ରାଜ୍ୟ ସ୍ପେଶାଲ ରିପୋର୍ଟ

ବଡ଼ଚଣା ପୋଲିସର ସଫେଇ କାର୍ଯ୍ୟକ୍ରମ, ମହାବିନାୟକ ପୀଠ ପରିସର କଲେ ସଫା

ଚଣ୍ଡିଖୋଲ ୨୮/୧୧- ଯାଜପୁର ଜିଲ୍ଲା ବଡ଼ଚଣାରେ ସଫେଇ କାର୍ଯ୍ୟକ୍ରମ । ବଡ଼ଚଣା ଥାନା ଆମ ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାବିନାୟକ ପୀଠ ପରିସରକୁ ସଫେଇ କରିଛି ଆମ ପୋଲିସ । ବଡ଼ଚଣା ଥାନା ଅଧିକାରୀଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଶୈବ ପୀଠ ପରିସରକୁ ସଫା କରିଛନ୍ତି ।

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାବିନାୟକ ପୀଠକୁ ଆସିଥାନ୍ତି । ଏବେ ପର୍ଯ୍ୟଟନ ଋତୁ ଚାଲୁଥିବାରୁ ମାହଦେବଙ୍କୁ ଦର୍ଶନ କରିବା ସହିତ ବଣଭୋଜି ମଧ୍ୟ କରିଥାନ୍ତି ପର୍ଯ୍ୟଟକ । ଫଳରେ ମନ୍ଦିର ପରିସରର ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନାରେ ପଡ଼ିଥାଏ । ତେବେ ଏହାକୁ ବଡ଼ଚଣା ଥାନା ପୋଲିସ ପକ୍ଷରୁ ସଫା କରାଯାଇଛି । ଆଗାମୀ ଦିନରେ ଏହି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଥାନା ଅଧିକାରୀ କହିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।