାଜନୀତି ରାଜ୍ୟ

କୋଟସିରା ଗଣ୍ଡଗୋଳକୁ ତେଜିଲା ରାଜନୀତି, କଂଗ୍ରେସକୁ ଟାର୍ଗେଟ କଲା ବିଜେଡି

ଭଦ୍ରକ ୨୮/୧୧: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ କୋଟସିରା ଗାଁରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଥିବା ବେଳେ ବିଜେଡି କହିଛି ଘରୋଇ କଳିକୁ ନେଇ ରାଜନୈତିକ ଫାଇଦା ନେଉଛି କଂଗ୍ରେସ ।

ବିଜେଡି ଜିଲ୍ଲା ଛାତ୍ର ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ କହିଛନ୍ତି ଯେ ଏହି ଘଟଣାକୁ ଅଯଥା ରାଜନୀତିକରଣ କରାଯାଉଛି । ପୋଲିସ ତଦନ୍ତ ଠିକ ବାଟରେ ଯାଉଥିବା ବେଳେ କଂଗ୍ରେସ ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ପ୍ରୟାସ କରୁଛି । ଘଟଣା ବେଳେ ଅନୁପସ୍ଥିତ ଥିବା ବିଜେଡି ନେତା ଓ କର୍ମୀ ଙ୍କ ନାମ କୁ ଏତଲା ରେ ଯୋଡ଼ା ଯାଇଛି । କଂଗ୍ରେସ ଘରୋଇ କଳିକୁ ନେଇ ବିଜେଡିକୁ ବଦନାମ କରିବା ପାଇଁ ଯେଉଁ ପ୍ରୟାସ କରୁଛି ତାହାକୁ ନିନ୍ଦା କରାଯାଇଛି । ଏହି ଅବସରରେ ବିଜେଡି ର ନେତା ମାନେ ଉପସ୍ଥିତ ରହି କଂଗ୍ରେସର ଏହି କାର୍ଯ୍ୟକୁ ସମାଲୋଚନା କରଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର